Odisha News: ଡ଼େଙ୍ଗୁ ପରେ ଏବେ ରାଜ୍ୟକୁ ମ୍ୟାଲେରିଆ ଭୟ! ଔଷଧୀୟ ମଶାରି ଅବଧି ସରିଥିବାରୁ ଚିନ୍ତାରେ ସରକାର
Advertisement
Article Detail0/zeeodisha/odisha1851584

Odisha News: ଡ଼େଙ୍ଗୁ ପରେ ଏବେ ରାଜ୍ୟକୁ ମ୍ୟାଲେରିଆ ଭୟ! ଔଷଧୀୟ ମଶାରି ଅବଧି ସରିଥିବାରୁ ଚିନ୍ତାରେ ସରକାର

Malaria​ News: ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ମ୍ୟାଲେରିଆ ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଔଷଧୀୟ ମଶାରିର ଅବଧି ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । କେନ୍ଦ୍ର ସରକାରଙ୍କ କେବେ ଔଷଧୀୟ ମଶାରୀ ପ୍ରଦାନ କରିବେ ତାହାକୁ ଚାହିଁ ବସିଛନ୍ତି ରାଜ୍ୟ ସରକାର । ମଶାରୀ ଆସିବ ଯେତେ ବିଳମ୍ବ ହେବ ରାଜ୍ୟରେ ମ୍ୟାଲେରିଆ ସଂଖ୍ୟା ସେତେ ବଢି ବୋଲି କୁହାଯାଉଛି।

ସୌ(ସୋସିଆଲ ମିଡିଆ)

Odisha News: ଗୋଟେ ପଟେ ରାଜ୍ୟରେ ଡ଼େଙ୍ଗୁ (Dengue) କାୟା ମେଲାଇଥିବା ବେଳେ ଅନ୍ୟପଟେ ଲୋକଙ୍କୁ କଲବଲ କଲାଣି ମ୍ୟାଲେରିଆ (Malaria) । ଡ଼େଙ୍ଗୁ ଏବେ ଫୋକସରେ ଥିବା ବେଳେ ରାଜ୍ୟରେ ମୁଣ୍ତ ଟେକିଛି ମ୍ୟାଲେରିଆ ଭୟ । ଗତ ଅଗଷ୍ଟ ମାସରେ ଡ଼େଙ୍ଗୁ ରେଗୀଙ୍କ ସଂଖ୍ୟା ସାଢେ ୩ ହଜାରରେ ପହଁଞ୍ଚିଥିବା ବେଳେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରେ ଛୁଁଇଥିବା ସୂଚନା ମିଳିଛି । ତେବେ ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ମ୍ୟାଲେରିଆ ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଔଷଧୀୟ ମଶାରିର ଅବଧି ଶେଷ ହୋଇଯାଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । କେନ୍ଦ୍ର ସରକାରଙ୍କ କେବେ ଔଷଧୀୟ ମଶାରୀ ପ୍ରଦାନ କରିବେ ତାହାକୁ ଚାହିଁ ବସିଛନ୍ତି ରାଜ୍ୟ ସରକାର (Odisha Government) । ମଶାରୀ ଆସିବ ଯେତେ ବିଳମ୍ବ ହେବ ରାଜ୍ୟରେ ମ୍ୟାଲେରିଆ ସଂଖ୍ୟା ସେତେ ବଢି ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ,  ୨୦୧୬ ମସିହାରୁ ରାଜ୍ୟରେ ମ୍ୟାଲେରିଆ (Malaria) ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାକୁ ଲାଗିଥିଲା । କିନ୍ତୁ କୋଭିଡ଼ (Covid) ମହାମାରୀ ସମୟରେ ଅର୍ଥାତ୍ ୨୦୨୦ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବଢିଥିବା ବେଳେ ପୁର୍ନବାର ଏହା କମି ଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟରେ ପୁଣି ମୁଣ୍ତ ଟେକିଛି ମ୍ୟାଲେରିଆ । ଏନଭିବିଡ଼ିପିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ମେ ମାସ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୯୫ ଥିବାବେଳେ ଚଳିତ ବର୍ଷ ସଂଖ୍ୟା ୯୯୦୭କୁ ବୃଦ୍ଧି ପାଇଛି । ଅର୍ଥାତ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୯୫ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ଆଗକୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶା କରାଯାଉଛି । ଯାହା ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ମ୍ୟାଲେରିଆ ଆକ୍ରାନ୍ତ ତାଲିକାରେ ଛତିଶଗଡ଼ ପ୍ରଥମରେ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ରାଜ୍ୟ । ତେବେ ମେ ମାସ ସୁଦ୍ଧା ଦେଶରେ ମ୍ୟାଲେରିଆରେ ୨ ଜଣ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଓଡ଼ିଶାର ଜଣେ ଥିବା ଜଣାପଡ଼ିଛି । ସେହିପରି ଗତ ବର୍ଷ ମ୍ୟାଲେରିଆରେ ରାଜ୍ୟରେ ୫ ଜଣଙ୍କ ମତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହୁଛି । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ୨୦୧୮ ମସିହାରେ ରାଜ୍ୟରେ ଔଷଧୀୟ ମଶାରି ବଣ୍ଟନ କରାଯାଇଥିଲା । ଯାହାର ଅବଧି ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ରହିଥିଲା । ତେବେ ଗତବର୍ଷ ଡିସେମ୍ବର ମାସରେ ଏହି ଅବଧି ଶେଷ ହୋଇଛି। କେନ୍ଦ୍ର ସରକାର (Central Odisha Government) ଯଦି ଏହି ମଶାରି ପ୍ରଦାନରେ ବିଳମ୍ବ କରନ୍ତି ତାହାଲେ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଙ୍ଗୀନ ହେବା ନେଇ ଆଶଙ୍କା କରାଯାଉଛି । ମ୍ୟାଲେରିଆ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଦମନ’ (Daman )କାର୍ଯ୍ୟକ୍ରମ ଜାରି ରହିଛି ।

Also Read-Vande Bharat Express: ଚଳିତ ମାସ ଓଡ଼ିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ!

ପ୍ରକାଶ ଥାଉ କି, ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ସେ ସମସ୍ତ ଜିଲ୍ଲାରେ ମାଇକ୍ରୋପ୍ଲାନିଂ କରାଯାଇ ଏହାକୁ ନିୟନ୍ତ୍ରଣ କରାଯିବା ନେଇ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ରାଜ୍ୟ ଭିବିଡ଼ିର ଯୁଗ୍ମ ନିର୍ଦ୍ଦେଶକ ଡଃ ଶୁଭାଶିଷ ମହାନ୍ତି ।