ଘରେ ପସି ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଗିରଫ
Advertisement
Article Detail0/zeeodisha/odisha2373213

ଘରେ ପସି ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଗିରଫ

ଚିତ୍କାର କରିବାରୁ ପାଖ ପଡ଼ୋଶୀ ଦୌଡ଼ି ଆସିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଘରେ ପସି ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ଜଟଣୀ ଥାନା ଅଂଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରେ ପସି ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲା ଇନଫୋଭ୍ୟାଲି ଥାନା ଗଙ୍ଗପଡ଼ା ଗ୍ରାମର ସଦାଶିବ ପାଣ୍ଡିଆ ଓରଫ୍ ସୁକୁଟା (୫୯)। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ସହଯୋଗୀ ଫେରାର ରହିଛି। 

ଘଟଣାନୁଯାୟୀ, ଅଭିଯୋଗକାରୀ ସନ୍ତୋଷ ମହାରଣା ଘରେ ନଥିବାର ସୁଯୋଗ ନେଇ ଗତ ସେପ୍ଟେମ୍ବର ମାସ ୨୦୨୦ ମସିହାରେ ଗିରଫ ଅଭିଯୁକ୍ତ ସୁକୁଟା ଓ ଫେରାର ସହଯୋଗୀ ମିଶି ଘରେ ପସିଥିଲେ। ତାଙ୍କ ମା' ଓ ପତ୍ନୀଙ୍କୁ ଏକ ଲୁହା ରଡ୍ ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ଚିତ୍କାର କରିବାରୁ ପାଖ ପଡ଼ୋଶୀ ଦୌଡ଼ି ଆସିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ପାଖା ପାଖି ୪ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିଛି। ଏ ନେଇ ଥାନାରେ ଏକ କେସ ନଂ ୩୩୧/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପଟେ ସୁକୁଟାର ସହଯୋଗୀ ହାଡ଼ିଆ ଏବେବି ଫେରାର ରହିଛି। ପୁଲିସ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସୂଚନା ମିଳିଛି।