କଟକ ଏସସିବିରେ ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ
Advertisement
Article Detail0/zeeodisha/odisha2383314

କଟକ ଏସସିବିରେ ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

SCB Cuttack: ଏହାରି ମଧ୍ୟରେ ହସ୍ପିଟାଲ୍ ରେ ଆଖି ଅପରେଶନ ସମୟରେ ରୋଗୀଙ୍କ ଜୀବନ ଚାଲିଯାଇଥିବା ନେଇ ଅଭିଯୋଗ ହୋଇଛି।

କଟକ ଏସସିବିରେ ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କଟକ: କଟକ ଏସସିବି ହସ୍ପିଟାଲକୁ ବିବାଦ ପିଛା ଛାଡୁନି। ଗୋଟିଏ ପରେ ଗୋଟିଏ ବିବାଦ ମୁଁହ ଟେକୁଛି। ଯାହାକି ଦୁଇ ଦିନ ପୂର୍ବେ ମହିଳାଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିବା ବେଳେ ହସ୍ପିଟାଲ୍ ଉଠୁଛି ପଡୁଛି। ଏହାରି ମଧ୍ୟରେ ହସ୍ପିଟାଲ୍ ରେ ଆଖି ଅପରେଶନ ସମୟରେ ରୋଗୀଙ୍କ ଜୀବନ ଚାଲିଯାଇଥିବା ନେଇ ଅଭିଯୋଗ ହୋଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। କଟକ ଭାଣପୁର ଅଂଚଳର ଟୁନିଆ ରାଉତଙ୍କ ଆଖି ଖରାପ ହୋଇଥିବାରୁ ସେ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କ ଆଖି ଅପରେଶନ କରିବା ପୂର୍ବରୁ ଏକ ଇଞ୍ଜେକସନ ଦେଇଥିଲେ। ଏହା ପରେ ଗୁରୁତର ହୋଇପଡିଥିଲେ ଟୁନିଆ। 

ତେଣୁ ଡାକ୍ତରଙ୍କ ପରାମର୍ଶରେ ପରିବାର ଲୋକ ଟୁନିଆଙ୍କୁ କଟକ ଏସସିବି ମେଡିକାଲକୁ ନେଇଥିଲେ। ଏସସିବିରେ ଡାକ୍ତର ଟୁନିଆଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକ ଡାକ୍ତରଙ୍କ ଚିକିତ୍ସା ଅବହେଳା ଏବଂ ଭୂଲ ଇଞ୍ଜେକସନ ଯୋଗୁଁ ରୋଗୀଙ୍କ ମ୍ରୁତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ହସ୍ପିଟାଲ୍ ପରିସରରେ ଅସନ୍ତୋଷ ଦେଖା ଦେଇଛି।