Check dam: ୨୦୨୫ ସୁଦ୍ଧା ୫୮୫ ଚେକ୍ ଡ୍ୟାମ୍ ନିର୍ମାଣ ସରିବ ବୋଲି ମନ୍ତ୍ରୀ କହିଛନ୍ତି।
Trending Photos
ଭୁବନେଶ୍ଵର: ରାଜ୍ୟରେ ନିର୍ମାଣ ହେବ ୧୨ଶହରୁ ଅଧିକ ଚେକ୍ ଡ୍ୟାମ୍। ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦୨୨-୨୫ ଭିତରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଛି। ୨୦୨୫ ସୁଦ୍ଧା ୫୮୫ ଚେକ୍ ଡ୍ୟାମ୍ ନିର୍ମାଣ ସରିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଚଳିତ ବର୍ଷଠାରୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉପରୋକ୍ତ ପ୍ରସ୍ତାବ ସହ ମୋଟ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟ କ୍ୟାବିନେଟ ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହି ଯୋଜନା ପାଇଁ ୨୦୨୪-୨୫ ରୁ ୨୦୨୭-୨୮ମଧ୍ୟରେ ମୋଟ ୮୫୫କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାହାଫଳରେ ହୀରାକୁଦ ଅଞ୍ଚଳରେ କେନାଲ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ।