Odisha News: ସ୍ଥାୟୀ ନିଯୁକ୍ତି ପାଇଁ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ
Advertisement
Article Detail0/zeeodisha/odisha2450817

Odisha News: ସ୍ଥାୟୀ ନିଯୁକ୍ତି ପାଇଁ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

Odisha News: ସରକାର ଏପର୍ଯ୍ୟନ୍ତ ସେମାନଙ୍କ  ଦାବି ପୂରଣ କଲେ ନାହିଁ କି ସ୍ଥାୟୀ ନିଯୁକ୍ତି ନେଇ କୌଣସି ପ୍ରତିଶ୍ରୁତି ଦେଲେନାହିଁ। ଏବେ ସିରିଞ୍ଜ ଛାଡ ଆନ୍ଦୋଳନକୁ ଆହୁରି  ବ୍ଯାପକ କରାଯିବ।   ନର୍ସିଂ କର୍ମଚାରୀ ମାନେ ଡାକ୍ତରଖାନାରେ କାର୍ଯ୍ଯ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ସରକାର ସେମାନଙ୍କ ଦାବି ପୂରଣ ନକଲେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଚେତାବନି ଶୁଣାଇଛନ୍ତି। 

Odisha News: ସ୍ଥାୟୀ ନିଯୁକ୍ତି ପାଇଁ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

Odisha News: ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଦୀର୍ଘ ୧୩ବର୍ଷ ହେଲା ରାଜ୍ୟର ବିଭିନ୍ନ ମେଡିକାଲରେ ଚୁକ୍ତି ଭିତ୍ତିକ ସେବା ଯୋଗାଇ ଆସୁଥିଲେ। ମାତ୍ର ସରକାର ଏପର୍ଯ୍ୟନ୍ତ ସେମାନଙ୍କ  ଦାବି ପୂରଣ କଲେ ନାହିଁ କି ସ୍ଥାୟୀ ନିଯୁକ୍ତି ନେଇ କୌଣସି ପ୍ରତିଶ୍ରୁତି ଦେଲେନାହିଁ। ଏବେ ସିରିଞ୍ଜ ଛାଡ ଆନ୍ଦୋଳନକୁ ଆହୁରି  ବ୍ଯାପକ କରାଯିବ।   ନର୍ସିଂ କର୍ମଚାରୀ ମାନେ ଡାକ୍ତରଖାନାରେ କାର୍ଯ୍ଯ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ସରକାର ସେମାନଙ୍କ ଦାବି ପୂରଣ ନକଲେ ସରକାରଙ୍କୁ ଅସହଯୋଗ କରାଯିବ ବୋଲି ଚେତାବନି ଶୁଣାଇଛନ୍ତି। 

ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ଯଟନ କ୍ଷେତ୍ର ଓ ଚାରିଧାମର ପ୍ରମୁଖ ଧାମ ଶ୍ରୀକ୍ଷେତ୍ର ହୋଇଥିବାରୁ  ଭକ୍ତ ଓ ଦର୍ଶନାର୍ଥିଙ୍କ ଭିଡ ରହୁଛି। ଏଣୁ ପୁରୀ ମେଡିକାଲରେ ରୋଗୀଙ୍କ ଗହଳି ରହୁଛି। ହେଲେ ଏଠିବି ନର୍ସିଂ କର୍ମଚାରୀ ମାନଙ୍କ ସିରିଞ୍ଜ ଛାଡ ଆନ୍ଦୋଳନ ପ୍ରଶାସନର ନିଦ ହଜାଇ ଦେଲାଣି। ପ୍ରଶାସନ ପକ୍ଷରୁ ଆନ୍ଦୋଳନ ରେ ବସିଥିବା ନର୍ସିଂ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ବିଫଳ ହୋଇଛନ୍ତି। ସେପଟେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ହସପିଟାଲ ପରିଦର୍ଶନ କରିବା ସହ ଆନ୍ଦୋଳନ କାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଏଥିସହିତ କାର୍ଯ୍ଯରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।