Berhampur NIST College: ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ
Advertisement
Article Detail0/zeeodisha/odisha2101302

Berhampur NIST College: ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ

5G Transition Wireless Network Center NIST: ଫେବୃଆରୀ ୮ ତାରିଖ  ଗୁରୁବାର ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ 5ଜି ରୁପାନ୍ତରିକରଣ ୱାଇରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। 

 

Berhampur NIST College: ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ

5G Transition Wireless Network Center Inaugurates at NIST: (ପ୍ରେମାନନ୍ଦ ପୂଜାରୀ) ବ୍ରହ୍ମପୁର ସହର ଉପକଣ୍ଠସ୍ଥ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୁପାନ୍ତରୀକରଣ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ନିଷ୍ଟ ଶିକ୍ଷାନୁଷ୍ଠାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା କାର୍ଲିଫର୍ଣ୍ଣିଆର ସେଲୋନା ପକ୍ଷରୁ ମିଳିତ ଭାବେ ଶିକ୍ଷାନୁଷ୍ଠାନ ପରିସରରେ ୫ଜି ରୁପାନ୍ତରୀକରଣ ଅଧିନରେ ନିଜସ୍ୱ ୱୟାରଲେସ ନେଟୱାର୍କ ବ୍ୟବସ୍ଥା କରାଯାଇଛି। ଯାହାକୁ ଫେବୃଆରୀ ୮ ତାରିଖ ଗୁରୁବାର ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଉଦଘାଟିତ ହୋଇଯାଇଛି।

ଏନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆଇଆଇଟି ଗୋଆ ନିର୍ଦ୍ଦେଶକ ଡା.ବରୋଦା କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡା.ବରୋଦା କୁମାର ମିଶ୍ର କହିଛନ୍ତି ମୁଁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ହୋଇଥିବା ବେଳେ ଆମ ସମୟରେ ଏଠାରେ ଭଲ ଶିକ୍ଷାନୁଷ୍ଠାନ ନଥିଲା। ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନ ବହୁତ ଭଲ ଭାବେ ଗଢି ଉଠିଛି। ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ବେଶ ସହାୟକ ହୋଇଛି। ବର୍ତ୍ତମାନ ବିଭିନ୍ନ ୟୁରୋପୀୟ ଦେଶରେ ଦୁର୍ଘଟଣା ରୋକିବା ଏବଂ ତାହାର ପ୍ରତିକାର କରିବାରେ ୫ଜି ପ୍ରମୁଖ ଭୂମିକା ଗ୍ରହଣ କରିଛି। ନିଜ ଅଞ୍ଚଳରେ ଏହି ଗ୍ଲୋବାଲ ଇନୋଭେସନ ୫ଜି ଟେକ୍ନୋଲୋଜି ଉଦଘାଟନ ଉତ୍ସବରେ ଯୋଗ ଦେଇ ମୁ ବେଶ ଖୁସି ରହିଥିବା ମୁଖ୍ୟ ଅତିଥି କହିଛନ୍ତି ଆଇଆଇଟି ଗୋଆ ନିର୍ଦ୍ଦେଶକ। 

ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡାକ୍ତର ସୁକାନ୍ତ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି ନୂତନ ସେବା ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ତଥା ପିଏଚଡି ବିଦ୍ୟାର୍ଥୀଙ୍କ ପାଇଁ ହୋଇପାରିଛି। ଏହି ଅବସରରେ ଶିକ୍ଷାନୁଷ୍ଠାନର ଅଧକ୍ଷ ଡାକ୍ତର ପି.ରାଜେଶ କୁମାରଙ୍କ ସଭାପତିତ୍ୱରେ କ୍ୟାମ୍ପସ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ପ୍ରଫେସର କେ.ଜୟରାମ ଆୟାର ଯୋଗ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଟେଲି କମ୍ୟୁନିକେଶନ ବିଭାଗ ଭୁବନେଶ୍ୱରର ନିର୍ଦ୍ଦେଶକ ସୁବ୍ରତ ପୃଷ୍ଟି, ଆଡିସନାଲ ଡାଇରେକ୍ଟର ଜେନେରାଲ ଜି.ଭି. ରମଣ ରାଓ, ସେଲୋନାର ସଦସ୍ୟ ଗୌରବ ଶାହା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ନିଷ୍ଟ ପ୍ରତିଷ୍ଠାତା ଡାକ୍ତର ସୁକାନ୍ତ କୁମାର ମହାପାତ୍ରଙ୍କ ସମେତ ସେଲୋନା କମ୍ପାନୀ ଉପ ସଭାପତି ଭାନଲିନ ସତ୍ୟା ରବିନସନ ଏବଂ ସିଷ୍ଟମ ଇଂଜିନିୟର ସଞ୍ଜିତ ପଣ୍ଡିତ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗ ଦେଇଥିଲା। 

ସେହିପରି ବୈଷୟିକ ଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀଙ୍କ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ଏହି ୫ଜି ସେବା ବେଶ ପ୍ରଭାବ ପକାଇବ। ପ୍ରତିଦିନ ନୂଆ ନୂଆ ଉଦ୍ଭବନା କରିବାରେ ସେମାନଙ୍କୁ ସହାୟକ ହେବ ବୋଲି ମୁଖ୍ୟ ବକ୍ତା ପ୍ରଫେସର ଆୟର କହିଥିଲେ। ସେହିପରି ସେଲୋନା ବର୍ତ୍ତମାନ ନିଜସ୍ୱ ନେଟୱାର୍କ ମାଧ୍ୟମରେ ୫ଜି ସେବା ପ୍ରଦାନ କରୁଛି। ଆଗାମୀ ଦିନରେ ଏହା ଅନ୍ୟ ନେଟୱର୍କ ସହ ମିଶି 5ଜି ସେବା ପ୍ରଦାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେଲୋନା ସଦସ୍ୟ ଗୌରବ ଶାହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ କଲେଜ ଅଧକ୍ଷ ଡାକ୍ତର ପି.ରାଜେଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଡାକ୍ତର ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କଲେଜ ଉପାଧ୍ୟକ୍ଷ ଡାକ୍ତର ବିଷ୍ଣୁକର ନାୟକ, ଅଧ୍ୟାପକ ଡାକ୍ତର ପ୍ରୀତି ରଞ୍ଜନ ସାହୁ, ପୀତାମ୍ବର ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।