ସାବାଡ୍ ହେବେ ଅପରାଧି ! ଜାଣନ୍ତୁ କଣ କହିଲେ ନୂଆ ଡିଜିପି ୱାଇବି ଖୁରାନିଆ
Advertisement
Article Detail0/zeeodisha/odisha2387337

ସାବାଡ୍ ହେବେ ଅପରାଧି ! ଜାଣନ୍ତୁ କଣ କହିଲେ ନୂଆ ଡିଜିପି ୱାଇବି ଖୁରାନିଆ

ଦାୟିତ୍ୱ ଗ୍ରହଣ ପରେ  ନୂଆ ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଉନ୍ନତମାନର ପୋଲିସ ସେବା ଯୋଗାଇବା ମୂଳ କର୍ତ୍ତବ୍ୟ ରହିବ । ଏଥିସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ । 

ସାବାଡ୍ ହେବେ ଅପରାଧି ! ଜାଣନ୍ତୁ କଣ କହିଲେ ନୂଆ ଡିଜିପି ୱାଇବି ଖୁରାନିଆ

ଭୁବନେଶ୍ୱର: ଓଡ଼ିଶା ପୁଲିସର ନୂତନ ଡିଜିପି ହୋଇଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର୍ ଯୋଗେଶ ବାହାଦୁର ଖୁରାନିଆ । ସେ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଯାଇଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦାୟିତ୍ୱ ଗ୍ରହଣ ପରେ  ନୂଆ ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଉନ୍ନତମାନର ପୋଲିସ ସେବା ଯୋଗାଇବା ମୂଳ କର୍ତ୍ତବ୍ୟ ରହିବ । ଏଥିସହ ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ । ମାଓ ମୁକାବିଲାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ତେଣୁ ଆଗକୁ ଏହା କିପରି ବଜାୟ ରହିବ ସେ ପ୍ରତି ଧ୍ୟାନ ଦିଆଯିବ । ଏଥିସହ ଶାନ୍ତିଶୃଙ୍ଖଳା ବଜାୟ, ଅପରାଧ ତଦନ୍ତ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ । କେବଳ ଏତିକି ନୁହେଁ, ଦୁର୍ବଳବର୍ଗ, ଶିଶୁ, ମହିଳା, ଏସ୍‌ସିଏସ୍‌ଟି ଅପରାଧ ଉପରେ ଧ୍ୟାନ ରହିବ ବୋଲି କହିଛନ୍ତି ନୂଆ ଡିଜିପି । ସାଇବର ଅପରାଧକୁ ସଫଳତାର ସହ ମୁକାବିଲା ଉପରେ ପଦକ୍ଷେପ ନିଆଯିବ । ମାଦକ ଦ୍ରବ୍ୟ କାରବାର ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଜନତାଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ମୁଁ, ମୋ ସହକର୍ମୀମାନେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ୱାଇବି ଖୁରାନିଆ ।

ସୂଚନାଯୋଗ୍ୟ ଯେ, ୱାବି ଖୁରାନିଆ ପୂର୍ବରୁ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି। ସେହିପରି ଭୁବନେଶ୍ୱର-କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଡିଜିପି ପାଇଁ ତାଙ୍କ ନାମ ସୁପାରିସ କରାଯାଇ ଥିଲା। 

ତେବେ ଓଡ଼ିଶାକୁ ନୂଆ ଡିଜିପି ଭାବେ ଆଇପିଏସ୍ ଯୋଗେଶ ବାହାଦୂର (ୱାବି) ଖୁରାନିଆଙ୍କୁ ଦାୟିତ୍ଵ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ଆଶା ସଂଚାର ହୋଇଥିଲା। ଖୁରାନିଆଙ୍କ ବ୍ୟାଚର ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ତତକାଳୀନ ବିଜେଡି ସରକାର ଗତ ଡିସେମ୍ବର ୩୧ରୁ ରାଜ୍ୟ ପୁଲସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲେ। କେନ୍ଦ୍ର ଶ୍ରୀ ଖୁରାନିଆଙ୍କୁ ଓଡ଼ିଶାକୁ ଫେରାଇ ଦେବା ପରେ ରାଜ୍ୟ ସରକାର ପୁଲିସ ଡିଜି ଚୟନ ପାଇଁ ପ୍ରକ୍ରିୟାକୁ ଅନୁସରଣ କରି ଶ୍ରୀ ଖୁରାନିଆଙ୍କୁ ଡିଜି ପଦଵୀରେ ଅବସ୍ଥାପିତ କରିବେ ବୋଲି ଚର୍ଚ୍ଚା ହେଉଥିଲା। 

Also Read- Weekly Horoscope: ଅଗଷ୍ଟ ୨୫ ପୂର୍ବରୁ ଏହି ରାଶିକୁ ମିଳିବ ଖୁସି ଖବର

Also Read- ଅମିତ୍‌ଙ୍କୁ କୋଣାର୍କ ଚକ୍ର ଉପହାର ଦେଲେ ମୁଖ୍ୟମନ୍ତ୍ରୀ