ୟୁଟ୍ୟୁବର ମୋନାଲିସା ଭଦ୍ର ଫେରାର୍, ଖୋଜୁଛି ବନ ବିଭାଗ
Advertisement

ୟୁଟ୍ୟୁବର ମୋନାଲିସା ଭଦ୍ର ଫେରାର୍, ଖୋଜୁଛି ବନ ବିଭାଗ

Crime News: ମୋନାଲିସା ନିଜ ଘରେ ମାଙ୍କଡ ଏବଂ ଘୋଡା ରଖିଥିବା ଜଣାପଡିଛି । ଦୀର୍ଘ ବର୍ଷ ହେବ ସେ ଏପରି କାର୍ଯ୍ୟ କରିଆସୁଥିବା ସମୟରେ ବିଭିନ୍ନ ସମୟରେ ବିବାଦ ମଧ୍ୟକୁ ଟାଣିହୋଇଥିଲେ । ତେବେ ବର୍ତ୍ତମାନ ବନ ବିଭାଗର ଆକ୍ସନକୁ ଭୟ କରି ମୋନାଲିସା କେଉଁ ଆଡେ ଫେରାର୍ ହୋଇଯାଇଥିବା ଚର୍ଚ୍ଚା ହେଉଛି ।  

ୟୁଟ୍ୟୁବର ମୋନାଲିସା ଭଦ୍ର ଫେରାର୍, ଖୋଜୁଛି ବନ ବିଭାଗ

ଯାଜପୁର: ବିଭିନ୍ନ ପଶୁ ପକ୍ଷୀଙ୍କ ସହିତ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରି ଟଙ୍କା ରୋଜଗାର କରୁଥିଲେ ଯାଜପୁରର ଚର୍ଚ୍ଚିତ ୟୁଟୁବର ମୋନାଲିସା ଭଦ୍ର । ତାଙ୍କ ଭିଡିଓରେ ବିଶେଷ କରି ମାଙ୍କଡଙ୍କୁ ଖାଇବାକୁ ଦେବା ସହ ଘୋଡାରେ ଚଢି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । କେବଳ ସେତିକି ନୁହେଁ ସାପ ସହିତ ଭିଡିଓ କରିବା ସମୟରେ ସାପ ଚୋଟରେ ଆଘାତ ହେବାର ଭିଡିଓ ମଧ୍ୟ ମୋନାଲିସା ସୋସିଆଲ ମିଡିଆରେ ସେୟାର କରିଥିଲେ । ମୋନାଲିସାଙ୍କୁ ତାଙ୍କ ସ୍ୱାମୀ ମଧ୍ୟ ଏପରି କାର୍ଯ୍ୟରେ ସହଯୋଗ କରିବା ସହ ପ୍ରୋତ୍ସାହିତ କରୁଥିଲେ । ବନ୍ୟଜନ୍ତୁଙ୍କ ସହିତ ଏପରି ବ୍ୟବହାର କରିବା ଓ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ଉଭୟେ ସ୍ୱାମୀ-ସ୍ତ୍ରୀ ଟଙ୍କା ରୋଜଗାର କରିବା ପାଇଁ ଏପରି କାମ କରୁଥିଲେ । ବର୍ତ୍ତମାନ ଉଭୟଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଖୋଜୁଥିବା ସମୟରେ ଦୁହେଁ ଫେରାର୍ ଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ମୋନାଲିସା ନିଜ ଘରେ ମାଙ୍କଡ ଏବଂ ଘୋଡା ରଖିଥିବା ଜଣାପଡିଛି । ଦୀର୍ଘ ବର୍ଷ ହେବ ସେ ଏପରି କାର୍ଯ୍ୟ କରିଆସୁଥିବା ସମୟରେ ବିଭିନ୍ନ ସମୟରେ ବିବାଦ ମଧ୍ୟକୁ ଟାଣିହୋଇଥିଲେ । ତେବେ ବର୍ତ୍ତମାନ ବନ ବିଭାଗର ଆକ୍ସନକୁ ଭୟ କରି ମୋନାଲିସା କେଉଁ ଆଡେ ଫେରାର୍ ହୋଇଯାଇଥିବା ଚର୍ଚ୍ଚା ହେଉଛି ।  ପିସିସିଏଫ୍‌ ଏବଂ କଟକ ଡିଏଫ୍‌ଓଙ୍କ ନିର୍ଦ୍ଦେଶ ପରେ ରବିବାର ସକାଳ ସମନୟରେ ଯାଜପୁର ରୋଡ୍‌ ବନଖଣ୍ଡ ରେଞ୍ଜ ଅଫିସ୍‌ଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ମୋନାଲିସାଙ୍କ ଘରେ ଚଢ଼ଉ କରିଥିଲେ। କିନ୍ତୁ ଉଭୟେ ସ୍ୱାମୀ-ସ୍ତ୍ରୀ ବନ ବିଭାଗ ଆସୁଥିବାର ଖବର ପାଇ କେଉଁଆଡେ ଚମ୍ପଟ ମାରିଛନ୍ତି । ତାଙ୍କ ଘରୁ ବନ ବିଭାଗ ମାଙ୍କଡ ଜବତ କରିଥିବା ସୂଚନା ମିଳିଛି । ଉକ୍ତ ମାଙ୍କଡଟିକୁ ବର୍ତ୍ତମାନ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଥିବା ସୂଚନା ମିଳିଛି । ମୋନାଲିସାଙ୍କ ନାମରେ 275/24ରେ ଏକ ମାମଲା ରୁଜୁ କରାଯାଇଛି। ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିବା ଜଣାପଡିଛି ।

Also Read- AirTelର ଜବରଦସ୍ତ ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ନାହିଁ ରିଚାର୍ଜ ଟେନସନ୍

Also Read- Budh Gochar 2024: ହୋଲି ପରଦିନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