Advertisement
Article Detail0/zeeodisha/odisha2473824
Zee OdishaOdisha StateHabisyali Brata: ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ, ବ୍ରତ ଆରମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଦ୍ବନ୍ଦ

Habisyali Brata: ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ, ବ୍ରତ ଆରମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଦ୍ବନ୍ଦ

Habisyali Brata: କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ହବିଷ୍ୟାଳୀମାନେ ତାଙ୍କର ବ୍ରତ ଆରମ୍ଭ କରିବାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ। ପାଞ୍ଜିକାର ଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ଅକ୍ଟୋବର ୧୭କୁମାର ପୂର୍ଣ୍ଣିମା ଅକ୍ଟୋବର ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ଯୋଜନ ମଧ୍ୟ ଅକ୍ଟବର ୧୮ରୁ ଆରମ୍ଭ ହେଉଛି ସେହିଦିନ ଠାରୁ ମହାପ୍ରସାଦ ଯୋଗାଇଦିଆଯିବବୋଲି କହିଛନ୍ତି ନୀତି ପ୍ରଶାସକ।

Habisyali Brata: ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ, ବ୍ରତ ଆରମ୍ଭ ପୂର୍ବରୁ ସୃଷ୍ଟି ହୋଇଛି ଦ୍ବନ୍ଦ

Habisyali Brata: ଆଉ ଦୁଇ ଦିନ ପରେ  ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ। ସରକାରଙ୍କ ପକ୍ଷରୁ ପଞ୍ଜିକରଣ କରିଥିବା ମା' ମାନଙ୍କ ପାଇଁ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବାଗେଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହି ବ୍ରତ ପାଳନ କରିବେ। ମା' ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା  କରିବାକୁ ପ୍ରସ୍ତୁତି ହେଲାଣି ପ୍ରଶାସନ। ଏ ସମ୍ପର୍କରେ ଶେଷ ପ୍ରସ୍ତୁତି ବୈଠକମଧ୍ୟ  ଶେଷ ହୋଇଛି। ରହଣି ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, ପ୍ରବଚନ ଆଦି  ସୁବ୍ୟବସ୍ଥା କରାଯାଇଛି ସେପଟେ ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା  ପଞ୍ଜିକାରେ ଦ୍ବନ୍ଦ। କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ହବିଷ୍ୟାଳୀମାନେ ତାଙ୍କର ବ୍ରତ ଆରମ୍ଭ କରିବାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ। ପାଞ୍ଜିକାର ଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ଅକ୍ଟୋବର ୧୭କୁମାର ପୂର୍ଣ୍ଣିମା ଅକ୍ଟୋବର ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ଯୋଜନ ମଧ୍ୟ ଅକ୍ଟବର ୧୮ରୁ ଆରମ୍ଭ ହେଉଛି ସେହିଦିନ ଠାରୁ ମହାପ୍ରସାଦ ଯୋଗାଇଦିଆଯିବବୋଲି କହିଛନ୍ତି ନୀତି ପ୍ରଶାସକ।

 ଚଳିତ ମାସ ୧୮ ତାରିଖରୁ  ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ ।  ଶ୍ରୀ କ୍ଷେତ୍ର ଚଳ ଚଞ୍ଚଳ। ମା ମାନେ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ  ନିବାସ ଯଥା ବୃନ୍ଦାବତୀ ନିବାସ,ଅକ୍ଷୟ ପାତ୍ର, ବାଗେଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ରେ ରହି ବ୍ରତ ପାଳନ କରିବେ। ଏଥିସହ ନିଜସ୍ବ ବ୍ୟବସ୍ଥା ରେ ରହି ହଜାର ହଜାର  ହବିଷ୍ୟାଲି ବ୍ରତ କରିବେ। ତେବେ ସରକାରଙ୍କ ପକ୍ଷରୁ ପଞ୍ଜିକରଣ କରିଥିବା ମା' ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପ୍ରସ୍ତୁତି ହେଲାଣି ପ୍ରଶାସନ। ଏ ନେଇ ଶେଷ ପ୍ରସ୍ତୁତି ବୈଠକ କରାଯାଇଛି। ରହଣି ବ୍ୟବସ୍ଥା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ,ପ୍ରବଚନ  ରେ ଜେଭଳି ଅବ୍ୟବସ୍ଥା ନ ହୁଏ ଟା ଉପରେ ଗୁରୁତ୍ୱ ଦିଆଯାଇଛି। ଗତବର୍ଷ ର ଅଭିଜ୍ଞତା ଆଧାର ରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ କରିବାକୁ ଯୋଜନା ରଖିଛି ପ୍ରଶାସନ। ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ହବିଷ୍ୟାଳୀ ମା ମାନଙ୍କର ମନ୍ଦିର ଦର୍ଶନ କୁ ଶୃଙ୍ଖଳିତ କରିବା ସହ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବିଭାଗ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି।ପରସ୍ପର ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ  କୁହାଯାଇଛି। ସେପଟେ ହବିଷ୍ଯାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ଯାପକ ପୁଲିସ ମୁତୟନ ହେବେ। ୨ ଜଣ ଅତିରିକ୍ତ ସ୍ପପି, ୯ ଜଣ ଡି ସ ପି, ୧୦ ଜଣ ଇନ୍ସ୍ପେକଟର, ୬୩ ଜଣ SI/ASI, ୧୮ ହାବିଲଦାର, ୯୬ କନେଷ୍ଟବଳ, ୩୬ ହୋମଗାର୍ଡ, ୨୦ ପ୍ଲାଟୁନ, ଫୋର୍ସ ନିୟଜିତ କରାଯିବ ବୋଲି ଏସପି କହିଛନ୍ତି।

