ନିଜ ଜୀବନ ହାରିବାରେ ଓଡ଼ିଶା ଆଗୁଆ, ପୂର୍ବ ବର୍ଷ ଅପେକ୍ଷା ୮.୭ ପ୍ରତିଶତ ବୃଦ୍ଧି
Advertisement
Article Detail0/zeeodisha/odisha1995043

ନିଜ ଜୀବନ ହାରିବାରେ ଓଡ଼ିଶା ଆଗୁଆ, ପୂର୍ବ ବର୍ଷ ଅପେକ୍ଷା ୮.୭ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନିଜ ଜୀବନ ନିଜେ ହାରିବା ଟ୍ରେଣ୍ଡ ବଢ଼ି ଚାଲିଛି। ପ୍ରତି ଏକ ଲକ୍ଷ ଲୋକସଂଖ୍ୟାରେ ୧୩.୩ ଜଣ ବିଭିନ୍ନ କାରଣ ଯୋଗୁଁ ଜୀବନ ହାରୁଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ଏହି କ୍ରମରେ ଜାତୀୟ ହାରାହାରି ହାର ୧୨.୪ ରହିଛି। ରାଜନୀତିକ ସ୍ଥିରତା, ଅର୍ଥନୀତିକ ଅଭିବୃଦ୍ଧି ସତ୍ତ୍ୱେ ଏପରି ପ୍ରବଣତା ପଛରେ ପାରିବାରିକ ବିଶୃଙ୍ଖଳାକୁ ଏକ ବିଶେଷ କାରଣ ଭାବେ ଗ୍ରହଣ କରିଛନ୍ତି ଜାତୀୟ ଅପରାଧିକ ନଥି ବ୍ୟୁରୋ ବା ଏନ୍‍ସିଆର୍‍ବି।

ସୋସିଆଲ ମିଡିଆ)

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନିଜ ଜୀବନ ନିଜେ ହାରିବା ଟ୍ରେଣ୍ଡ ବଢ଼ି ଚାଲିଛି। ପ୍ରତି ଏକ ଲକ୍ଷ ଲୋକସଂଖ୍ୟାରେ ୧୩.୩ ଜଣ ବିଭିନ୍ନ କାରଣ ଯୋଗୁଁ ଜୀବନ ହାରୁଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ଏହି କ୍ରମରେ ଜାତୀୟ ହାରାହାରି ହାର ୧୨.୪ ରହିଛି। ରାଜନୀତିକ ସ୍ଥିରତା, ଅର୍ଥନୀତିକ ଅଭିବୃଦ୍ଧି ସତ୍ତ୍ୱେ ଏପରି ପ୍ରବଣତା ପଛରେ ପାରିବାରିକ ବିଶୃଙ୍ଖଳାକୁ ଏକ ବିଶେଷ କାରଣ ଭାବେ ଗ୍ରହଣ କରିଛନ୍ତି ଜାତୀୟ ଅପରାଧିକ ନଥି ବ୍ୟୁରୋ ବା ଏନ୍‍ସିଆର୍‍ବି।

ସଦ୍ୟ ପ୍ରକାଶିତ, ଏନସିଆରବି ରିପୋର୍ଟରେ ଯେଉଁ ପରିସଂଖ୍ୟାନ ଦର୍ଶାଯାଇଛି ତାହା ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ଚେତାବନୀ ସଦୃଶ। ଏଥିରେ କୁହାଯାଇଛି ଯେ, ପାରିବାରିକ କଳହ ହେତୁ ଅଧିକ ସଂଖ୍ୟାରେ ମହିଳା ଏପରି ଜୀବନ ହାରିବା ବାଟ ବାଛୁଛନ୍ତି।  ଆର୍ଶ୍ଚଯ୍ୟର କଥା ସେମାନଙ୍କ ମଧ୍ଯରୁ ଶିକ୍ଷିତ ଘରୋଇ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ଏହାସହ ବିଫଳ ପ୍ରେମ କାହାଣୀ, ଯୌନ ଅକ୍ଷମତା, ବେକାରୀ ହେଉଛି ଏପରି ଜୀବନ ହାରିବା ପଛର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ। ରିପୋର୍ଟରେ ଦର୍ଶାଯାଇଥିବା ତଥ୍ୟ କହୁଛି ଯେ, ୧୮ରୁ ୪୫ ବର୍ଷ ବୟସର ଯୁବପିଢ଼ିଙ୍କ ପାଖରେ ଏପରି ପ୍ରବଣତା ଅଧିକ ରହିଛି। ବିବାହ ବିଚ୍ଛେଦ, ବିଧବା, ଯୌତୁକ ନିର୍ଯାତନା ଆଦି କାରଣ ଯୋଗୁଁ ଦିନକୁ ଦିନ ଏପରି ପ୍ରବଣତାରୁ ତଳକୁ ଯାଉଛି।

