Niladri Bije: ସରିଲା ନବଦିନାତ୍ମକ ଯାତ୍ରା, ନୀଳକନ୍ଦର ବାହୁଡ଼ିଲେ ନୀଳାଦ୍ରିନାଥ
Advertisement
Article Detail0/zeeodisha/odisha2344148

Niladri Bije: ସରିଲା ନବଦିନାତ୍ମକ ଯାତ୍ରା, ନୀଳକନ୍ଦର ବାହୁଡ଼ିଲେ ନୀଳାଦ୍ରିନାଥ

Niladri Bije: ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି(pahandi) ହୋଇଥିଲା। ଭକ୍ତ ଓ ଭଗବାନଙ୍କ ଅପୂର୍ବ ଭାବାବେଗ ଦେଖିବାକୁ ମିଳିଛି। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅଧରପଣା ନୀତି ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ବିଜେ କାହାଳୀ ସହ ଘଣ୍ଟନାଦର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲିଝୁଲି ନୀଳକନ୍ଦରକୁ ଫେରିଛନ୍ତି ବଡ଼ଠାକୁର।

Niladri Bije: ସରିଲା ନବଦିନାତ୍ମକ ଯାତ୍ରା, ନୀଳକନ୍ଦର ବାହୁଡ଼ିଲେ ନୀଳାଦ୍ରିନାଥ

Niladri Bije: ଶେଷ ହୋଇଛି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ସରିଛି ନବଦିନାତ୍ମକ ଯାତ୍ରା, ଭାଇ-ଭଉଣୀଙ୍କ ସହ ବଡ ଦେଉଳକୁ ବାହୁଡିଛନ୍ତି ମହାପ୍ରଭୁ। ଦୀର୍ଘ ୧୩ ଦିନ ପରେ ତିନି ଠାକୁର ଶ୍ରୀମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଏବଂ ଶ୍ରୀ ସୁଦର୍ଶନ। ଗତକାଲି ନୀଳାଦ୍ରୀ ବିଜେ ନୀତିରେ ତିନି ରଥରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇଥିଲା। ବିଳମ୍ବିତ ରାତି ଯାଏ ପହଣ୍ଡି ଜାରି ରହିଥିଲା। ଆଜି ସକାଳେ ରତ୍ନ ବେଦୀରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି।

ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି(pahandi) ହୋଇଥିଲା। ଭକ୍ତ ଓ ଭଗବାନଙ୍କ ଅପୂର୍ବ ଭାବାବେଗ ଦେଖିବାକୁ ମିଳିଛି। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଅଧରପଣା ନୀତି ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ବିଜେ କାହାଳୀ ସହ ଘଣ୍ଟନାଦର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲିଝୁଲି ନୀଳକନ୍ଦରକୁ ଫେରିଛନ୍ତି ବଡ଼ଠାକୁର।

ନୀତି ନିର୍ଘଣ୍ଟ:

-୩ରଥ ରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ - ୦୩.୩୫ ରୁ ୦୪.୨୫

-ଚାରମାଳ ବନ୍ଧା ଆରମ୍ଭ -୦୪.୫୦

- ଚାରମାଳ ବନ୍ଧା ଶେଷ -୦୭.୩୦

- ସିଂହାସନ ମାଜଣା -୦୭.୫୦

-ପହଣ୍ଡି ଆରମ୍ଭ -୦୮.୦୫

-ମହାଲକ୍ଷ୍ମୀ ଭେତମଣ୍ଡପ କୁ ବିଜେ -୧୧.୪୫

-ମହାଲକ୍ଷ୍ମୀଙ୍କ ବାହୁଡା଼ ବିଜେ - ୧୨.୨୫

-ପହଣ୍ଡି ଶେଷ - ୦୧.୨୦

ସର୍ବପ୍ରଥମେ ମଦନମୋହନ(Madanmohana) ଓ ରାମକୃଷ୍ଣ ବିଗ୍ରହ ଦକ୍ଷିଣୀ ଘରେ ବିଜେ ପରେ ସୁଦର୍ଶନଙ୍କ ଗୋଟି ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ରଙ୍କ ଗୋଟି ପହଣ୍ଡିରେ ଦେଖିଥିଲେ ଭକ୍ତ। ବଡ଼ ଭାଇ ପଛେ ପଛେ ଭଉଣୀ ସୁଭଦ୍ରାଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଶେଷରେ ମହାପ୍ରଭୁ ଜଗନନ୍ନାଥଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା ।

ସେପଟେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ଅଭିମାନୀନି ମହାଲକ୍ଷ୍ମୀ। ରଥଯାତ୍ରାରେ ତାଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେଇନଥିଲେ। ଏହି ସମୟରେ ମା’ଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ଶ୍ରୀଜଗନ୍ନାଥ।