Electricity Bill: ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଖସିଲା ବିଜୁଳି ଦର
Advertisement
Article Detail0/zeeodisha/odisha2109121

Electricity Bill: ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଖସିଲା ବିଜୁଳି ଦର

Electricity Bill: ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । ବିଜୁଳି ଦର ହ୍ରାସ କରିଛି ଓଇଆରସି । ପ୍ରତି ସ୍ଲାବରେ ୧୦ ପଇସା କମ୍ ହୋଇଥିବା ସୂଚନା ମିଳିଛି । କିନ୍ତୁ ଘରୋଇ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ଉପଭୋକ୍ତାଙ୍କ ପାଇଁ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Electricity Bill: ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଖସିଲା ବିଜୁଳି ଦର

ଭୁବନେଶ୍ୱର: ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । ବିଜୁଳି ଦର ହ୍ରାସ କରିଛି ଓଇଆରସି । ପ୍ରତି ସ୍ଲାବରେ ୧୦ ପଇସା କମ୍ ହୋଇଥିବା ସୂଚନା ମିଳିଛି । କିନ୍ତୁ ଘରୋଇ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ଉପଭୋକ୍ତାଙ୍କ ପାଇଁ ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଯେଉଁମାନେ ବିପିଏଲ୍ ଉପଭୋକ୍ତା ସେମାନେ ମାସକୁ ପୂର୍ବରୁ ୮୦ ଟଙ୍କା ଦେଉଥିଲେ କିନ୍ତୁ ବର୍ତ୍ତମାନ ତାହା ୭୦ ଟଙ୍କାକୁ ଖସିଛି । ଯେଉଁ ଉପଭୋକ୍ତାମାନେ ଇ ବିଲ୍ ଗ୍ରହଣ କରିବେ ସେମାନଙ୍କୁ ଅତିରିକ୍ତ ୧୦ ଟଙ୍କା ରିହାତି ମିଳିବ ବୋଲି କୁହାଯାଇଛି ।

ମିଳିଥିବା ସୂଚନା ମୁତାବକ, ଇଭି ଚାର୍ଜିଂ ପାଇଁ ପୂର୍ବରୁ ଦର ଥିଲା ୫ଟଙ୍କା ୫୦ ପଇସା ତାହା ବର୍ତ୍ତମାନ ୫୦ ପଇସା କମ୍ ହୋଇଛି । ବର୍ତ୍ତମାନ ଘରୋଇ ଉପଭୋକ୍ତା ଇଭି ଚାର୍ଜିଂ ୫ଟଙ୍କା ଦେବେ । କେବଳ ସେତିକି ନୁହେଁ, ପ୍ରିପେଡ୍ ମିଟର ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଅତିରିକ୍ତ ୪ ପ୍ରତିଶତ ରିହାତି ମିଳିବ । ସଠିକ୍ ସମୟରେ ବିଲ୍ ପେମେଣ୍ଟ୍ କଲେ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ଦିଆଯିବ । ସେହିପରି ଶୀତଳ ଭଣ୍ଡାର କ୍ଷେତ୍ରରେ ଦର ୟୁନିଟ୍ ପିଛା ୧ଟଙ୍କା ୬୦ ପଇସା କମ୍ ହୋଇଛି ।

Also Read- Puri News: ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ଭିତର ଦୃଶ୍ୟ ସୋସିଆଲ୍ ମିଡିଆରେ..

Also Read- ୪ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଯନ୍ତ୍ରୀ