Odisha News: ବର୍ଷାରେ ବେହାଲ ମାଲକାନଗିରି: ଯାତାୟାତ ଠପ, ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଞ୍ଚଳ
Advertisement
Article Detail0/zeeodisha/odisha2345847

Odisha News: ବର୍ଷାରେ ବେହାଲ ମାଲକାନଗିରି: ଯାତାୟାତ ଠପ, ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଞ୍ଚଳ

Odisha News: ଶୁକ୍ରବାର ସନ୍ଧ୍ୟାରୁ ପୋଲ ଉପରେ ୩ ଫୁଟ ଉଚ୍ଚ ର ଜଳ ପ୍ରଭାହ ଥିବା ବେଳେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଏହି ଜଳସ୍ତର ଆହୁରି ବଢ଼ିବାରେ ଲାଗିଛି । ସେହିପରି ମାଲକାନଗିରି ରୁ କାଲିମେଳା କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଟେରୁ ପୋଲ ଉପରେ ମଧ୍ୟ ପ୍ରାୟ ୪ଫୁଟ ଉଚ୍ଚତା ର ଜଳ ପ୍ରବାହିତ ହେଉଛି । ଜଳପ୍ରଭାହ ଦ୍ୱାରା ଯାତାୟାତ ଠପ ହୋଇଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି ।

Odisha News: ବର୍ଷାରେ ବେହାଲ ମାଲକାନଗିରି: ଯାତାୟାତ ଠପ, ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଞ୍ଚଳ

Odisha News: ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ବଡ ଧରଣର ବର୍ଷା ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ଜିଲ୍ଲା ଏକ ପ୍ରକାର ବିଚ୍ଛିନ୍ନ ହୋଇପଡିଥିଲା । ତାଳି ଆଞ୍ଚଲ ସମେତ ଜିଲ୍ଲାର ବିଭିନ୍ନ ସ୍ଥ୍ଯାନରେ ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ପାଙ୍ଗ।ମ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ପୋଲ ଉପରେ ଜଳ ପ୍ରବାହିତ ହେବାରୁ ଯାତାୟାତ ବନ୍ଦ ହୋଇଯାଇଛି। ସେହିପରି କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଠୁ ମୋଟୁ ଓ ଆନ୍ଧ୍ରକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ଓ ଏମ ଭି ୯୬ ପୋଲ ଉପରେ ଜଳ ପ୍ରଭାହିତ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରୁ ପୋଲ ଉପରେ ୩ ଫୁଟ ଉଚ୍ଚ ର ଜଳ ପ୍ରଭାହ ଥିବା ବେଳେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଏହି ଜଳସ୍ତର ଆହୁରି ବଢ଼ିବାରେ ଲାଗିଛି । ସେହିପରି ମାଲକାନଗିରି ରୁ କାଲିମେଳା କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଟେରୁ ପୋଲ ଉପରେ ମଧ୍ୟ ପ୍ରାୟ ୪ଫୁଟ ଉଚ୍ଚତା ର ଜଳ ପ୍ରବାହିତ ହେଉଛି । ଜଳପ୍ରଭାହ ଦ୍ୱାରା ଯାତାୟାତ ଠପ ହୋଇଯାଇଛି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି ।

ସେହିପରି ବଣ୍ଡା ଘାଟିର ମୁଦୁଲିପଡା କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ନାଳରେ ଜଳ ରାସ୍ତା ଉପରେ ପ୍ରବାହିତ ଯୋଗୁଁ ବଣ୍ଡା ଘାଟିକୁ ଯିବା ଆସିବା ଠପ ହୋଇଯାଇଛି । ସେହିପରି ଗତକାଲି ଜିଲ୍ଲାର ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା କାଲିମେଳା ବ୍ଲକରେ ସ୍ଥିତି ସଙ୍ଗିନ ହୋଇ ପଡିଥିଲା । ଶୁକ୍ରବାର ଦିନବେଳା କାଲିମେଳା ଅଞ୍ଚଳରେ ୮୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଥିଲା । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଗୁରୁବାର ରାତିଠାରୁ ଏହି ବର୍ଷା ଜାରି ରହି ତୁହାକୁ ତୁହା ବର୍ଷା ହେଉଥିବାରୁ ଲୋକମାନେ ବାହାରକୁ ବାହାରି ପାରିନଥିଲେ । ଏହି ଲଗାଣ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥର ୩ଟି ସ୍ଥାନରେ ଥିବା ତଳୁଆ ପୋଲ ଗୁଡ଼ିକ ବୁଡ଼ି ଯାଇଥିଲା । ପ୍ରଥମେ ଦିନ ୩ଟା ସମୟରେ ଏମଭି-୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ଏହା ଧୀରେଧୀରେ ବଢ଼ିବା ସହିତ ସଂଧ୍ୟା ସୁଦ୍ଧା ୪ଫୁଟ ବନ୍ୟାଜଳ ପ୍ରବାହିତ ହୋଇଥିବାର ଜଣାପଡ଼ିଥିଲା । ଏହାପରେ ଏମଭି-୯୦ ଓ କାଂଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହିସବୁ ପୋଲ ଉପରେ ପ୍ରାୟ ୩ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଫଳରେ ମାଲକାନଗିରି ଜିଲ୍ଲା ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଥିଲା।

