Advertisement
Article Detail0/zeeodisha/odisha1718250
Zee OdishaOdisha StateKhordha Tourist Places: ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଆଢୁଆଳରେ କୋଶଳାଶୁଣୀ ପୀଠ

Khordha Tourist Places: ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଆଢୁଆଳରେ କୋଶଳାଶୁଣୀ ପୀଠ

Maa Kosalasuni Pitha: ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଅବହେଳିତ ପଡ଼ିରହିଛ ଖୋର୍ଦ୍ଧା ଜିଲ୍ଲାର କୋଶଳାଶୁଣୀ ପୀଠ। ଏହି ସ୍ଥାନ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ରହିଥିବା କୁହାଯାଉଛି।

Khordha Tourist Places: ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଆଢୁଆଳରେ କୋଶଳାଶୁଣୀ ପୀଠ

Maa Kosalasuni Temple: ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଦୀର୍ଘ ବର୍ଷ ବିତିଲାଣି। ଯୋଜନା ପରେ ଯୋଜନା ଚାଲିଛି, ହେଲେ ପଦକ୍ଷେପ କିନ୍ତୁ ଶୂନ। କେବଳ ତିନି ଚାରୋଟି ବୋର୍ଡ ଲଗାଇ ଦେଇ ଚୁପ ହୋଇ ବସିପଡିଛି ପର୍ଯ୍ୟଟନ ବିଭାଗ। ଖୋର୍ଦ୍ଧା ଜିଲ୍ଳା ବୋଲଗଡ଼ ବ୍ଲକ ଅନ୍ତଗର୍ତ କୋଶଳାଶୁଣୀ ମନ୍ଦିର ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି। ନାଁ ଏଠାକୁ ଆସିବାକୁ ଭଲ ରାସ୍ତା ଅଛି ନାଁ ଏଠାରେ ସେଭଳି କୌଣସି ଆଖିଦୃଶିଆ ଉନ୍ନତିମୂଳକ କାର୍ଯ୍ୟ ହୋଇଛି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ। ସେହିପରି ଏହି ପୀଠକୁ ଅନେକ ନେତା ମନ୍ତ୍ରୀ ମଧ୍ୟ ବୁଲିବାକୁ ଆସିଥାନ୍ତି। ଏଠାକାର ପ୍ରାକୃତିକ ପରିବେଶରେ ବୁଲିବା ସହ ଭୋଜିଭାତ ମଧ୍ୟ କରିବାର ନଜିର ରହିଛି। ହେଲେ ସେମାନଙ୍କ ଦୃଷ୍ଟି ମଧ୍ୟ ଏହି ପୀଠ ଉପରେ ପଡ଼ିପାରୁନାହିଁ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ (Khordha District Headquarter) ଠାରୁ ୩୨ କିଲୋମିଟର ଦୂର ଆରିକମା ଜଙ୍ଗଲର (Khordha District Arikama Forest) କେନ୍ଦ୍ର ସ୍ଥଳରେ ଅବସ୍ଥିତ ରହିଛି ମା କୋଶଳାଶୁଣୀ ପୀଠ (Maa Kosalasuni Pitha)। ଶାନ୍ତ ଏବଂ ପ୍ରାକୃତିକ ପରିବେଶରେ ଭରା ହେଉଛି ଏହି ପୀଠ। ରାଜ୍ୟ ସରକାର ପୀଠର ଗୁରୁତ୍ୱକୁ ଉପଲବ୍ଧି କରି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଲେ। ହେଲେ ଏହା ଭିତରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ବିକାଶ କଥା ପଛରେ ଥାଉ, ସାମାନ୍ୟ ସୁବିଧା ମଧ୍ୟ ଏଠାରେ ଉପଲବ୍ଧ ନାହିଁ। ଘୋଷଣା କେବଳ ସାଇନବୋର୍ଡ ମଧ୍ୟରେ ରହିଯାଇଛି। ସେପଟେ ଏହି ସ୍ଥାନର ଯାହା କିଛି ଉନ୍ନତି ହୋଇଛି, ତାହା କେବଳ ଶ୍ରଦ୍ଧାଳୁଙ୍କ ଅନୁଦାନରେ ହୋଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। 

ଭୁବନେଶ୍ୱରରୁ ପର୍ଯ୍ୟଟକ କଣ୍ଟିଲୋ ନୀଳମାଧବ ପୀଠକୁ ଯିବା ରାସ୍ତାର କଳାପଥର ଠାରୁ ମାତ୍ର ୬ କିଲୋମିଟର ଦୂରରେ ପଡ଼େ କୋଶଳାଶୁଣୀ ପୀଠ। ହେଲେ ଏହାକୁ ଆସିବା ପାଇଁ ଉପଯୁକ୍ତ ରାସ୍ତା ନ ଥିବାରୁ ଥରେ ଯିଏ ଏହି ରାସ୍ତାରେ ଯାଏ, ଦ୍ୱିତୀୟ ଥର ଯିବା ପାଇଁ ଅମଙ୍ଗ ହୋଇଥାଏ। ଶାଳ ଜଙ୍ଗଲ ଭରା ପରିବେଶ ମଧ୍ୟରେ ଏହି ପୀଠ ରହିଥିବାରୁ ଅନେକ ସମୟରେ ଭୋଜିଭାତ କରିବାକୁ ବହୁ ଲୋକେ ଏଠାକୁ ଆସିଥାନ୍ତି। ହେଲେ ପିଲାଙ୍କ ପାଇଁ ପାର୍କ ଠାରୁ ଆରମ୍ଭ କରି ମହିଳାଙ୍କ ପାଇଁ ପରିଶ୍ରାଗାର କିମ୍ବା ଶୌଚାଳୟ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ଅଭିଯୋଗ ହେଉଛି। 

Add Zee News as a Preferred Source

ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀଙ୍କୁ ପଚାରିବାରେ ସେ ଅତି ହାଲୁକା ଭାବେ ଏହାର ଉତ୍ତର ରଖିଛନ୍ତି। ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ପରେ ଯାହା ସବୁ ଅସୁବିଧା ରହିଛି, ତାହା ବିଭାଗୀୟ ଅଧିକାରୀଙ୍କ ପାଖରେ ଉପସ୍ଥାପନା କରି ସମାଧାନ ପାଇଁ ଚେଷ୍ଟା କରିବି। ବିଭିନ୍ନ ଐତିହାସିକ ପୀଠକୁ ସରକାର ପୁନରୁଦ୍ଧାର ପାଇଁ ହାତକୁ ନେଇଥିଲେ ମଧ୍ୟ କୋଶଳାଶୁଣୀ ପୀଠ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ (Khordha District Administration) ଏବଂ ପର୍ଯ୍ୟଟନ ବିଭାଗ (Khordha District Tourism Department) ତୁରନ୍ତ ସର୍ବନିମ୍ନ ସୁବିଧା ଏହି ପୀଠରେ ଯୋଗାଇ ଦେବା ପାଇଁ ଦାବି ହେଉଛି। ଅନ୍ୟପଟେ ଏହି ପୀଠର ବିକାଶ ପାଇଁ ରାଜ୍ୟ ସରକାର, ପର୍ଯ୍ୟଟନ ବିଭାଗ ଏବଂ ୫-ଟି ସଚିବ ମହୋଦୟ ଟିକେ ଶୁଭ ଦୃଷ୍ଟିରେ ଚାହିଁବାକୁ ଗ୍ରାମବାସୀ ଅନାଇ ବସିଛନ୍ତି।

About the Author