Cm Mohan Charan Majhi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ। ସ୍ବତନ୍ତ୍ର ବିମାନରେ ସେ ଦିନ ୧୦ ଟାରେ କେନ୍ଦୁଝର  ରାଇସୁଆଁ ହେଲିପ୍ୟାଡରେ ପହଞ୍ଚିବେ। ୧୦ ଟା ୨୫ ରେ ଅଶୋକ ବାଟିକାରେ ପହଞ୍ଚି ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଶନୀରେ ଯୋଗ ଦେବେ। ୧୧ଟା ୪୦ରେ ସେଠାରୁ ବାହାରି ୧୨ଟା ୫ ରେ ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବେ।  ଅପରାହ୍ନ ୪ଟାରେ  ତାଳପଦା ଫୁଟବଲ୍ ମ୍ୟାଚରେ ଯୋଗ ଦେବେ।


COMMERCIAL BREAK
SCROLL TO CONTINUE READING

ALSO READ: ଆଜି ଆସିବ ଏକ ଦେଶ ଏକ ନିର୍ବାଚନ ବିଧେୟକ, କେବେ, କେମିତି ହେବ ନିର୍ବାଚନ- ଜାଣନ୍ତୁ ୧୦ ବିନ୍ଦୁରେ


୬ଟା ୩୦ ରେ କେନ୍ଦୁଝର ଅଡିଟୋରିୟମ୍ ରେ ଯୋଗ ଦେବା ପରେ, ସର୍କିଟ୍ ହାଉସରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୧୮ ତାରିଖ ଦିନ ୧୧ଟା ରେ ସିଦ୍ଧିମଠ କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୨ଟାରେ ଅଡିଟୋରିୟମ୍ ରେ ଯୋଗ ଦେବା ପରେ ସର୍କିଟ୍ ହାଉସରେ ବିଶ୍ରାମ ନେବେ। ସନ୍ଧ୍ୟା ୭ଟାରେ କାଳୀ ପଡିଆରେ ଗୋନାସିକା ମହୋତ୍ସବରେ ଯୋଗ ଦେବେ। ୧୯ ତାରିଖ ପୂର୍ବାହ୍ନ ୧୧ ଟାରେ ସରକାରୀ ମହତାବ୍  ଉଚ୍ଚ ବିଦ୍ୟାଳୟ ଚମ୍ପୁଆ ହୀରକ ଜୟନ୍ତୀରେ ଯୋଗ ଦେବେ। ଅପରହ୍ନ ୨ଟା ୫ରେ ସର୍କିଟ୍ ହାଉସରେ ପହଞ୍ଚିବେ। ୩ଟା ୩୦ ରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ।