Bhubaneswar News: ନନ୍ଦନକାନନକୁ (Nandanakan Zoo) ନେଇ ଆସିଲା ଆଉ ଏକ ଖୁସି ଖବର । ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ହୁଲକ୍ ଗିବନ୍ ଓ ପିଗ ଟେଲ ମକ୍କା ସହ ହିମାଳୟାନ ବିୟର ନନ୍ଦନକାନନ ଆସିବା ନେଇ ସୂଚନା ମିଳିଛି । ଏଥିପାଇଁ ମିଜୋରାମ ଅଭିମୁଖେ ବାହାରିଛନ୍ତି ୬ ଜଣିଆ ଟିମ୍ । ସୂଚନା ଅନୁଯାୟୀ, ଭୁବନେଶ୍ବର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ଆଇଜ୍ବାଲ ପ୍ରାଣୀ ଉଦ୍ୟାନ (Aizawl zoological Park) ମଧ୍ଯରେ ଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଗତ ମାର୍ଚ୍ଚ ମାସରେ ଆଇଜ୍ବାଲ ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଗୋଟିଏ ଯୋଡ଼ା ବାଘ ନେଇଥିଲା । ଯାହା ବଦଳରେ ଆଇଜ୍ବାଲ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଗୋଟିଏ ଯୁଗଳ ହୁଲକ୍ ଗିବନ୍, ଗୋଟେ ଯୁଗଳ ଘୁଷୁରୀ ଲାଞ୍ଜ ମାକେକ୍ ଓ ଏକ ନମ୍ବର ଓଗ୍ ମହିଳା ହିମାଳୟ ବ୍ଲାକ୍ ଭାଲୁ ଦେବେ ନେଇ କାର୍ଯ୍ୟକ୍ରମ ରହିଛି । ଏଥିଲାଗି ୬ ଜଣ ବିଶିଷ୍ଟ ଏକ ଟିମ୍ ଏସିଏଫ୍ ଡଃ ସୁଦୀପ୍ତ କୁମାର ପଣ୍ତାଙ୍କ ନେତୃତ୍ବରେ ମିଜୋରାମ ଅଭିମୁଖେ ବାହାରିଥିବା ଜଣାପଡି଼ଛି । ଏହା ପୂର୍ବରୁ ନନ୍ଦନକାନନକୁ ହୁଲକ୍ ଗିବନ୍ ମାଙ୍କଡ଼ ଓ ଚିତା ବିରାଡି଼ ଆସିଥିଲେ । ଏହାଛଡ଼ା ଦୁଇଟି ମହାବଳ ବାଘ ଓ ଘଡିଆଳ କୁମ୍ଭୀର ଇଟାନଗର ଯାଇଥିଲେ ତା ବଦଳରେ ଗିବନ ମାଙ୍କଡ଼ ଓ ଚିତା ବିରାଡ଼ି ନନ୍ଦନକାନନ ଆସିଥିଲେ ।


COMMERCIAL BREAK
SCROLL TO CONTINUE READING

Also Read- Flight Service: ଆସିଲା ଖୁସି ଖବର! ଏହି ଦିନ ଉତ୍କେଲାରୁ ଭୁବନେଶ୍ବରକୁ ଉଡ଼ିବ ବିମାନ


ପ୍ରକାଶ ଥାଉ କି,  ନିକଟରେ ସଂନ୍ଧ୍ୟା ୫ଟାରୁ ବନ୍ଦ ହେଉଥିବା ନନ୍ଦନକାନନ ଏଣିକି ରାତିସାରା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ (Nandanakan Zoo likely to allow night visit) ନେଇ ସୂଚନା ମିଳିଥିଲା । କେବଳ ଏତିକି ନୁହେଁ,  ଏଣିକି ନନ୍ଦନକାନନ ଚିଡିଆଖାନା ସମ୍ପର୍କିତ ସୋ ମଧ୍ୟ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହାସହ ଜୀବଜନ୍ତୁଙ୍କ ଏନକ୍ଲୋଜର (Animal enclosure) ବୁଲିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କରାଯିବ । ଏନେଇ ସେଣ୍ଟ୍ରାଲ ଜୁ ଅଥୋରିଟିକୁ (Central Zoo Authority (CZA))ମାଷ୍ଟର ପ୍ଲାନ୍ ଦେଇଛି ବନ ବିଭାଗ ।  ଯଦି ଏହି ମାଷ୍ଟର ପ୍ଲାନରେ ମୋହର ଲାଗେ ତେବେ, ପର୍ଯ୍ୟଟକମାନେ ରାତିରେ ନନ୍ଦନକାନନ ବୁଲିବାର ମଜା ନେବା ସହ ସେଠାରେ ରାତ୍ରିଯାପନ ମଧ୍ୟ କରିପାରିବେ।  


Also Read-Weather Update: ଆସୁଛି ଆଉ ଏକ ଲଘୁଚାପ! ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା