ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ୍
Advertisement
Article Detail0/zeeodisha/odisha2403711

ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ୍

High court notice: ଅନିୟମିତତା କରିଥିବା ହେତୁ ତାଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ନେଇ ହାଇକୋର୍ଟରେ ପିଟିସନ୍‌ ଦାଏର ହୋଇଛି।

ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ୍। ନିର୍ବାଚନୀ ଅନିୟମିତତା ମାମଲାକୁ ନେଇ ସାଂସଦ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲବେଳେ ସେ ଦେଇଥିବା ସତ୍ୟପାଠରେ ସମ୍ପତ୍ତି ତାଲିକାର ତଥ୍ୟ ଠିକ୍‌ ଭାବେ ଦର୍ଶାଇ ନାହାନ୍ତି। ବିଜେପି ଟିକଟରେ ସାଂସଦ ପ୍ରାର୍ଥୀ ଭାବେ ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ନିମନ୍ତେ ରବୀନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନିୟମିତତା କରିଥିବା ହେତୁ ତାଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ନେଇ ହାଇକୋର୍ଟରେ ପିଟିସନ୍‌ ଦାଏର ହୋଇଛି। ପରାଜିତ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ପିଟିସନ ଦାଏର କରିଛନ୍ତି।