Sambalpur Municipal Corporation: ଘୋଷଣାକୁ ପୂରିଲା ୯ ବର୍ଷ; କେବେ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ?
Advertisement
Article Detail0/zeeodisha/odisha1832350

Sambalpur Municipal Corporation: ଘୋଷଣାକୁ ପୂରିଲା ୯ ବର୍ଷ; କେବେ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ?

Sambalpur Nagar Nigam: ନଗର ନିଗମ ଘୋଷଣାକୁ ୧୦ ବର୍ଷ ପୂରଣ ହୋଇଯାଇଥିଲେ ମଧ୍ୟ ହୋଇ ପାରିନାହିଁ ସମ୍ବଲପୁର ମହାନଗର ନିର୍ବାଚନ।

 

Sambalpur Municipal Corporation: ଘୋଷଣାକୁ ପୂରିଲା ୯ ବର୍ଷ; କେବେ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ?

Sambalpur Mahanagar Nigam: ସମ୍ବଲପୁର ମହାନଗର ଘୋଷଣା ହେବାକୁ ପୂରଣ ହୋଇସାରିଛି ୧୦ ବର୍ଷ। ହେଲେ ଏହି ଘୋଷଣାକୁ ୯ ବର୍ଷ ପୂରଣ ହୋଇଯାଇଥିଲେ ମଧ୍ୟ ନିର୍ବାଚିତ ହୋଇ ପାରିନାହାଁନ୍ତି ଲୋକ ପ୍ରତିନିଧି। ଅନ୍ୟପଟେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମରେ ଚାଲିଛି ବାବୁରାଜ। ହେଲେ ଏହାର କେବେ ହେବ ଅନ୍ତ? କେବେ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ? ତାହାକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ।

ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ନିର୍ବାଚିତ ହେବେ ଲୋକ ପ୍ରତିନିଧି। ଆଉ ଲୋକଙ୍କ ସମସ୍ୟାର ହେବ ସମାଧାନ। ଆଉ ଏଥିପାଇଁ ପାଇଁ ୪୧ ୱାର୍ଡ କୁ ମିଶାଇ ଘୋଷଣା ହୋଇଥିଲା ସମ୍ବଲପୁର ମହାନଗର ନିଗମ (Sambalpur Municipal Corporation)। ଗତ ୨୦୧୩ ବର୍ଷରେ ଘୋଷିତ ହୋଇଥିଲା ସମ୍ବଲପୁର ମହାନଗର ନିଗମ। ହେଲେ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ମହାନଗର ନିର୍ବାଚନ (Sambalpur Municipal Corporation Election)। ନଗର ନିଗମରେ ଚାଲିଛି ସରକାରୀ ବାବୁରାଜ। କୌଣସି ସମସ୍ୟା ହେଲେ ଏହାର ସମାଧାନ କରିବା ପାଇଁନାହାଁନ୍ତି ଜନପ୍ରତିନିଧି। ଯାହାକୁ ନେଇ ତେଜିବାରେ ଲାଗିଛି ଜନ ଅସନ୍ତୋଷ।

ସମ୍ବଲପୁର ସହରବାସୀ (Residents of Sambalpur City) ଏବେ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ରାସ୍ତା ଘାଟ ଠାରୁ ଆରମ୍ଭ କରି ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିମଳ, ବିଜୁଳି ଭଳି ସମସ୍ୟା ସହରରେ ଭରି ରହିଛି। ସମ୍ବଲପୁର ସହରର (Sambalpur City) ଗୋଟିଏ ହେଲେ ରାସ୍ତା ମଧ୍ୟ ଚଳପ୍ରଚଳ ପାଇଁ ଉପଯୁକ୍ତ ନୁହେଁ। କେଉଁଠି ଗାତ ରହିଥିବା ବେଳେ ଆଉ କେଉଁଠି ରାସ୍ତା ଖୋଳା ଯାଇ ସେମିତି ଛାଡ଼ି ଦିଆଯାଇଛି। ସାଧାରଣ ଲୋକଙ୍କୁ ଯିବା ଆସିବା ପାଇଁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏହା ସହିତ ସହରରେ ବାରମ୍ବାର ବିଜୁଳି ବିଭ୍ରାଟ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି।

ସହରରେ ଏଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଯେତେବେଳେ ସହରରେ ବର୍ଷା ହେଉଛି ସେତେବେଳେ ଜିଲ୍ଲାପାଳ ଏବଂ ରାଜସ୍ୱ କମିଶନର କାର୍ଯ୍ୟାଳୟ ସାମ୍ନାରେ ଆଣ୍ଠୁଏ ପାଣି ସବୁ ବେଳେ ଜମି ରହୁଛି। ଏଭଳି ଅନେକ ସମସ୍ୟା ରହିଥିବା ବେଳେ ଜନପ୍ରତିନିଧି ନ ଥିବା କାରଣରୁ ଏଭଳି ସମସ୍ୟା ଉପୁଜିଥିବା କହିଛନ୍ତି ଲୋକେ। ସମ୍ବଲପୁର ମହାନଗର ନିର୍ବାଚନ କେବେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ (Odisha Urban Development Minister Usha Devi ) ଉଷା ଦେବୀଙ୍କୁ ପଚରା ଯାଇଥିଲା ମଧ୍ୟ ସେ ଏହାର କୌଣସି ଉତ୍ତର ଦେଇନଥିଲେ।