୨୦୨୨ରେ କେବଳ ଓଡ଼ିଶାରେ ୬୧୪୦ ଜଣ ନିଜ ଜୀବନ ହାରିଛନ୍ତି। ଏହି ବର୍ଦ୍ଧିତ ଟ୍ରେଣ୍ଡ ପଛରେ ମୁଖ୍ୟତଃ ପାରିବାରିକ ଅଶାନ୍ତିକୁ ଦାୟୀ କରାଯାଇଛି। ସମୁଦାୟ ଆତ୍ମହତ୍ୟା କରୁଥିବା ଲୋକଙ୍କ ଭିତରୁ ୩୦୩୧ ଜଣ ଅର୍ଥାତ୍‍ ୪୯.୪ ପ୍ରତିଶତ ଲୋକଙ୍କ ମୃତ୍ୟୁ ପଛରେ ପାରିବାରିକ ଅଶାନ୍ତି ଏକ ପ୍ରମୁଖ କାରଣ ବୋଲି ବ୍ୟୁରୋ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଜାତୀୟ ହାରଠାରୁ ଏହି ପ୍ରବଣତା ରାଜ୍ୟରେ ଅଧିକ। ଏପରି କି, ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କଠାରୁ ମଧ୍ୟ ଏହି ଟ୍ରେଣ୍ଡ ଅଧିକ ଥିବା ଏନସିଆରବି ରିପୋର୍ଟରେ କୁହାଯାଇଛି। ଜାତୀୟସ୍ତରରେ ୨୦୨୨ ମସିହାରେ ପ୍ରତି ଏକ ଲକ୍ଷରେ ୧୨.୪ ଜଣ ନିଜ ଜୀବନ ନିଜେ ହାରୁଥିବାବେଳେ ଓଡ଼ିଶାରେ ୧୩.୩ ପ୍ରତିଶତ ରହିଛି। ବିହାରରେ ଏହି ହାର ୦.୬ ପ୍ରତିଶତ ଥିବାବେଳେ ଝାଡ଼ଖଣ୍ଡରେ ୫,୬, ପଶ୍ଚିମବଙ୍ଗରେ ୧୨.୮ ପ୍ରତିଶତ ରହିଛି।

ସର୍ବଭରତୀୟ ସ୍ତରରେ ସବୁଠାରୁ ଅଧିକ ବିବାହିତ ଲୋକ ହିଁ  ଅଧିକ ନିଜ ଜୀବନ ନିଜେ ହାରୁଛନ୍ତି। ପୁଣି ଏହି ବର୍ଗକୁ ଅଧିକ ଅନୁଶୀଳନ କଲେ ଘରେ ରହୁଥିବା ମହିଳାଙ୍କ ସଂଖ୍ୟା ଅଧିକ। ଓଡ଼ିଶାରେ ସର୍ବାଧିକ ଗୃହଲକ୍ଷ୍ମୀ ବା ଘରେ ରହୁଥିବା ବିବାହିତ ମହିଳା ହିଁ ନିଜ ଜୀବନ ହାରିଛନ୍ତି। ୨୦୨୨ରେ ସମୁଦାୟ ଆତ୍ମହତ୍ୟା ସଂଖ୍ୟା ଭିତରୁ ୨୬୯୧ ଜଣ ମହିଳା ଏହି ବର୍ଗ ଅନ୍ତର୍ଭୁକ୍ତ।

ଦେଶରେ ସମୁଦାୟ ନିଜ ଜୀବନ ହାରୁଥିବା ବ୍ୟକ୍ତିଙ୍କ ମତରେ ୬.୬ ପ୍ରତିଶତ ହେଉଛନ୍ତି କୃଷକ ବା କୃଷି ଶ୍ରମିକ। ଏଥିରେ ଓଡ଼ିଶା, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ମିଜେରାମ, ତ୍ରିପୁରା, ଚଣ୍ଡିଗଡ଼, ଦିଲ୍ଲୀ, କ୍ଲକ୍ଷାଦୀପ ଏବଂ ପୁଡୁଚେରୀ ଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୃଷି ଶ୍ରମିକ ବା କୃଷକ ନିଜ ଜୀବନ ହାରୁଥିବାରଥବା ଦର୍ଶାଯାଇ ନାହିଁ।

Also Read-Cyclone Michaung: ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ବେହାଲ ଚେନ୍ନାଇ: ୫ ମୃତ

ସମଗ୍ର ଦେଶରେ ଏହିବର୍ଷ ୧ ଲକ୍ଷ ୭୦ ହଜାର ୯୨୪ ଜଣ ନିଜ ଜୀବନ ହାରିଛନ୍ତି। ୨୦୨୧ ତୁଳନାରେ ଏହା ୪.୨୧ ପ୍ରତିଶତ ଅଧିକ।  ଏହିଭଳି ମୃତ୍ୟୁ ଘଟଣାରେ ମହାରାଷ୍ଟ୍ର ସବୁଠାରୁ ଆଗୁଆ ରହିଥିବାବେଳେ ଏହା ପଛକୁ ରହିଛି ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ। ଏହି ୫ ରାଜ୍ୟରେ ଦେଶର ୪୯.୩ ପ୍ରତିଶତ ଆତ୍ମହତ୍ୟା ପରିସଂଖ୍ୟାନ ରେକର୍ଡ କରାଯାଇଛି।