Khordha News: ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ!
Advertisement
Article Detail0/zeeodisha/odisha2041427

Khordha News: ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ!

Khordha News: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଗାଁରେ ହତ୍ୟାକାଣ୍ଡ।ସମଲିଙ୍ଗୀ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରଥମିକ ସୂଚନାରୁ ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ। ସୂଚନା ଅନୁସାରେ ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକରେ ରୋଲ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଥ ନାମକ ଜଣେ ତୃତୀୟ ଲିଙ୍ଗିକୁ ଆଣି ନିଜ ଘରେ ରଖିବା ସହିତ ତା ସହିତ ମିଳାମିଶା କରୁଥିଲେ।

ହେଲେ କୌଣସି କାରଣକୁ ନେଇ ରଶ୍ମିରଞ୍ଜନଙ୍କ ପରିବାର ଲୋକ ଘରେ ନ ଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ଏକୁଟିଆ ପାଇ ଘର ଭିତରେ ତୃତୀୟ ଲିଙ୍ଗି ସୋମନାଥ ଲାଥ ଲୁହା ରଡରେ ଆକ୍ରମଣ କରିଥିଲା। ପରେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପରେ ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଛି। ରଶ୍ମିରଞ୍ଜନଙ୍କ ମାଆ ଅଙ୍ଗନୱାଡ଼ିରେ କାମ କରୁଥିବାରୁ ଦିନ ଦୁଇଟା ବେଳକୁ ଆସି କବାଟ ଚାବି ପଡିଥିବା ଦେଖି ରଶ୍ମିରଞ୍ଜନଙ୍କୁ ଫୋନ କରିଥିଲେ ହେଲେ ରଶ୍ମିରଞ୍ଜନ ଫୋନ ନ ଉଠାଇବାରୁ ବାଧ୍ୟ ହୋଇ ପଡୋଶୀଙ୍କ ସହାୟତାରେ କବାଟ ଭାଙ୍ଗିବାପରେ ରଶ୍ମିରଞ୍ଜନ ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଜଙ୍କିଆ ପୋଲିସକୁ ଖବର ଦେଇଥିଲେ ଏବଂ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: Lower Suktel Project: ଆଜି ଲୋୟର ସୁକତେଲ ପ୍ରକଳ୍ପର ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