ଭୁବନେଶ୍ବରରେ ଆରମ୍ଭ ହେଲା ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪
Advertisement
Article Detail0/zeeodisha/odisha2097689

ଭୁବନେଶ୍ବରରେ ଆରମ୍ଭ ହେଲା ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଓ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ) ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଏକ ଘରୋଇ ହୋଟେଲ ରେ ଆରମ୍ଭ ହୋଇଛି ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ରହିଛି 'ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ' ବା "ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି" ।

ଭୁବନେଶ୍ବରରେ ଆରମ୍ଭ ହେଲା ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ  ୨୦୨୪

ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଓ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (ବିପିଏନ୍ଏସ୍ଆଇ) ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ବର ଏକ ଘରୋଇ ହୋଟେଲ ରେ ଆରମ୍ଭ ହୋଇଛି ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ରହିଛି 'ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ' ବା "ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି" । ଏହି ସମ୍ମିଳନୀ ଚଳିତ ଫେବୃଆରୀ  ୬ ଓ ୭ ଦୁଇ ଦିନ ଧରି ଚାଲିବ ଯାହା ପରିସଂସ୍ଥା ସନ୍ତୁଳନ କ୍ଷେତ୍ରର ପ୍ରମୁଖ ଭବିଷ୍ୟତ ଉପରେ ରଣନୀତି କରିବା ପାଇଁ ଶିଳ୍ପ ହିତାଧିକାରୀ, ବିଶେଷଜ୍ଞ, ଶିକ୍ଷାବିତ୍, ଅନୁଷ୍ଠାନ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ଼  ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । 

ଅତିଥି ମାନଙ୍କୁ ଏକ ଅନନ୍ୟ ଉପହାର ଭାବରେ ଛୋଟ ଛୋଟ ଗଛର କୁଣ୍ଡ ଦିଆ ଯାଇଥିଲା ଓ ଏହାକୁ ପାଣି ଦେଇ ଏହି କାର୍ଯକ୍ରମର ଉଦ୍ଘାଟନ ହୋଇଥିଲା । ଡ଼ କେ.ମୁରୁଗେସାନ (ଆଇଏଫଏସ) ସଦସ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଓ ଶ୍ରୀମତୀ ରୁଚିକା ଚୌଧୁରୀ ଗୋଭିଲ, (ଆଇଆରଏସ) ଅତିରିକ୍ତ ସଚିବ, ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ନିଜର ଶୁଭେଛା ଜଣାଇବା ସହ ନିଜର ବାର୍ତା ଦେଇଥିଲେ । ସେ କହିଥିଲେ ଯେ ଆଜି ମାନବ ଅସ୍ତିତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ଭାବରେ ଠିଆ ହୋଇଛି ଅସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା ତେଣୁ ଆମକୁ ୨୦୭୦ ସୁଦ୍ଧା ଆମକୁ ଅଙ୍ଗାରକାମ୍ଳ ବା କାର୍ବନ ନିର୍ଗମନକୁ 'ଜିରୋ' ବା ଶୂନ  କରିବାକୁ ପଡିବ ଓ ଏହା ଖୁସିର କଥା ଯେ ରାଜ୍ୟର ପ୍ରମୁଖ ଧାତୁ ଉତ୍ପାଦକ ମାନେ ଆମ ସାଙ୍ଗରେ ଅଛନ୍ତି । 

