Advertisement
Article Detail0/zeeodisha/odisha2374107

ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କୁ ହାଇକୋର୍ଟଙ୍କ ନୋଟିସ୍

Odisha High court: କେ.ଭି. ସିଂହଦେଓଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ବିଜେଡି ପ୍ରାର୍ଥୀ ସରୋଜ ମେହେର କୋର୍ଟରେ ଅଭିଯୋଗ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ଵର: ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ପରାଜିତ ବିଜେଡି ପ୍ରାର୍ଥୀ ସରୋଜ ମେହେର ଦାଖଲ କରିଥିବା ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି କରାଯାଇଛି। କେ.ଭି. ସିଂହଦେଓଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ବିଜେଡି ପ୍ରାର୍ଥୀ ସରୋଜ ମେହେର କୋର୍ଟରେ ଅଭିଯୋଗ କରିଛନ୍ତି। ତେବେ ୩୦ ଅଗଷ୍ଟ ମଧ୍ୟରେ ଏହାର ଜବାବ ଦେବାକୁ ଶ୍ରୀ ସିଂହଦେଓଙ୍କୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଅଗଷ୍ଟ ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। 

Add Zee News as a Preferred Source
About the Author