ଭୁବନେଶ୍ୱର: ନନ୍ଦନ କାନନର ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନର ବନ୍ଦ ହେବା ଓ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ଶୀତ ଦିନ ଥିବାରୁ ଅକ୍ଟୋବର ପହିଲାରୁ ଏହି ନୂଆ ସମୟକୁ ଲାଗୁ କରାଯାଇଛି। ଯାହା ପ୍ରତିବର୍ଷ କରାଯାଇଥାଏ। ଶୀତ ସମୟରେ ଦିନ ଛୋଟ ଥିବାରୁ ନନ୍ଦନକାନନର ଉଭୟ ଉଦ୍ୟାନ ସକାଳ ୮ଟାରୁ ଖୋଲାଯାଇ ସନ୍ଧ୍ୟା ୫ଟାରେ ବନ୍ଦ ହେବ। ଏହି ନୂତନ ସମୟ ସାରଣୀ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୁଣି ଦିନ ବଡ଼ ହେଉଥିବାରୁ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ସକାଳ ସାଢେ ୭ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଉଭୟ ଉଦ୍ୟାନ ଖୋଲା ରହିବ। ଏବେ ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଅପରାହ୍ଣ ସାଢେ ୪ଟା ମଧ୍ୟରେ ଭିତରକୁ ପ୍ରବେଶ ପାଇଁ ଟିକଟ ପାଇପାରିବେ ବୋଲି ନନ୍ଦନକାନନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।