ରେଙ୍ଗାଲିରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲରେ ପୁରୀ-ଦୁର୍ଗ ରହିବ
Advertisement

ରେଙ୍ଗାଲିରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲରେ ପୁରୀ-ଦୁର୍ଗ ରହିବ

ଦୁଇଟି ଟ୍ରେନର ପରୀକ୍ଷାମୂଳକ ଭାବେ ରହଣି ପାଇଁ ନିଷ୍ପତ୍ତି ନିଆଯାଇଅଛି ଏବଂ ଏହା  ଆଧାରରେ ଷ୍ଟେସନଗୁଡିକ ଉଲ୍ଲେଖ କରାଯାଇଛି ।

ରେଙ୍ଗାଲିରେ ସମଲେଶ୍ୱରୀ ଏକ୍ସପ୍ରେସ, ଲୋଇସିଙ୍ଗା ଏବଂ ମୁରିବାହାଲରେ ପୁରୀ-ଦୁର୍ଗ ରହିବ

Indian Railway: 18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା  ସମଲେଶ୍ୱରୀ ଏକ୍ସପ୍ରେସ ପରୀକ୍ଷାମୂଳକ ଭିତ୍ତିରେ ରେଙ୍ଗାଲି ଷ୍ଟେସନ ଠାରେ ରହଣି କରିବ । 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ହାଓଡ଼ା ଠାରୁ ୨୮ ଫେବୃଆରୀ ୨୦୨୪ ରୁ ଏବଂ 18006 ଜଗଦଳପୁର-ହାଓଡ଼ା  ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ଠାରୁ ୨୯ ଫେବୃଆରୀ ୨୦୨୪ରୁ ରେଙ୍ଗାଲି ଷ୍ଟେସନରେ ରହଣି କରିବ । ହାଓଡ଼ାରୁ ଛାଡୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ରେଙ୍ଗଲିରେ ସକାଳ ୮ଘ.୩୬ମି.ରେ ପହଞ୍ଚି ୦୮ଘ.୩୮ମି.ରେ ଜଗଦଳପୁର ଅଭିମୁଖେ ଯାତ୍ରା କରିବ । ସେହିଭଳି, ଜଗଦଳପୁରରୁ ଏହି ଟ୍ରେନ୍ ରେଙ୍ଗାଲିରେ ସନ୍ଧ୍ୟା ୦୬ଘ.୫୫ମି.ରେ ପହଞ୍ଚି ସନ୍ଧ୍ୟା ୦୬ଘ.୫୭ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ ।

18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ ୦୧ ମାର୍ଚ୍ଚ ୨୦୨୪ ଠାରୁ ଏବଂ ଦୁର୍ଗରୁ ୨ ମାର୍ଚ୍ଚ ୨୦୨୪ ଠାରୁ ଛାଡୁଥିବା ଟ୍ରେନ ଲୋଇସିଙ୍ଗା ଏବଂ ମୁରିବାହାଲ ଷ୍ଟେସନ ମାନଙ୍କରେ ରହଣି କରିବ । ପୁରୀ ଠାରୁ ଛାଡୁଥିବା 18425 ପୁରୀ- ଦୁର୍ଗ ଏକ୍ସପ୍ରେସ ଲୋଇସିଙ୍ଗାରେ ଭୋର ୦୩ଘ. ୫୮ମି.ରେ ପହଞ୍ଚି ଭୋର ୦୪ ଘଟିକାରେ ଛାଡିବ । ଏହି ଟ୍ରେନ୍ ମଧ୍ୟ ମୁରିବାହାଲରେ ଭୋର ୦୬ଘ.୧୦ମି.ରେ ପହଞ୍ଚି ଭୋର ୦୬ଘ.୧୨ମି.ରେ ଦୁର୍ଗ ଆଡକୁ ଯାତ୍ରା କରିବ । ଫେରିବା ମାର୍ଗରେ ଦୁର୍ଗରୁ ଛାଡୁଥିବା 18426 ଦୁର୍ଗ-ପୁରୀ ଏକ୍ସପ୍ରେସ ସନ୍ଧ୍ୟା ୦୮ଘ.୨୫ମି.ରେ ମୁରିବାହାଲରେ ପହଞ୍ଚି ସନ୍ଧ୍ୟା ୦୮ଘ.୨୭ମି.ରେ ଛାଡିବ । ଏହି ଟ୍ରେନ୍ ମଧ୍ୟ ରାତ୍ରି ୧୦ଘ. ୨୫ମି.ରେ ଲୋଇସିଙ୍ଗା ଠାରେ ପହଞ୍ଚି ରାତ୍ରି ୧୦ଘ.୨୭ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।

ଉପରୋକ୍ତ ଟ୍ରେନ ମାନଙ୍କ ପାଇଁ ଅନ୍ୟ ସ୍ତ୍ରୀକୃତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ ।

Also Read- Anant ambani: ରାଜନୀତି ପ୍ରତି ଆଗ୍ରହୀ ନୁହଁନ୍ତି ଅନନ୍ତ ଅମ୍ୱାନୀ

Also Read- live in relationship: ଲିଭ୍-ଇନରେ ରହୁଥିବା ପ୍ରେମୀଯୁଗଳଙ୍କୁ ଗୁଳିମାଡ