Jayanta Mohapatra Passes Away: ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେମିତି ପରିଚିତ
Advertisement
Article Detail0/zeeodisha/odisha1844398

Jayanta Mohapatra Passes Away: ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେମିତି ପରିଚିତ

ଚୀର ସବୁଜ କବି ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ତଥା କବି ଭାବରେ ବର୍ଣ୍ଣନା କରିଛନ୍ତି। ଯିଏ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ଜଣେ ପ୍ରତିଭା ଥିଲେ। ସେ ସଫଳତାର ସହିତ ଓଡିଆ ସାହିତ୍ୟର ବ୍ୟାପକ ବିସ୍ତାର କରିଥିଲେ। 

Jayanta Mohapatra Passes Away: ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କେମିତି ପରିଚିତ

Jayanta Mohapatra ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କର ଗତକାଲି ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ। ଫଳରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ହିଁ ଦେହାନ୍ତ ହୋଇ ଯାଇଛି। ତେବେ କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ଗତକାଲି ରାତିରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ଗତ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ କଟକ ବଡ ମେଡିକାଲକୁ ଅଣାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। 

ଚୀର ସବୁଜ କବି ଜୟନ୍ତ ମହାପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣେ କିମ୍ବଦନ୍ତୀ ଲେଖକ ତଥା କବି ଭାବରେ ବର୍ଣ୍ଣନା କରିଛନ୍ତି। ଯିଏ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ଜଣେ ପ୍ରତିଭା ଥିଲେ। ସେ ସଫଳତାର ସହିତ ଓଡିଆ ସାହିତ୍ୟର ବ୍ୟାପକ ବିସ୍ତାର କରିଥିଲେ। ତାଙ୍କର ବୁଦ୍ଧି ଏବଂ ଜ୍ଞାନ ଅନେକ ଯୁବକଙ୍କ ପାଇଁ ଇଂରାଜୀ ସାହିତ୍ୟରେ ଲେଖିବା ପାଇଁ ଏକ ମାର୍ଗଦର୍ଶକ ଥିଲା। 

କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ (Padmashree Jayant Mohapatra Death) ଓଡ଼ିଶା ସରକାର (Odisha Govt) ରାଜ୍ୟ ସ୍ତରୀୟ ଶୋକ ଦିବସ (State Mourning Day) ଘୋଷଣା କରିଛନ୍ତି। ଏନେଇ ଜାରି ହୋଇଥିବା ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) କହିଛନ୍ତି ଯେ, ତାଙ୍କର ମାନବୀୟ ଶବ୍ଦ ଆମକୁ ମାନବ ଅଭିବ୍ୟକ୍ତିର ଶକ୍ତି ମନେ ପକାଇଦେବ। ଦୈନନ୍ଦିନ ଜୀବନ ବିଷୟରେ ତାଙ୍କ ଲେଖାର ଉଜ୍ଜ୍ୱଳ ଚିତ୍ର, ବିଶେଷକରି କଟକରୁ ଅଙ୍କିତ, ସର୍ବଦା ଓଡିଆ ଜୀବନରେ ସମୃଦ୍ଧ ହୋଇରହିବ। ତେବେ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କର ହାତଲେଖା ଏକ ଚିଠି ଏବେ ସାର୍ବଜନୀନ ହୋଇଛି। ଯେଉଁଥିରେ ସେ ତାଙ୍କର ଶେଷ ଇଚ୍ଛା ଲେଖିଛନ୍ତି। ସେଥିରେ କଟକ ଖାନନଗର ସ୍ଥିତ ବିଦ୍ୟୁତ ଚୁଲାରେ ଅନ୍ତିମ ସଂସ୍କାର କରିବାକୁ ସେ ଉଲ୍ଲେଖ କରିଥିଲେ। ଏହି ଚିଠି ୨୦୦୮ ମସିହାରେ ସେ ଲେଖିଥିବା ନେଇ ଜଣାପଡ଼ିଛି। କେବଳ ସେତିକି ନୁହେଁ, ଆହୁରି ଅନେକ କଥା ଲେଖିଛନ୍ତି ଏହି ଚିଠିରେ। ସେଥିରେ ସେ ଲେଖିଛନ୍ତି କି ମୋର କିଛି ଅନ୍ତରଙ୍ଗ ବନ୍ଧୁ, ପ୍ରିୟ ପରିଜନ ଭ୍ୟାନ ସହ ଯିବେ। ଯେଉଁମାନେ ସେଠରେ କିଛି ସମୟ ଉପସ୍ଥିତ ରହିବେ। ସେହିପରି ସେ ରହୁଥିବା ବାସଭବନ ଜମିର କିଛି ଅଂଶ ତାଙ୍କର ସେବା କରୁଥିବା ଜେ. ସରୋଜିନୀଙ୍କୁ ପ୍ରଦାନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ତାଙ୍କର ଶେଷକୃତ୍ୟରେ ତାଙ୍କ ପାଖରେ ଥିବା ଚିଠି, ଅଧାଲେଖା ପାଣ୍ଡୁଲିପି ଆଦି ପୋଡ଼ିଦେବା ପାଇଁ ମଧ୍ୟ ଉଲ୍ଲେଖ କରିଛନ୍ତି। 