ପହିଲି କାର୍ତ୍ତିକ ବ୍ରତ କେଉଁ ଦିନ ଆରମ୍ଭ କରିବେ କାର୍ତ୍ତିକ ବ୍ରତଧାରିଣୀ ହବିଷ୍ୟାଳୀ। କୁମାର ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହେବ  ନା କୁମାର ପୂର୍ଣ୍ଣିମା ପରଦିନ ହବିଷ୍ୟାଳୀମାନେ ବ୍ରତ ପାଇଁ ସଂଙ୍କଳ୍ପ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। କିଛି ପଞ୍ଜିକାରେ ଅକ୍ଟବର ୧୭ ତାରିଖରେ  କୁମାର ପୂର୍ଣ୍ଣିମା, ସୁଦର୍ଶନ ମହାପ୍ରଭୁଙ୍କ ଚାରି ଆଶ୍ରମ ବିଜେ ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପରମ୍ପରା ମୁତାବକ କୁମାର ପୂର୍ଣ୍ଣିମା ପରଦିନ ବା କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ କାର୍ତ୍ତିକ ବ୍ରତ।  ଏଭଳି ପଞ୍ଜିକାର ଭିନ୍ନ ଭିନ୍ନ ତଥା ଅ ସମାଞ୍ଜସ୍ୟ ଯୋଗୁଁ କେଉଁ ଦିନ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ଜାଣି ପାରୁନାହାନ୍ତି ହଵିଷ୍ୟାଳୀ ସେପଟେ ଚଳିତ ବର୍ଷ ପଞ୍ଚୁକରୁ ଗୋଟିଏ ଦିନ କ୍ଷୟ ଯାଉଛି ପଞ୍ଚୁକ ପାଞ୍ଚଦିନ ବଦଳରେ ୪ଦିନ ହେଉଛି।

Add Zee News as a Preferred Source

ତେବେ ଆଶ୍ବିନ ମାସ ଶୁକ୍ଳପକ୍ଷ ଏକାଦଶୀରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ରେ କାର୍ତ୍ତିକ ବ୍ରତ ଓ ବାଳଧୂପ କିନ୍ତୁ ପରମ୍ପରା ମୁତାବକ କୁମାର ପୂର୍ଣ୍ଣମା ପରଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ହବିଷ୍ୟାଳୀ ଯୋଜନା କରାଯାଇଛି ସମସ୍ତ ହବିଷ୍ୟାଳୀ ଙ୍କ ପାଇଁ ଆଗାମୀ ଅକ୍ଟବର ୧୮ ତାରିଖରୁ ରହିବା ଓ ମହାପ୍ରସାଦ ଖାଇବା ପାଇଁ ଵ୍ୟବସ୍ଥା କରାଯାଇଛି । ସମସ୍ତ ହବିଷ୍ୟାଳୀ ମାନେ ସେହିଦିନ ବ୍ରତ ଆରମ୍ଭ କରିବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ଦୈନଦିନ ଚଳଣୀ ପାଇଁ ସାଧରଣ ଲୋକ ପଞ୍ଜିକା ଉପରେ ନିର୍ଭର କରିଥାନ୍ତି।  ପଞ୍ଜିକାର ତିଥି, ବାର, ଯାନି ଯାତ୍ର, ଶୁଭ ବେଳା, ମାହେନ୍ଦ୍ର ବେଳା, ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ, ଉପସନା ଆଦି କରିଥାନ୍ତି କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଯାନି ଯାତ୍ରାକୁ ନେଇ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଥାଏ ବା କିପରି ସେହି ପର୍ଵକୁ ପାଳନ କରିବେ ତାକୁ ନେଇ ତର୍କ ବିତର୍କ ଲାଗିରହେ। ଯେପରେ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି…

About the Author