ଅଭାସି ମାଧ୍ୟମରେ ଶ୍ରୀ ଏନ ଏନ ସିହ୍ନା (ଆଇଏଏସ୍) ସଚିବ, ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ନିଜର ବାର୍ତା ଦେଇଥିଲେ । ଏହା ପରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା (ଆଇଏସ) ନିଜର ବକ୍ତ୍ୟବ ରଖିଥିଲେ । ସେ କହିଥିଲେ କି ଓଡ଼ିଶା ସରକାର ସବୁବେଳେ ତତ୍ପର ରାଜ୍ୟର ବିକାଶ ପାଇଁ ସେଥିପାଇଁ ସବୁବେଳେ ସରକାର ଉଚିତ ପଦକ୍ଷେପ ନେବେ ରାଜ୍ୟର ଜଳବାୟୁ ଓ ପର୍ୟାବରଣ ରକ୍ଷା କରିବାରେ । ଏଠାରେ ଉପସ୍ଥିତ ଥିବା ଦେଶର ସମସ୍ତ ପ୍ରମୁଖ ଧାତୁ ଉତ୍ପାଦକ ମାନଙ୍କୁ ଭେଟିଲା ପରେ ମୁଁ ଜାଣି ପାରୁଛି ଆମ ଲକ୍ଷ ନିଶ୍ଚିତ ପୂରଣ ହେବ । ଶ୍ରୀ ପ୍ରୀତମ ଏସ୍ ପୁରକାୟସ୍ତା ନିର୍ଦ୍ଦେଶକ, ବିପିଏନ୍ଏସ୍ଆଇ ଏହି ସମ୍ମିଳନୀ ମୂଳ ଲକ୍ଷ ଉପରେ ଆଲୋକପାତ କରିଥିଲେ ଓ ନିହାର ରଂଜନ ସାହୁ, ମୁଖ୍ୟ ପରିବେଶ ଓ ପର୍ୟାବରଣ ଇଞ୍ଜିନିୟର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ୟ ଅର୍ପଣ କରିଥିଲେ । 

ଆଜି ଏହି ସମ୍ମିଳନୀର ୪ ଟି ଅଧିବେଶନ ଭାରତର ଭାରତର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣ, ଇସ୍ପାତ ଏବଂ ଆଲୁମିନିୟମ୍ କ୍ଷେତ୍ରରେ ଜଳବାୟୁ ସ୍ଵଚ୍ଛତାରେ ନୂତନତ୍ୱ ଓ ଧାତୁ ଉତ୍ପାଦନର ଭବିଷ୍ୟତ ଓ ଅର୍ଥନୀତି ଉପରେ ଆଲୋଚନା କରାଯାଇଥିଲା । ଏହି ଦୁଇ ଦିନିଆ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ମନିଟରିଂ ଏବଂ ସର୍କୁଲାର୍ ଇକୋନୋମିରେ ସାମ୍ପ୍ରତିକ ଟେକ୍ନୋଲୋଜି ଧାରାକୁ ଆଲୋକିତ କରିବା ସହ ଏହି ପରି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ବିକଳ୍ପ ଶକ୍ତି, ସ୍ଥାୟୀ ଖଣି, ନୂତନ ନିରାପତ୍ତା ସର୍କୁଲାର, ଅର୍ଥନୀତି ପରିଚାଳନା ଓ ସବୁଜ ପରିବେଶ ପାଇଁ ବିନା ଖର୍ଚ୍ଚରେ କ୍ଷମତା ସୃଷ୍ଟି କରିବା ସହ ଏହାକୁ ହାସଲ କରିବା ପାଇଁ ଏକ ସୁଗମ ପରିବର୍ତ୍ତନକୁ ରାସ୍ତା ଦେଖାଇବା ।

ଶିଳ୍ପ ଏବଂ ଖଣି ସଂସ୍ଥାଗୁଡ଼ିକ ପାଇଁ ସର୍ବଶେଷ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ନୂତନ ପ୍ରଦୂଷଣ ନିବାରଣ ପ୍ରଯୁକ୍ତିବିଦ୍ୟା-, ପରିବେଶ ମନିଟରିଂ, ଏବଂ ତଥ୍ୟ ହାସଲ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ପାଇଁ ଏହି ସମ୍ମିଳନୀ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ସହ ଖଣି ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଗତି ପାଇଁ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଧାତୁ ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ପ୍ରଗତିରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି ଏହି ସମ୍ମିଳନୀ ।

Also Read- True Love Story: ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କଲେ ଯୁବ ଇଞ୍ଜିନିୟର

Also Read- Rahu Transit 2024: ଏହି ୩ ରାଶି ଉପରେ ରାହୁଙ୍କ ପ୍ରଭାବ, ଜାଣନ୍ତୁ କେମିତି ରହିବେ ସତର୍କ