ଜୟନ୍ତ ମହାପାତ୍ରଙ୍କ ଜୀବନ ଯାତ୍ରା
ଜଣେ ଯୁବସୁଲଭ, ଚିରସବୁଜ ସକାରତ୍ମକ ବ୍ୟକ୍ତି ଭାବେ ପରିଚିତ ଜୟନ୍ତ ମହାପାତ୍ର। ୧୯୨୮ ମସିହା ଅକ୍ଟୋବର ୨୨ ତାରିଖରେ କଟକରେ ଏହି ଚିର ସବୁଜ କବିଙ୍କ ଜନ୍ମ।  ୨୦୦୬ରେ ଉତ୍କଳ ଏବଂ ୨୦୦୯ ରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ହାସଲ କରିବା ସହିତ ପେଷାରେ ସେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ରହିଥିଲେ। କିନ୍ତୁ ନିଶା ସାରସ୍ୱତ ସାଧନା ରହିଥିଲା। ଇଂରାଜୀ, ଓଡ଼ିଆ ସହ କ୍ଷୁଦ୍ରଗଳ୍ପ ଲେଖି ଅନେକ ପୁସ୍ତକର ଅନୁବାଦୟ ସମ୍ପାଦନା କରିଥିଲେ ଏହି ଯୋଗଜନ୍ମା କାବ୍ୟପୁରୁଷ। ଇଂରାଜୀ ୨୦ରୁ ଅଧିକ ଏବଂ ଓଡ଼ିଆରେ ୭ରୁ ଅଧିକ କବିତା ସଙ୍କଳନ ଲେଖିଛନ୍ତି ସେ। ଇଣ୍ଡିଆନ ସମର, ହଙ୍ଗର ରିଲେସନସିପ୍, କ୍ଲୋଜ ଦ ସ୍କାଏ ଭଳି ପରିଚିତ ଇଂରାଜୀ କବିତାକୁ ରଚନା କରିଥିଲେ। ତାଙ୍କର ‘ରିଲେସନସିପ’ ପାଇଁ ୧୯୮୧ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୦୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ଦେଶରେ ବଢୁଥିବା ଅସହିଷ୍ଣୁତା ଯୋଗୁ ପଦ୍ମଶ୍ରୀରେ ନାଁ ନଯୋଡିବାକୁ ଅନୁରୋଧ କରିଥିଲେ। 

Also Read: Neeraj Chopra: ମନ ଜିଣିଲେ ଓଡ଼ିଆ ପୁଅ, ଇତିହାସ ରଚିଲେ ନୀରଜ

Also Read: Horoscope Today: ଏହି ରାଶିଙ୍କୁ ମିଳିବ ଶୁଭଫଳ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