Former Speaker Maheshwar Mohanty: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର
Advertisement
Article Detail0/zeeodisha/odisha1941419

Former Speaker Maheshwar Mohanty: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର

Former Speaker Maheshwar Mohanty: ବର୍ତ୍ତମାନ ପରିସ୍ଥିତିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କୁ ଆଇସିୟୁରେ ରଖାଯାଇଥିବା ହସ୍ପିଟାଲ ପକ୍ଷରୁ ବୁଲେଟିନ୍ ଜାରି କରାଯାଇ କୁହାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମହେଶ୍ୱରଙ୍କ ଚିକିତ୍ସା କରୁଛନ୍ତି ।

Former Speaker Maheshwar Mohanty: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର

Former Speaker Maheshwar Mohanty: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ ଥିବା ଖବର ମିଳିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମହେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ହସ୍ପିଟାଲ ପକ୍ଷରୁ ବୁଲେଟିନ୍ ଜାରି କରାଯାଇ କୁହାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମହେଶ୍ୱରଙ୍କ ଚିକିତ୍ସା କରୁଛନ୍ତି ।

ମହେଶ୍ୱରଙ୍କ ଅସୁସ୍ଥତା ପରେ ତାଙ୍କୁ ପ୍ରଥମେ ସ୍ନାୟୁ ରୋଗ ବିଭାଗରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ପରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ପୁରୀର ବଡ଼ ଶଙ୍ଖ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ।  ମହେଶ୍ୱରଙ୍କ ଅସୁସ୍ଥ ହେବା ଖବର ଶୁଣି ଶାସକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଘରୋଇ ଡାକ୍ତରଖାନାରେ ତାଙ୍କୁ ଭେଟିଛନ୍ତି।  ଅମର ଶତପଥୀ, ଉମା ସାମନ୍ତରାୟ, ରୁଦ୍ର ମହାରଥୀ ଭଳି ପ୍ରମୁଖ ନେତା ହସ୍ପିଟାଲରେ ପହଁଞ୍ଚିଥିଲେ ।

ଗତ ୩୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମେଡିକାଲକୁ ଅଣାଯାଇଥିଲାା । ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି କହିଛନ୍ତି ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ।

Also read- Ollywood News: ଓଲିଉଡ ଅଭିନେତା ମନୋଜଙ୍କ ବ୍ୟାନ୍‌ ପ୍ରସଙ୍ଗ, ହସ୍ତକ୍ଷପ କଲେ OFDCର ଚେୟାରମ୍ୟାନ କୁନା ତ୍ରିପାଠୀ

Also read- India vs Sri Lanka LIVE Score and Updates: ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି