School closed: ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ଏଭଳି ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଭଦ୍ରକରେ ବନ୍ୟାସ୍ଥିତି ସଙ୍ଗୀନ ରହିଛି । ବୈତରଣୀ ବନ୍ୟାସ୍ଥିତି ଗମ୍ଭୀର ରହିଛି । ଧାମନଗରର ୨୨ଟି ଓ ଚାନ୍ଦବାଲିରେ ୪ ପଞ୍ଚାୟତ ବନ୍ଯା ଘେରରେ ରହିଛି। ଫଳରେ କିଛି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।
Trending Photos
School closed: ରାଜ୍ୟରେ ବନ୍ୟାସ୍ଥିତି (Odisha Flood) ଉପୁଜିଛି । ଫଳରେ ଜଳବନ୍ଦୀ ହୋଇପଡିଛି ଏକାଧିକ ଗାଁ । ବନ୍ୟାର ଆଁରେ ରାଜ୍ୟର ଏକାଧିକ ଗାଁ । କଟକ, ଯାଜପୁର, ଭ୍ରଦକ, ଜଗତସିଂହପୁର, ବୌଦ୍ଧ, ନୟାଗଡ, କେନ୍ଦ୍ରାପଡା ଓ ସୋନପୁରରେ ଅଧିକ ପ୍ରଭାବିତ ହୋଇଛନ୍ତି ଲୋକେ। ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ଏଭଳି ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ଭଦ୍ରକରେ ବନ୍ୟାସ୍ଥିତି ସଙ୍ଗୀନ ରହିଛି । ବୈତରଣୀ ବନ୍ୟାସ୍ଥିତି ଗମ୍ଭୀର ରହିଛି । ଧାମନଗରର ୨୨ଟି ଓ ଚାନ୍ଦବାଲିରେ ୪ ପଞ୍ଚାୟତ ବନ୍ଯା ଘେରରେ ରହିଛି। ଫଳରେ ଆଜି ