ସାମ୍ବାଦିକା ମଧୁସ୍ମିତା ପରିଡ଼ା ମୃତ୍ୟୁ ମାମଲା, ସ୍ୱାମୀ ଶ୍ରୀଧର ଜେନାଙ୍କୁ ବାନ୍ଧିଲା ପୁଲିସ
Advertisement
Article Detail0/zeeodisha/odisha2352593

ସାମ୍ବାଦିକା ମଧୁସ୍ମିତା ପରିଡ଼ା ମୃତ୍ୟୁ ମାମଲା, ସ୍ୱାମୀ ଶ୍ରୀଧର ଜେନାଙ୍କୁ ବାନ୍ଧିଲା ପୁଲିସ

Journalist death case: ଉଭୟ ୫ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ।

ସାମ୍ବାଦିକା ମଧୁସ୍ମିତା ପରିଡ଼ା ମୃତ୍ୟୁ ମାମଲା, ସ୍ୱାମୀ ଶ୍ରୀଧର ଜେନାଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ଵର: ରାଜଧାନୀରେ ସାମ୍ବାଦିକା ୱେବ ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ସ୍ବାମୀ ଶ୍ରୀଧର ଜେନା। ପ୍ରଥମେ ଅଟକ ରଖି ପଚରାଉଚରା କରିବା ପରେ ଶ୍ରୀଧରର ଜେନାଙ୍କୁ ଗିରଫ କରିଛି ପୁଲିସ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ରୁଜୁ ହୋଇଛି ହତ୍ୟାକାଣ୍ଡ ମାମଲା। ଭୁବନେଶ୍ୱରର ଧଉଳି ଥାନା ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ମଧ୍ୟ ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ। ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ। ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି।ଗତକାଲି ରାତିରେ ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା। 

ଅନ୍ୟପଟେ ମହିଳାଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସାମାଜିକ ଗଣମାଧ୍ୟମ ‘ଇନଷ୍ଟାଗ୍ରାମ’ରେ ପୋଷ୍ଟ କରିଥିବା ଭିଡିଓ ଏବେ ଭାଇରାଲ୍ ହେଉଛି। ଭିଡିଓରେ ସେ କାନ୍ଦିକାନ୍ଦି କହୁଛନ୍ତି, ମା ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ପାଞ୍ଚ ବର୍ଷ ପ୍ରେମ ସମ୍ପର୍କରେ ରହିଲା ପରେ ବିବାହ କରିଥିଲି। କିନ୍ତୁ ବିବାହ ପରେ ତାଙ୍କର ସ୍ୱାମୀ ତାଙ୍କୁ ଧୋକା ଦେଉଛନ୍ତି। ସେ ଅନ୍ୟ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି। ସେ ମୋ ସାଙ୍ଗ ଏବଂ ତାଙ୍କର ସାଙ୍ଗ ସହିତ ରାତି ଗୋଟାଏ, ଦୁଇଟା ଯାଏ କଥା ହେଉଛନ୍ତି। ମୁଁ ଏସବୁ ଜାଣିଗଲି, ଯୋଉଟା ମୋର ସବୁଠୁ ବଡ଼ ଭୁଲ। ଏବେ ମତେ କହୁଛନ୍ତି ତୋ ସହ ମୁଁ ରହିପାରିବିନି। ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି। ଛୁଟିରେ ରହିଲେ ଆମର ଝଗଡା ହେଉଛି। କ୍ଷମା କରିଦେବ ମୋତେ ମୁଁ ଆଉ ସହିପାରୁନି ବୋଲି କହିଥିଲେ।