Khordha: ଜାଲ ଦସ୍ତଖତ କରି ଟଙ୍କା ଉଠାଇନେଲେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ; ଥାନାର ଦ୍ୱାରସ୍ଥ ହେଲେ ବିଡ଼ିଓ
Advertisement

Khordha: ଜାଲ ଦସ୍ତଖତ କରି ଟଙ୍କା ଉଠାଇନେଲେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ; ଥାନାର ଦ୍ୱାରସ୍ଥ ହେଲେ ବିଡ଼ିଓ

Khordha News: ଠିକାଦାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବିଡ଼ିଓ। 

Khordha: ଜାଲ ଦସ୍ତଖତ କରି ଟଙ୍କା ଉଠାଇନେଲେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ; ଥାନାର ଦ୍ୱାରସ୍ଥ ହେଲେ ବିଡ଼ିଓ

Khordha Fraud News: ବ୍ଲକରେ ଠିକାଦାରୀ କରୁଥିବା ଠିକାଦାର ବାବୁ ଠିକା କାମ ପାଇଁ ଜମା କରିଥିବା ୧୫ ଲକ୍ଷର ସିକ୍ୟୁରିଟି ଟଙ୍କାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଜାଲ ଦସ୍ତଖତ ମାଧ୍ଯମରେ ଉଠାଇଥିବାର ଅଭିଯୋଗ ହୋଇଛି। ଠିକାଦାର ଜଣଙ୍କ ଆଉ କେହି ନୁହେଁ  ବରଂ ଖୋର୍ଦ୍ଧା ଜିଲାର ଚିଲିକା ବ୍ଲକର ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଚିଲିକା ବ୍ଲକ ୫ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ଯ କିଶୋର ବେହେରା। ଏହି ଘଟଣା ସାମ୍ନାକୁ ଆସିବା ପରେ ଠିକାଦାରଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଟାଙ୍ଗୀ ବ୍ଲକ ବିଡ଼ିଓ। 

ଏନେଇ ହୋଇଥିବା ଅଭିଯୋଗ ଅନୁସାରେ କିଶୋର ବେହେରା ଟାଙ୍ଗୀ ବ୍ଲକରେ ବିଭିନ୍ନ ଠିକାକାମ କରିଥାନ୍ତି। ଗୋଟିଏ ଠିକାକାମ ପାଇଁ ଠିକାଦାର କିଶୋର ସ୍ଥାନୀୟ ବ୍ୟାଙ୍କରେ ୧୫ ଲକ୍ଷ ଟଙ୍କାର ସିକ୍ୟୁରିଟ ମନି ଡିପୋଜିଟ କରିଥିଲେ। ହେଲ ଠିକାକାମ ସରିବା ପୂର୍ବରୁ ଟାଙ୍ଗୀ ବ୍ଲକର ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ଏବଂ ସରକାରୀ ଚିଠିକୁ ଜାଲ କରି ବ୍ୟାଙ୍କରୁ ଉକ୍ତ ୧୫ ଲକ୍ଷ ଜମା ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଟାଙ୍ଗୀ ବିଡିଓ ଥାନାରେ ଏତଲା ଦେଇଛନ୍ତି। ଟାଙ୍ଗୀ ପୋଲିସ ୪୨୦ ଭଳି ଠକେଇ ସହିତ ଅନ୍ୟାନ୍ଯ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି।

ଏ ସମ୍ପର୍କରେ ଟାଙ୍ଗି ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ଯ ତାହା ସମ୍ଭବ ହୋଇପାରିନାହିଁ। ହେଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଏବଂ ଟାଙ୍ଗି ଥାନା ଭାରପ୍ରାପ୍ତ ଅଧିକାରୀ ଥାନାରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସ୍ବୀକାର କରିଛନ୍ତି। ସେପଟେ କିଶୋର ବେହରାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା କୁହାଯାଉଛି।  ହେଲେ ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ କିଶୋର ବେହେରା।

ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆସାହିର ଶତ୍ରୁଘ୍ନ ବେହେରାଙ୍କ ପୁଅ କିଶୋର ବେହେରା ବୋଲି ଜଣାପଡିଛି। ମଙ୍ଗଳବାର ତାଙ୍କୁ ସ୍ଥାନୀୟ ଅଦାଲତରଙ୍କୁ ହାଜର କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ପୋଲିସ ସୂଚନା ଅନୁସାରେ ଠିକାଦାର କିଶୋର ବେହେରା କିଛି ଦିନ ପୂର୍ବରୁ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବାଦପାରୀ ଏବଂ ଲକ୍ଷ୍ମୀଧରପୁର ଗ୍ରାମରେ ଦୁଇଟି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ଡର ଜିତିଥିଲେ। ଟେଣ୍ଡର ପ୍ରକ୍ରିୟାର ନିର୍ଦ୍ଦେଶନାମା ଅନୁଯାୟୀ ଠିକାଦାର ଜଣହ୍କ ଇଣ୍ଡିଆନ ବ୍ୟାଙ୍କର ସୋରୋଁ ଶାଖାରେ ଟାଙ୍ଗି ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କା ଜମା କରିଥିଲେ।

ହେଲେ ପରେ ଠିକାଦାର ଟାଙ୍ଗି ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ବ୍ୟାଙ୍କ ଠାରେ ଜମା ହୋଇଥିବା ଟଙ୍କା ଉଠାଇ ନେଇଥିଲେ। କିଛି ଦିନ ପୂର୍ବେ ଏହି ଘଟଣା ସମ୍ପର୍କରେ ବିଡ଼ିଓ ଜାଣିବାକୁ ପାଇଥିଲେ। ଗତ ୨୦ ତାରିଖରେ ଟାଙ୍ଗୀ ବିଡ଼ିଓ ସ୍ଥାନୀୟ ଥାନାରେ ଏଫ୍ଆଇଆର୍ ଦାଖଲ କରିଥିଲା। ଏନେଇ ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା ଯେ ଅଭିଯୁକ୍ତ ଟାଙ୍ଗି ବ୍ଲକ ଉନ୍ନୟନ ଅଧିକାରୀ ଜାଲ୍ ଦସ୍ତଖତ ଥିବା ଏକ ନକଲି ଚିଠି ଇଣ୍ଡିଆନ୍ ବ୍ୟାଙ୍କର ଶାଖା ପରିଚାଳକ ସୋରୋଁ ନିକଟରେ ଦାଖଲ କରି ଜମା ହୋଇଥିବା ସିକ୍ୟୁରିଟି ଟଙ୍କା ପ୍ରତ୍ୟାହାର କରିନେଇଥିଲେ। 

ନିଜର ଅଭିଯୋଗରେ ବିଡ଼ିଓ ଦର୍ଶାଇଛନ୍ତି ଯେ ବ୍ୟାଙ୍କ ଶାଖା ପରିଚାଳକ କିପରି କିଶୋର ବେହେରାଙ୍କ ଭଳି ଜଣେ ଲୋକଙ୍କ ବ୍ୟକ୍ତିଗତ ଚିଠିକୁ କିପରି ଗ୍ରହଣ କରିଥିଲେ? କାହିଁକି ଶାଖା ପରିଚାଳକ ଚିଠିର ସତ୍ୟତା ଯାଞ୍ଚ କରିନାହାଁନ୍ତି? ଠିକାଦାର କିଶୋର ବେହେରାକୁ ଟଙ୍କା ଦେବା ପୂର୍ବରୁ ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଛନ୍ତି ନା ନାହିଁ? ଏହି ଠକେଇରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଡିଓ ଅନୁରୋଧ କରିଛି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ପୋଲିସ ଆଇପିସି ଧାରା ୪୨୦, ୪୬୫ ଏବଂ ୪୭୧ ଅନୁଯାୟୀ ଏକ ମାମଲା ରୁଜୁ କରିଛି।