Advertisement
Article Detail0/zeeodisha/odisha2129877
Zee OdishaOdisha StateNabin Odisha Card: ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଜିକ କାର୍ଡ ଲଞ୍ଚ କଲେ ନବୀନ, ମିଳିବ ଏହି ସବୁ ସୁବିଧା

Nabin Odisha Card: ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଜିକ କାର୍ଡ ଲଞ୍ଚ କଲେ ନବୀନ, ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର: ଏଣିକି ରାଜ୍ୟର ପଛୁଆ ଆର୍ଥିକ ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ କିଣିବାରେ କୌଣସି ସମସ୍ୟା ହେବ ନାହିଁ। ଆଗକୁ ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ

Nabin Odisha Card: ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟାଜିକ କାର୍ଡ ଲଞ୍ଚ କଲେ ନବୀନ, ମିଳିବ ଏହି ସବୁ ସୁବିଧା

Nabin Odisha Card: ଭୁବନେଶ୍ୱର: ଏଣିକି ରାଜ୍ୟର ପଛୁଆ ଆର୍ଥିକ ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ କିଣିବାରେ କୌଣସି ସମସ୍ୟା ହେବ ନାହିଁ। ଆଗକୁ ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ମାର୍ଚ୍ଚ ୫ରେ ଏ ନେଇ ପଞ୍ଜୀକରଣ ଆରମ୍ଭ ହେବ । ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା ଓ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ଏଥିରେ କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ ।

ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ ସରକାରଙ୍କ ପରବର୍ତ୍ତୀ ପ୍ରମୁଖ ପଦକ୍ଷେପ ହେଉଛି ନବୀନ ଓଡିଶା ମ୍ୟାଜିକ୍ କାର୍ଡ, ପଏଣ୍ଟ-ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ ଉନ୍ମୋଚନ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା ଯାହା ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ଏକାଡେମିକ୍ ବିକାଶ ପାଇଁ ସୁଯୋଗ ପ୍ରଦାନ କରିବ। ବ୍ୟକ୍ତିତ୍ୱ ବିକାଶ, ଦିଗ ସକ୍ଷମ କରିବାରେ ଏହା ସହଯୋଗ କରିବ। ଏହା ଯୁବକମାନଙ୍କ ସ୍ୱପ୍ନ ଦେଖିବା ଏବଂ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବ। ଏହା ଯୁବକମାନଙ୍କୁ ଉତ୍ସାହିତ ଏବଂ ସଶକ୍ତ କରିବ ଯାହା ସେମାନଙ୍କୁ ଶାରୀରିକ ଏବଂ ଡିଜିଟାଲ ସୁବିଧା ଯୋଗାଇଥାଏ ଯାହା ସେମାନଙ୍କ କ୍ୟାରିୟର ଅଭିବୃଦ୍ଧି ଏବଂ ବ୍ୟକ୍ତିତ୍ୱର ବିକାଶରେ ସାହାଯ୍ୟ କରିବ ବୋଲି ପାଣ୍ଡିଆନ କହିଛନ୍ତି।

ସେହିଭଳି ଏହି କାର୍ଡ ମାଧ୍ୟମରେ ବସ, ଟ୍ରେନ ବିମାନରେ ରିହାତି ପାଇପାରିବେ ବୋଲି ପାଣ୍ଡିଆନ କହିଛନ୍ତି। ସେହିପରି ଏହି କାର୍ଡ ଜରିଆରେ ମୋବାଇଲ ଫୋନ, ଡାଟା ରିଚାର୍ଜ, ୱାଇଫାଇ ରିଚାର୍ଜ କରିବାର ସୁବିଧା ମିଳିପାରିବେ। ଇ ଲାଇବ୍ରେରି, ଅନଲାଇନ ଏକାଡେମିକ କୋର୍ସ, ବ୍ୟକ୍ତିତ୍ୱ ବିକାଶ, ଦିଗ ସକ୍ଷମ କରିବାରେ ଏହା ସହଯୋଗ କରିବ। 

Add Zee News as a Preferred Source

ସ୍କଲାରସିପ୍ ମିଳିବା ପରେ ଭାବ ବିହ୍ଵଳ ହୋଇ ପଡିଥିଲେ ଅନେକ ଛାତ୍ରଛାତ୍ରୀ। ଅଭାବ ଅସୁବିଧାରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ବରଦାନ ସଦୃଶ ହୋଇଛି। ପାଠ୍ୟ ପୁସ୍ତକ ସହ ଅନ୍ୟ ପାଠ୍ୟ ଉପକରଣ କିଣିବାରେ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ପାଠପଢାରେ ସରକାର ଛାତ୍ରବୃତ୍ତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।

About the Author