Khurdha: ବିରୁଡି଼ କାମୁଡିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଗରମ ଛୁରୀରେ ଚେଙ୍କ ଦେଲେ ଦିଦି । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅସରଳା ପଞ୍ଚାୟତ ଅସରଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
Trending Photos
Khordha News: (ସୂର୍ଯ୍ୟନାରାୟଣ ମହାନ୍ତି) ଶିକ୍ଷୟିତ୍ରୀଙ୍କ ଅମାନବୀୟ କାଣ୍ଡ । ବିରୁଡି଼ କାମୁଡିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଗରମ ଛୁରୀରେ ଚେଙ୍କ ଦେଲେ ଦିଦି । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅସରଳା ପଞ୍ଚାୟତ ଅସରଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଚତୁର୍ଥ ଶ୍ରେଣୀ ଛାତ୍ରୀ ସାଇନା ବିଶ୍ବାଳ ବିଦ୍ଯାଳୟରେ ସାଙ୍ଗଙ୍କ ସହ ଖେଳୁଥିବା ବେଳେ ହଠାତ ଏକ ବିରୁଡି ତାଙ୍କ କାନ୍ଧକୁ କାମୁଡି ଦେଇଥିଲା । ଫଳରେ ତାଙ୍କୁ ପ୍ରବଳ ବିନ୍ଧା ହୋଇଥିଲା । ଏନେଇ ସେ ଦିଦିଙ୍କୁ ଜଣାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଏକ ଛୁରୀ ଗରମ କରି ତାଙ୍କ ବେକରେ ଚେଙ୍କ ଦେଇଥିଲେ । ଚେଙ୍କ ଦେବା ପରେ ତାଙ୍କ ଶରୀରରେ ଫୋଟକା ହୋଇଯାଇଥିଲା । ପରେ ଛାତ୍ରୀଙ୍କୁ ଅସହ୍ଯ ଯନ୍ତ୍ରଣା ହେବାରୁ ଅଭିଭାବକଙ୍କୁ ଏ ବିଷୟରେ ନଜଣାଇ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ସାଇନା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ବିଦ୍ୟାଳୟର କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ଏନେଇ ଅଭିଭାବକଙ୍କୁ ଅବଗତ କରାଇନଥିଲେ, ଏମିତି କି ଚିକିତ୍ସା ପରେ ତାଙ୍କୁ ଘରକୁ ଛାଡ଼ିବାକୁ ମଧ୍ଯ ଯାଇନଥିଲେ ।
Aslo Read-Cyclone Update: ସମ୍ଭାବ୍ୟ ବାତ୍ୟା ନେଇ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ଏନେଇ ଛାତ୍ରୀ ଜଣଙ୍କ ବାପା ଓ ମାଆଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ସରକାରୀ ବିଦ୍ଯାଳୟରେ ଜଣେ ଶିକ୍ଷୟତ୍ରୀଙ୍କ ଏଭଳି ଅମାନବୀୟ କାଣ୍ତକୁ ସ୍ଥାନୀୟ ଅଚଂଳରେ ନିନ୍ଦା କରିବା ସହ ସମ୍ପୃକ୍ତ ଶିକ୍ଷୟତ୍ରୀ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ । ସେପଟେ ଏଭଳି ଘଟଣା ଘଟିବା ଦୁଃଖଦାୟକ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମତ ଦେଇଛନ୍ତି । ଅନ୍ୟପଟେ କୌଣସି ଉଦେଶ୍ୟ ରଖି ସେ ଏପରି କରିନଥିବା ସମ୍ପୃକ୍ତ ଶିକ୍ଷୟତ୍ରୀ କହିଛନ୍ତି ।