ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ ଉଛନ୍ନ, ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା
Advertisement
Article Detail0/zeeodisha/odisha2037427

ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ ଉଛନ୍ନ, ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା

 କନିଷିର ଦୁଇ ସାଙ୍ଗ କୁରେଶ ବେହେରା ଏବଂ ସୋନୁ ବିଷୋୟୀ ନିଜ ଗାଁରୁ ପଦଯାତ୍ରା ମାଧ୍ୟମରେ ଅଯୋଧ୍ୟାକୁ ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କରିବା ପରେ ପଦଯାତ୍ରା ଆରମ୍ଭ କରିଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ ଉଛନ୍ନ, ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା

ଗଞ୍ଜାମ: ନୂଆବର୍ଷ ୨୦୨୪ର ପ୍ରଥମ ମାସ ଅର୍ଥାତ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଦେଶ ଚଳଚଞ୍ଚଳ ହୋଇ ଉଠିଛି । ଏଥିନିମନ୍ତେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ଦେଶର ପ୍ରମୁଖ ମନ୍ଦିର ତଥା ଅନୁଷ୍ଠାନ ଗୁଡିକୁ ମଧ୍ୟ ନିମନ୍ତ୍ରଣ ପତ୍ର ପଠାଯାଇଛି । ଏହିକ୍ରମରେ ଅନେକ ବ୍ୟକ୍ତି ସ୍ୱେଚ୍ଛା କୃତ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳରୁ ୨ଜଣ ଓଡ଼ିଆ ଯୁବକ ଅଯୋଧ୍ୟାକୁ ପଦଯାତ୍ରା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, କନିଷିର ଦୁଇ ସାଙ୍ଗ କୁରେଶ ବେହେରା ଏବଂ ସୋନୁ ବିଷୋୟୀ ନିଜ ଗାଁରୁ ପଦଯାତ୍ରା ମାଧ୍ୟମରେ ଅଯୋଧ୍ୟାକୁ ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ସ୍ଥିର କରିବା ପରେ ପଦଯାତ୍ରା ଆରମ୍ଭ କରିଛନ୍ତି । ଉଭୟେ ବନ୍ଧୁ ଡୁରା ମହାବିଦ୍ୟାଳୟର ଛାତ୍ର ହୋଇଥିବାବେଳେ ନିଜ ପକେଟ୍ ଖର୍ଚ୍ଚ ପାଇଁ ପାର୍ଟ ଟାଇମ୍ ଚାକିରି ମଧ୍ୟ କରନ୍ତି । ସନାତନ ଧର୍ମର ପ୍ରଚାର ପ୍ରସାର କରିବାକୁ ଦୁଇ ବନ୍ଧୁ ରୁଚି ରଖନ୍ତି । କେବଳ ସେତିକି ନୁହେଁ ଉଭୟଙ୍କ ମନରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଭକ୍ତି ରହିଛି । ଦିନକୁ ୩୫ କିମିରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରିବା ସହ ୪୦ ଦିନ ମଧ୍ୟରେ ସମୁଦାୟ ୧୪ଶହ କିମି ରାସ୍ତା ଅତିକ୍ରମ କରିବାକୁ ଦୁଇ ବନ୍ଧୁ ଯୋଜନା ରଖିଛନ୍ତି । ପୂର୍ବରୁ କାନ୍ଧରେ ପାଣି ଭାର ନେଇ ଦୁହେଁ ୧୮୦କିମି ପାଦରେ ଯାତ୍ରା କରିଥିବା କହିଛନ୍ତି । ତେବେ ବର୍ତ୍ତମାନ ଅଯୋଧ୍ୟାକୁ ପଦଯାତ୍ରା ସେମାନଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍ ହେବ ବୋଲି ସ୍ଥାନୀୟବାସୀ କହିଛନ୍ତି । ତେବେ ଏହି ଲମ୍ୱା ପଦଯାତ୍ରା ପାଇଁ ଉଭୟେ ପ୍ରଶାସନର ଅନୁମତି ମଧ୍ୟ ନେଇଛନ୍ତି ।

Also Read- 'ଜୟ ଶ୍ରୀ ରାମ' ନାମ ସହ ଅଯୋଧ୍ୟାକୁ ଉଡିଲା ପ୍ରଥମ ବିମାନ, ଯାତ୍ରୀଙ୍କୁ କରାଗଲା ଏପରି ସ୍ୱାଗତ...

Also Read- ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଲା ବ୍ୟାଙ୍କ ଅଫ୍ ବରୋଦା ! ଏବେ FD ଉପରେ ମିଳିବ ଅଧିକ ସୁଧ...