ଆଜିଠୁ ମାଗଣାରେ ଶ୍ରୀକ୍ଷେତ୍ର ଭ୍ରମଣ ସୁଯୋଗ... ଖର୍ଚ୍ଚ ବହନ କରିବେ ସରକାର
Advertisement
Article Detail0/zeeodisha/odisha2077131

ଆଜିଠୁ ମାଗଣାରେ ଶ୍ରୀକ୍ଷେତ୍ର ଭ୍ରମଣ ସୁଯୋଗ... ଖର୍ଚ୍ଚ ବହନ କରିବେ ସରକାର

ରାଜ୍ୟର ପ୍ରାୟ ୧ ଲକ୍ଷ ୭୫ ହଜାର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ବୁଲେଇନେବେ ସରକାର । ମାଗଣାରେ ବସରେ ଆସିବା ସହ ମହାପ୍ରଭୁଙ୍କ ଦର୍ଶନ ଏବଂ ପରିକ୍ରମା ପ୍ରକଳ୍ପ ଭ୍ରମଣର ସୁଯୋଗ ମିଳିବ ।

ଆଜିଠୁ ମାଗଣାରେ ଶ୍ରୀକ୍ଷେତ୍ର ଭ୍ରମଣ ସୁଯୋଗ... ଖର୍ଚ୍ଚ ବହନ କରିବେ ସରକାର

ପୁରୀ: ରାଜ୍ୟର ପ୍ରାୟ ୧ ଲକ୍ଷ ୭୫ ହଜାର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ବୁଲେଇନେବେ ସରକାର । ମାଗଣାରେ ବସରେ ଆସିବା ସହ ମହାପ୍ରଭୁଙ୍କ ଦର୍ଶନ ଏବଂ ପରିକ୍ରମା ପ୍ରକଳ୍ପ ଭ୍ରମଣର ସୁଯୋଗ ମିଳିବ । ଏଥି ସହିତ ଯିବା ଆସିବା ସମୟରେ ଖାଦ୍ୟପେୟ ବାବଦକୁ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ ସରକାର । ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀର ପ୍ରତ୍ୟକ ପଞ୍ଚାୟତରୁ ଲୋକଙ୍କୁ ମିଳିବ ଏହି ସୁବିଧା । ପ୍ରତି ପଞ୍ଚାୟତର ୨୦ଜଣ ଲୋକ ଏହି ଯାତ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।

ଜାନୁଆରୀ ୨୫ ତଥା ଆଜି ପ୍ରଥମ ଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୧୨୮୦ ଜଣ ବ୍ୟକ୍ତି ବସ ମାଧ୍ୟମରେ ଶ୍ରୀକ୍ଷେତ୍ର ଆସୁଥିବାର ଖବର ମିଳିଛି । ଯେଉଁ ଲୋକ ପୁରୀ ଆସିବାକୁ ଆର୍ଥିକ ଭାବରେ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ ସରକାର ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି । ତେବେ ସମୁଦାୟ ୩୮୮୬ଟି ବସ ବ୍ୟବହାର କରାଯାଇ ମୋଟ ୧ଲକ୍ଷ ୭୪ ହଜାର ୭୪୦ ଲୋକଙ୍କୁ ପୁରୀ ଅଣାଯିବ ବୋଲି କୁହାଯାଇଛି । ଏହି ଶ୍ରୀକ୍ଷେତ୍ର ଭ୍ରମଣ କାର୍ଯ୍ୟକ୍ରମ ଜାନୁଆରୀ ୨୫ରୁ ଆରମ୍ଭ କରାଯାଇ ଫେବୃଆରୀ ୨୦ ତାରିଖରେ ଶେଷ ହେବ ବୋଲି କୁହାଯାଇଛି । ଏଥିସହିତ କେନ୍ଦ୍ରାପଡାର ମହାକାଳପଡା ନିର୍ବାଚନ ମଣ୍ଡଳୀ, ବାଲେଶ୍ୱର ରେମୁଣା ଏବଂ ସଦର, ଗଞ୍ଜାମ ଭଞ୍ଜନଗର, କଟକର ବାଙ୍କୀ ଓ ବାରବାଟୀ, ମୟୁରଭଞ୍ଜର ସାରସକଣା ଏବଂ କରଞ୍ଜିଆ ଅଞ୍ଚଳରୁ ସମୁଦାୟ ୯୯୮୦ ଲୋକ ପୁରୀ ଆସିବେ । ମୋଟ ୨୨୫ଟି ବସରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପରିକ୍ରମା ପ୍ରକଳ୍ପ ବୁଲିଦେଖିବେ । 

ତେବେ କେଉଁ ଦିନ କେଉଁ ନିର୍ବାଚନ ମଣ୍ଡଳୀରୁ ଲୋକମାନେ ଆସିବେ ସେନେଇ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ଜିଲ୍ଲାପାଳଙ୍କୁ ଚିଠି ଲେଖିବେ । 

Also Read- ୨୭ ତାରିଖ ପାଇଁ ସରକାରଙ୍କ ଛୁଟି ଘୋଷଣା, ମିଳିବ ୩ ଦିନ ଲଗାତାର ଛୁଟି

Also Read- Mangal Gochar 2024: ମକର ରାଶିରେ ମଙ୍ଗଳ ଚଳନ, ଏହି ରାଶିର ଫିଟିବ ଭାଗ୍ୟ