ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ
Advertisement
Article Detail0/zeeodisha/odisha2376068

ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ

Vigilance Raid: ଏକ ସ୍ମଶାନ ଗୃହ ବିଲ କରାଇବା ପାଇଁ ପ୍ରତାପ କାଣ୍ଡିଙ୍କଠୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।

ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ

ଜଗସିଂହପୁର: ରାଜ୍ୟ ସାରା ଭିଜିଲାନ୍ସ ପକ୍ଷରୁ ଜୋରଦାର ଚଢ଼ଉ ହେଉଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ କରିଛି । ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକଙ୍କୁ ଧରିଛି ଭିଜିଲାନ୍ସ। ଏକ ସ୍ମଶାନ ଗୃହ ବିଲ କରାଇବା ପାଇଁ ପ୍ରତାପ କାଣ୍ଡିଙ୍କଠୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରା ପଡ଼ିଛନ୍ତି। 

ସୂଚନାଯୋଗ୍ୟ ଯେ, ଠିକାଦାର ଏକ ଶ୍ମଶାନ କାମ କରିଥିଲେ। ଏଥିରେ ତାଙ୍କର ଟଙ୍କା ପାଇନଥିଲେ। ଅନେକ ଦିନ ହେଲାଣି ବିଲ୍ ପାସ ହୋଇନଥିଲା। କନିଷ୍ଠ ଯନ୍ତ୍ରୀ ୨୫ହଜାର୍ ଟଙ୍କା ପିସି ନେଲେ ବିଲ୍ ପାସ ହେବ ବୋଲି କହିଥିଲେ। ଏହାପରେ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ଏ ବିସୟରେ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ଠିକାଦାର ଜଣଙ୍କ ଟଙ୍କା ଦେବା ସମୟରେ ଟିମ୍ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଥିଲେ। ଏଥିସହ ଯନ୍ତ୍ରୀଙ୍କ ଜଣେ ସହଯୋଗୀକୁ କାବୁ କରିଛି ଭିଜିଲାନ୍ସ ଟିମ୍।