ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ
Advertisement
Article Detail0/zeeodisha/odisha2417839

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ

Vigilance raid: ସ୍କୁଲରେ ଥିବା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ମେଦିନିପୁର ଗାଁରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପଡ଼ିଲେ ଜଣେ ପ୍ରଧାନ ଶିକ୍ଷକ। ସ୍କୁଲରେ ନାମ‌ ଲେଖାଇବା ପାଇଁ ଜଣେ ଅଭିଭାବକଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛନ୍ତି।ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲା ଟି. ରାମପୁର ଗୋପାଳପୁର ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟର ନବୀନ ସାହୁ। ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଅନ୍ୟପଟେ ସ୍କୁଲରେ ଥିବା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ମେଦିନିପୁର ଗାଁରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ସୁମିତ୍ରା ନାଏକ ନାମ୍ନୀ ମହିଳାଙ୍କ ଝିଅକୁ ସ୍କୁଲରେ ନାମ ଲେଖାଇବା ପାଇଁ ଶ୍ରୀ ସାହୁ ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ କଳାହାଣ୍ଡି ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ କାବୁ କରିଥିଲେ। ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି।