Odisha Accident: ହୋଲି ହେଲା କାଳ, ଗାଧୋଇଲା ବେଳେ ବୁଡିଗଲା ୧୨ ବର୍ଷର ନାବାଳକ
Advertisement
Article Detail0/zeeodisha/odisha2175590

Odisha Accident: ହୋଲି ହେଲା କାଳ, ଗାଧୋଇଲା ବେଳେ ବୁଡିଗଲା ୧୨ ବର୍ଷର ନାବାଳକ

Odisha Accident: ଓଡ଼ିଶାରେ ଗତ କାଲି ଖୁବ୍ ଧୂମଧାମରେ ପାଳନ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଲୋକମାନେ ନାଚି ଗାଇ ହୋଲି ପର୍ବକୁ ପାଳ କରିଥିବା ବେଳେ କିଛି ସ୍ଥାନରେ ଅଘଟଣ ଘଟି ଲୋକଙ୍କ ଜୀବନ ହାନି ହୋଇଛଇ। କାଳ ହୋଇଇ ହୋଲି ଖେଳ। ପାରାଦୀପ ଅଞ୍ଚଳରୁ ଆସିଛି ଦୁଖଃଦ ଖବର। 

Odisha Accident: ହୋଲି ହେଲା କାଳ, ଗାଧୋଇଲା ବେଳେ ବୁଡିଗଲା ୧୨ ବର୍ଷର ନାବାଳକ

Odisha Accident: ଓଡ଼ିଶାରେ ଗତ କାଲି ଖୁବ୍ ଧୂମଧାମରେ ପାଳନ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଲୋକମାନେ ନାଚି ଗାଇ ହୋଲି ପର୍ବକୁ ପାଳ କରିଥିବା ବେଳେ କିଛି ସ୍ଥାନରେ ଅଘଟଣ ଘଟି ଲୋକଙ୍କ ଜୀବନ ହାନି ହୋଇଛଇ। କାଳ ହୋଇଇ ହୋଲି ଖେଳ। ପାରାଦୀପ ଅଞ୍ଚଳରୁ ଆସିଛି ଦୁଖଃଦ ଖବର। ହୋଲି ଖେଳି ସାରି ଗାଁ ପୋଖରୀରେ ଗାଧୋଇଲା ବେଳେ ବୁଡି ଯାଇ ପ୍ରାଣ ହରାଇଛି ଏକ ନାବାଳକ।

ପାରାଦୀପ ଗଡ ଲକଥାନା ଅଧିନ କତକୁଲା ଗ୍ରାମରେ ଘଟିଛି ଏଭଳି ଘଟଣା | ଏହି ଗ୍ରାମର ଜୟନ୍ତ ସର୍କାରଙ୍କ ବାରବର୍ଷର ପୁଅ ରାଜକିଶୋର ରାଉତ ଆଜି ସାଙ୍ଗ ସାଥିଙ୍କ ସହ ରଙ୍ଗ ଖେଳି ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କ ଗୋଡ ଖସିଯିବାରୁ ସେ ପୋଖରୀର ଗଭୀର ପାଣି ଭିତରେ ବୁଡ଼ିଯାଇଥିଲେ। ଅନେକ ଚେଷ୍ଟା ପରେ ମଧ୍ଯ ତାଙ୍କୁ ପାଖରେ ଥିବା ସାଙ୍ଗସାଥି କେହି ଉଦ୍ଧାର କରି ପାରିନଥିଲେ। ହେଲେ ଖବରପାଇ ଗ୍ରାମବାସୀ ମାନେ ପହଞ୍ଚି ତାକୁ ପୋଖରୀ ଭିତରୁ ଉଦ୍ଧାର କରି ପାରାଦୀପ ସ୍ଥିତ ଅଠରବାଙ୍କୀ ମେଡିକାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାର ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି।। ଘଟଣାକୁ ନେଇ ଲକଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।