 ଉଭୟ ପଟେ ଶହଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ଏମଭି-୭୯ ପୁଲିସ ଏମଭି-୯୬ ପୋଲ ନିକଟରେ ଓ କାଲିମେଳା ପୁଲିସ କାଂଗୁରକୋଣ୍ଡା ପୋଲ ନିକଟରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିଲେ। ଅପର ପକ୍ଷରେ କାଲିମେଳା ବ୍ଳକର ପୋଟେରୁ ନଦୀରେ ଜଳ ସ୍ତର ବୃଦ୍ଧି ପାଇଥିବାରୁ ପୋଟେରୁ ସହର ଓ ବଜାର ଭିତରେ ବନ୍ୟାଜଳ ପ୍ରବେଶ କରିଥିବାର ସୂଚନା ମିଳିଛି । ପୋଟେରୁ ପୋଲ ଉପରେ ପ୍ରାୟ ୮ ଫୁଟରୁ ଊର୍ଦ୍ଧ୍ଵ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ କୁଳିଆ ଗାଁ ପ୍ରତି ବିପଦ ବଢ଼ିବାରେ ଲାଗିଛି। ପୋଟେରୁ ବଜାରରେ ଥିବା ଏଟିଏମ ପର୍ଯ୍ୟନ୍ତ ବନ୍ୟାଜଳ ଚାଲିଯାଇଥିବାର ଜଣାପଡ଼ିଛି। ଧୀରେଧୀରେ ପୋଟେରୁ ନଦୀ ଫୁଲୁଥିବାରୁ ପୋଟେରୁ ବଜାରରେ ଥିବା ଦୋକାନୀମାନେ ଜିନିଷପତ୍ର ଖଲି କରି ଉଚ ସ୍ଥାନକୁ ଚାଲିଯାଉଥିବାର ଦେଖିବାକୁ ମିଳିଛି। ପୁଲିମେଟଲାରେ ଥିବା ବନ ବିଭାଗର ନର୍ସରି ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିବାର ସୂଚନା ମିଳିଛି।

ସେହିପରି ଜିଲ୍ଲାର ପଡିଆ ବ୍ଲକକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ୫ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଯାହା ଫଳରେ କାଲିମେଳାରୁ ପଡିଆ ଓ ଛତିଶଗଡ଼ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଜିଲ୍ଲାର ଶେଷ ସୀମାନ୍ତରେ ଥିବା ମୋଟୁ ପାଇଁ ବର୍ତ୍ତମାନ ସବୁଠାରୁ ବଡ ବିପଦ ସୃଷ୍ଟି ହୋଇଛି । କାରଣ ମୋଟୁ ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ଜଳ ସ୍ତର ବଢୁଥିବା ବେଳେ ପୋଲାଭରମ ପ୍ରକଳ୍ପ ପାଇଞ୍ଜଳ saଜ୍ଥିକ ଭାବେ ନିଷ୍କାସନ ହୋଇ ପାରୁନି । ଫଳରେ ପଛୁଆ ଜଳ ଆସୁଥିବାରୁ ଓ ବର୍ଷାର ପରିମାଣ ବଢିଲେ ମୋଟୁ ଅଞ୍ଚଳରେ ବିଗତ ଦିନରେ ହୋଇଥିବା ବନ୍ୟା ଭଳି ପରିସ୍ଥିତ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳି ଅଞ୍ଚଳରେ ବିଶେଷ ଦ୍ରୁଷ୍ଟି ଦିଆଯାଇଥିବା ବେଳେ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଓ ତହସିଲଦାର ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଜଳ ବନ୍ଦୀ ହେଲେ ଲୋକଙ୍କୁ କିପରି ଉଧାର କରାଯିବ ଓ ଖାଦ୍ୟ ପାନୀୟ ଆଦି ବ୍ୟବସ୍ତା ପ୍ରଦାନ କରଜୀବ ସେନେଇ ସ୍ମାଷ୍ଟ ପଦକ୍ଷେପ ନିଆଯାଇଥିବା ବେଳେ ବୁଡି ଯାଇଥିବା ପୋଲ ଉପରେ ଲୋକଙ୍କୁ ଯାତାୟତ ସମ୍ପୂର୍ଣ ବନ୍ଦ କରିବା ପାଇଁ ପୋଲିସ ନିଯୋଜିତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ପ୍ରକାଶ କରିଛନ୍ତି । ଜିଲ୍ଲାର ଦମକଳ ବାହିନୀ ଓ ଆବଶ୍ୟକ ହେଲେ ଓଡ୍ରାଫ ଟିମ ମଧ୍ୟ ପ୍ରସ୍ତୁତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲ୍ଲାରେ ବର୍ଷା ଯୋଗୁ କିଛି ସ୍ଥାନରେ କଚ୍ଚା ଘର ଖ୍ଯତିଗ୍ରସ୍ତ ହୋଇଥିବା ବେଳେ ବର୍ଷା ଜଳ ପ୍ରବାହିତ ଯୋଗୁ ସିନ୍ଧିଗୁଡ଼ା ପୋଲ ଭାଙ୍ଗି ଜିଲ୍ଲାର କୁଡୁମୁଲୁଗୁମ୍ମା ରୁ କତାମେଟା ଯାତାୟାତ ବନ୍ଦ ରହିଛି । ତେବେ ବର୍ଷାର ପରିମାଣ ସନ୍ଧ୍ୟାରେ କମିଥିବା ବେଳେ ପଙ୍ଗମ ପୋଲ ଉପରୁ ଜଳସ୍ତର କମିବା ସହ ଯାତାୟାତରେ ସୁଧାର ଆସିଛି ଓ ଅନ୍ୟ ପୋଲ ଗୁଡିକ ଉପରେ ମଧ୍ୟ ଜଳ ସ୍ତର କମୁଥିବା ପରିଲିଖିତ ହୋଇଛି । ଅନ୍ୟପଟେ ଜିଲ୍ଲାରେ ଶନିବାର ସକାଳ ସୁଦ୍ଧା ମୋଟ ୧୯୮.୯ମିମି ବର୍ଷା ରେକର୍ଡ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଘରେ ବର୍ଷା ଜଳ ପଶିଯିବାରୁ ସ୍ଥାୟୀ ସମାଧାନ ଦାବିରେ ରାଜ ରାସ୍ତାକୁ ଅବରୋଧ କରି ପ୍ରତିବାଦ କଲେ ଲୋକେ । ଘରେ ବର୍ଷା ଜଳ ପଶିଯିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହନ୍ତସନ୍ତ ହେବା ସହ ସମସ୍ୟା ଭୋଗୁଥିବା ହାଟପଦା ସାହିର ଲୋକେ ସ୍ଥାୟୀ ସମାଧାନ ଦାବିରେ ରାଜ ରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରରେ ଥିବା ବାଲିସାଗର ନିକଟ ସ୍ଥିତ ହାଟପଦା ସାହିର ଲୋକେ ପ୍ରତିବର୍ଷ ବର୍ଷା ଦିନ ହେଲେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ବର୍ଷା ହେଲେ ଏହି ସାହିରେ ବର୍ଷା ଜଳ ପଶି ନିଷ୍କାସନ ହୋଇ ପାରୁନଥିବାରୁ ଘର ଗୁଡିକ କ୍ଷତିଗ୍ରସ୍ତ ହେଉଛି । ଏହି ସାହିର ପାର୍ଶ୍ଵରେ ବାଲି ସାଗର ବନ୍ଧ ରହିଥିବା ବେଳେ ଜଳ ନିଷ୍କାସନ ହୋଇ ନ ପାରି ଘର ମଧ୍ୟରେ ଜଳ ପଶିବା ସହ ଅନେକ କଛା ଘର ନଷ୍ଟ ହେଉଛି । ଏଠାରେ ରହୁଥିବା ଅନେକ ଗରିବ ଶ୍ରେଣୀର ଲୋକେ ପ୍ରତିବର୍ଷ ଏହିପରି ସମସ୍ୟା ଭୋଗୁଥିବା ସହ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଲୋକଙ୍କୁ ବିଭିନ୍ନ ରୋଗର ସାମ୍ନା କରିବାକୁ ପଡୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ପ୍ରତିବର୍ଷ ଏହି ସମସ୍ୟା ହେଉଥିବା ବେଳେ ଏହାର ସମାଧାନ ଦିଗରେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜୁଛି । ଯାହାକୁ ନେଇ ଲୋକେ ସ୍ଥାୟୀ ସମାଧାନ ଦାବିରେ ଜିଲ୍ଲା ସଦର ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।