Odia News: କାନପୁରରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣେ ଓଡ଼ିଆ ରିସର୍ଚ୍ଚରଙ୍କ ମୃତଦେହ, ଖୋଳତାଡ଼ ଆରମ୍ଭ
Advertisement
Article Detail0/zeeodisha/odisha2020156

Odia News: କାନପୁରରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣେ ଓଡ଼ିଆ ରିସର୍ଚ୍ଚରଙ୍କ ମୃତଦେହ, ଖୋଳତାଡ଼ ଆରମ୍ଭ

ଏହି ଘଟଣା ସମ୍ପର୍କରେ ପୋଲିସ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଛି। ସମ୍ପର୍କୀୟମାନେ କାନପୁରରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ କାରଣ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Odia News: କାନପୁରରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣେ ଓଡ଼ିଆ ରିସର୍ଚ୍ଚରଙ୍କ ମୃତଦେହ, ଖୋଳତାଡ଼ ଆରମ୍ଭ

Odia News: ନୂଆଦିଲ୍ଲୀ: ଆଇଆଇଟି କାନପୁରରେ ଗବେଷଣା କରୁଥିବା ଗବେଷକ ଡ. ପଲ୍ଲବୀ ଚିଲକାଙ୍କ (35)ଙ୍କ ଶବ ତାଙ୍କ ହଷ୍ଟେଲ ରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ସଫେଇ କର୍ମଚାରୀମାନେ ତାଙ୍କ ହଷ୍ଟେଲ ରୁମର କବାଟ ବାଡେଇଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ନ ପାଇ କର୍ମଚାରୀ ଆଇଆଇଟି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଯାହା ପରେ ଅଧିକାରୀମାନେ କଲ୍ୟାଣପୁର ପୋଲିସକୁ ହଷ୍ଟେଲକୁ ଡାକିଥିଲେ। ପୋଲିସ ଉପସ୍ଥିତିରେ କବାଟ ଖୋଲାଯିବା ପରେ ତାଙ୍କର ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଠାରେ କହି ରଖୁ କି ଗବେଷକ ପଲ୍ଲବୀ ଚିଲକାଙ୍କ ଘର ଓଡ଼ିଶାର କଟକ ଜିଲ୍ଲାରେ। 

ପୋଲିସ ଉପସ୍ଥିତିରେ ଶବ ଜବତ ହେବା ପରେ ପୋଲିସ କହିଛି କି, ଓଡ଼ିଶାର କଟକ ନିବାସୀ ଡ. ପଲ୍ଲବୀ ଚିଲକା ଜଣେ ଗବେଷକ ଥିଲେ। ସେ ଆଇଆଇଟି କାନପୁରରେ ଜୈବ ବିଜ୍ଞାନ ଏବଂ ବାୟୋ ଇଞ୍ଜିନିୟରିଂ ବିଭାଗରେ ପୋଷ୍ଟ ଡକ୍ଟରାଲ୍ ଗବେଷଣା କରୁଥିଲେ। ଡ. ଚିଲକା ଚଳିତ ବର୍ଷ ଅଗଷ୍ଟ ମାସରେ ଆଇଆଇଟି କାନପୁରରେ ଗବେଷଣା ଆରମ୍ଭ କରିଥିଲେ। ସେ କାନପୁର ଆଇଆଇଟି ହଷ୍ଟେଲରେ ରହୁଥିଲେ। ପୋଲିସ କହିଛି କି ଡ. ଚିଲକାଙ୍କ ରୁମ ଭିତରୁ ବନ୍ଦ ରହିଥିଲା। ପୋଲିସ ମଧ୍ୟ କବାଟ ଖୋଲିବାକୁ ଚେଷ୍ଟା କରିଥିଲା। କିନ୍ତୁ କବାଟ ନ ଖୋଲିବାରୁ ଜଣେ ପୋଲିସ କର୍ମଚାରୀ ପଲ୍ଲବୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। 

ଏହା ପରେ ପୋଲିସ କବାଟ ଭାଙ୍ଗି ପଲ୍ଲବୀଙ୍କ ଶବକୁ ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ ସଫେଇ କର୍ମଚାରୀମାନେ ତୁରନ୍ତ ଆଇଆଇଟି ପ୍ରଶାସନକୁ ଏହା ଜଣାଇଥିଲେ। ଅଭିଯୋଗ ହୋଇଛି ଯେ ଆଇଆଇଟି ପ୍ରଶାସନ ଦୀର୍ଘ ସମୟ ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲା। ଏଡିସିପି ପଶ୍ଚିମ ଆକାଶ ପଟେଲଙ୍କ ସୂଚନା ଅନୁଯାୟୀ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ କବାଟ ଭାଙ୍ଗିବା ପରେ ମୃତ ଦେହର ଝୁଲୁଥିବାର ଦେଖିବାକୁ ପାଇଥିଲେ। ଫୋରେନସିକ୍ ଟିମ୍ ସହାୟତାରେ ସେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ।

ପୋଲିସ ଏହି ଘଟଣାର ଗମ୍ଭୀରତାର ସହ ତଦନ୍ତ ଆରମ୍ଭ କରିଛି, ବର୍ତ୍ତମାନ ପୋଲିସ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟାଜନିତ ସୁଇସାଇଡାଲ ନୋଟ୍ ପାଇନାହିଁ। ଏହି ଘଟଣା ସମ୍ପର୍କରେ ପୋଲିସ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଛି। ସମ୍ପର୍କୀୟମାନେ କାନପୁରରେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ କାରଣ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।