Ganja ban: ଶୈବପୀଠରେ ଗଞ୍ଜେଇ ବ୍ୟାନ, ସରକାରଙ୍କ ନିଷ୍ପତ୍ତିକୁ ନେଇ ଏପରି କହିଲେ ବାବା ବଳିଆ
Advertisement

Ganja ban: ଶୈବପୀଠରେ ଗଞ୍ଜେଇ ବ୍ୟାନ, ସରକାରଙ୍କ ନିଷ୍ପତ୍ତିକୁ ନେଇ ଏପରି କହିଲେ ବାବା ବଳିଆ

ଗଂଜେଇ ଓ ଭାଙ୍ଗ ସେବନ ଯୋଗୁଁ ଶୈବପୀଠ ଗୁଡ଼ିକର ଗାରିମା ନଷ୍ଟ ହେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ନିବେଦନ କରିଥିଲା ଟ୍ରଷ୍ଟ। ଯାହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀ କହିଛନ୍ତି- ଖାଲି ଶୈବପୀଠ ନୁହେଁ, ସବୁ ଧର୍ମପୀଠରେ ନିଶାଦ୍ରବ୍ୟ ବ୍ୟବହାର ନହେଉ। ଏଥିପାଇଁ କଠୋର ପଦକ୍ଷେପର ଆବଶ୍ୟକତା ରହିଛି।

Ganja ban: ଶୈବପୀଠରେ ଗଞ୍ଜେଇ ବ୍ୟାନ, ସରକାରଙ୍କ ନିଷ୍ପତ୍ତିକୁ ନେଇ ଏପରି କହିଲେ ବାବା ବଳିଆ

Ganja ban: ପୁରୀ: ଶୈବ ପୀଠରେ ଗଞ୍ଜେଇ ବ୍ୟାନକୁ ନେଇ ବାବା ବଳିଆ ରଖିଲେ ପ୍ରତିକ୍ରିୟା।ବଢୁଥିବା ଗଞ୍ଜେଇ ବ୍ୟବହାରକୁ ରୋକିବା ପାଇଁ ପୂର୍ବରୁ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ବାବା ବଳିଆ ।ତେଣୁ ସରକାରଙ୍କ ଏପ୍ରକାର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବାବା ବଳିଆ।ଏ ଦିଗରେ ସରକାର ପଦକ୍ଷେପ ନେଇଥିବା ବେଳେ ଅନ୍ୟ ନିଶାଦ୍ରବ୍ୟ ଯଥା ଗଞ୍ଜେଇ,ଚରସ ଓ ଗୁଟଖା ଓ ମଦ କୁ ମଧ୍ୟ ବ୍ୟାନ କରାଯିବାର ଆଵଶ୍ୟକତା ରହିଛି । ଶିବଙ୍କ ନାଁରେ ନିଶା ଦ୍ରବ୍ୟକୁ ଆପଣେଇବାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି ।ଗଞ୍ଜେଇକୁ ପ୍ରସାଦ କହି ଆପଣାଉଥିବା ଲୋକେ ଉପକାରୀ ବେଲପତ୍ରକୁ ନିତ୍ୟ ଗ୍ରହଣ କରିବା ଉଚିତ। ଶିବ ନାମର ସଂସ୍କାରକୁ ଗଞ୍ଜେଇ ବ୍ୟବହାର ଅପସଂସ୍କୃତି ଭାବରେ ଗଢି ତୋଳିଛି । ଯାହାର ବନ୍ଦ ହେବାର ଆବଶ୍ୟକତା ରହିଥିଲା । ଆହୁରି ମଧ୍ୟ ନିଶା ବିରୋଧରେ ପତ୍ର ମାଧ୍ୟମରେ ସ୍ୱର ଉତ୍ତୋଳନ ଜାରି ରଖିବେ ବୋଲି କହିଛନ୍ତି ବାବା ବଳିଆ।ସେପଟେ ଗଞ୍ଜେଇ ,ଭାଙ୍ଗ ଶିବଙ୍କ ପାଖରେ କୁସୁମା ଓ ବିଜୟା ଭାବରେ ଲାଗି ହୁଏ ବୋଲି ଯେଉଁମାନେ କହୁଛନ୍ତି ସେମାନେ କୁସଂସ୍କାରକୁ ଆଗେ ଦେଖନ୍ତୁ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଏଣିକି ରାଜ୍ୟର ସବୁ ଶୈବପୀଠରେ ଗଞ୍ଜେଇ ବ୍ୟାନ ସାଙ୍ଗକୁ ଏହାର ବ୍ୟବହାର ନିଷେଧ ପାଇଁ ବି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସବୁ ବିଭାଗ ପକ୍ଷରୁ ଜିଲ୍ଲାପାଳ-ଏସପିମାନଙ୍କୁ ଚିଠି ଲେଖାଯାଇ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ବିଭିନ୍ନ ଶିବ ମନ୍ଦିର ଓ ଏଥି ସହ ସଂପୃକ୍ତ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଗଂଜେଇର ବହୁଳ ବ୍ୟବହାର ହେଉଥିବା ନେଇ କିଛି ଦିନ ତଳେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ବିଭାଗ ପାଖରେ ଅଭିଯୋଗ ହୋଇଥିଲା।

ଏମିତିକି ଶିବ ଭଗବାନ କେବେ ବି ଗଂଜେଇ ସେବନ କରନ୍ତିନି ଓ ସମୟକ୍ରମେ ଏହା ଅନ୍ଧବିଶ୍ୱାସରେ ପରିଣତ ହୋଇଥିବା ଟ୍ରଷ୍ଟ ଦର୍ଶାାଇଥିଲା। ଏହାଛଡା ଗଂଜେଇ ଓ ଭାଙ୍ଗ ସେବନ ଯୋଗୁଁ ଶୈବପୀଠ ଗୁଡ଼ିକର ଗାରିମା ନଷ୍ଟ ହେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍ ପାଇଁ ନିବେଦନ କରିଥିଲା ଟ୍ରଷ୍ଟ। ଯାହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀ କହିଛନ୍ତି- ଖାଲି ଶୈବପୀଠ ନୁହେଁ, ସବୁ ଧର୍ମପୀଠରେ ନିଶାଦ୍ରବ୍ୟ ବ୍ୟବହାର ନହେଉ। ଏଥିପାଇଁ କଠୋର ପଦକ୍ଷେପର ଆବଶ୍ୟକତା ରହିଛି।