Odisha News:(ଭୁବନେଶ୍ବର) : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ(Kalahandi University) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ (Maa manikeshwari University) ନାମିତ କରାଯାଇଛି। ଆଜିଠାରୁ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ।
Trending Photos
Odisha News:(ଭୁବନେଶ୍ବର) : କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ(Kalahandi University) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ (Maa manikeshwari University) ନାମିତ କରାଯାଇଛି। ଆଜିଠାରୁ ଏହା ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ALSO READ: Puri News: ଜାଣନ୍ତୁ ଓଡି଼ଶାର କେଉଁ ସବୁ ଦେବପୀଠରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର
ଗତ ନଭେମ୍ବର ପହିଲାରେ କଳାହାଣ୍ଡି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଭାବାବେଗ, ଧାର୍ମିକ ଆସ୍ଥା ଓ ସଂସ୍କୃତିକୁ ଆଖିରେ ରଖି ଏହି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀ ଙ୍କ ନାମରେ ନାମିତ କରବା ପାଇଁ ଘୋଷଣା କରିଥିଲେ। ଆଜିଠାରୁ ଏହା ଲାଗୁ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସମୁଦାୟ ୫୦ଟି କଲେଜକୁ ନେଇ ୨୦୨୦ ସେପ୍ଟେମ୍ବର ମାସରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା।