Gajapati News: ଗୁଣି ଗାରେଡି଼କୁ ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା
Advertisement

Gajapati News: ଗୁଣି ଗାରେଡି଼କୁ ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

Gajapati Double Murder: ଗତ ଫେବୃଆରୀ ମାସରେ ଗୁଣି ସନ୍ଦେହରେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବି ଏଭଳି ବିଭତ୍ସ ହତ୍ୟାକାଣ୍ତ ଘଟାଇଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି (Gajapati) ଜିଲ୍ଲା ଦମାଦୁଆ ପଞ୍ଚାୟତର ଘୋଡାପଙ୍କା ଗ୍ରାମରେ । ମୃତକ ହେଲେ ଘୋଡାପଙ୍କା ଗାଁର କପିଳେନ୍ଦ୍ର ମଲ୍ଲିକ (୪୫) ଓ ତାଙ୍କ ସ୍ତ୍ରୀ ଶଶି ମଲ୍ଲିକ (୪୦) ।

Gajapati News: ଗୁଣି ଗାରେଡି଼କୁ ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

Gajapati Double Murder: ଗୁଣିଗାରେଡି଼କୁ କେନ୍ଦ୍ର କରି ଦୁଇ ଜଣଙ୍କୁ ବିଭତ୍ସ ହତ୍ୟା (Murder) । ଘରେ ପଶି ଯୁବକଙ୍କୁ ହତ୍ୟା ପରେ ସ୍ତ୍ରୀକୁ ମଧ୍ୟ ଛାଡ଼ିଲେନି ଦୁର୍ବୁତ୍ତ । ଗତ ଫେବୃଆରୀ ମାସରେ ଗୁଣି ସନ୍ଦେହରେ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବି ଏଭଳି ବିଭତ୍ସ ହତ୍ୟାକାଣ୍ତ ଘଟାଇଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି (Gajapati) ଜିଲ୍ଲା ଦମାଦୁଆ ପଞ୍ଚାୟତର ଘୋଡାପଙ୍କା ଗ୍ରାମରେ । ମୃତକ ହେଲେ ଘୋଡାପଙ୍କା ଗାଁର କପିଳେନ୍ଦ୍ର ମଲ୍ଲିକ (୪୫) ଓ ତାଙ୍କ ସ୍ତ୍ରୀ ଶଶି ମଲ୍ଲିକ (୪୦) ।

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୭ଟା ବେଳେ ଘଟିଛି ଏହି ନାରକୀୟ ହତ୍ୟାକାଣ୍ଡ। ସଂନ୍ଧ୍ୟା ପ୍ରାୟ ୭ଟାରେ କପିଳେନ୍ଦ୍ର ଘରେ ଥିବା ସମୟରେ ପ୍ରଥମେ କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଖବର ପାଇ ଶଶି ଘରକୁ ଆସୁଥିବା ବେଳେ ଗାଁ ରାସ୍ତାରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ହତ୍ୟା କରିଥିଲେ ଦୁର୍ବୁତ୍ତ । ଏନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗୁଣିଗାରେଡି଼ (Black Magic) ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଡ଼ବା ଥାନା (Adava Police)  ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସେ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ଗୁଳିମାଡ଼ କରିଥିଲେ ଦୁର୍ବୁତ୍ତ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଗୁଣି ସନ୍ଦେହରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ କପିଳେନ୍ଦ୍ର ଅଡବା ଥାନାରେ ଅଭିଯୋଗ କରିଥିଲେ । ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ସ୍ୱାମୀ ଓ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି।

ପ୍ରକାଶ ଥାଉ, ଏହି ଘଟଣାରେ ଅଡବା ପୋଲିସ୍ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଗଜପତି ଜିଲ୍ଲାରେ ବହୁ ଲୋକେ ଗୁଣିଗାରେଡି଼ ବିଶ୍ବାସରେ ଅନେକ ଝାଡଫୁଙ୍କା ଓ ଚେରମୂଳ ଉପଚାର ଉପରେ ନିର୍ଭର କରୁଥିବା ବେଳେ କେତେବେଳେ କାହାର ଅଚାନକ ମୃତ୍ୟୁ ଘଟିଲେ ଗୁଣିଆ ସନ୍ଦେହ କରି ପ୍ରତିହିଂସା ପରାୟଣ ହେଉଛନ୍ତି ଲୋକେ। ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି । ଗତ ବିଳମ୍ବିତ ରାତିରେ ଘଟିଥିବା ଡବଲ ମର୍ଡର (Double Murder) ଘଟଣାରେ ଅଡବା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଆର୍ ଉଦୟଗିରି ଏସଡ଼ିପିଓ ଆଶ୍ୱିନ କୁମାର୍ ନାୟକ ।

ଏହା ବି ପଢନ୍ତୁ-Puri: ଆଜି ସୁନିଆ ଉତ୍ସବ, ଗଜପତି ମହାରାଜଙ୍କ ଆରମ୍ଭ ହେବ ୧୪୩୧ ସାଲ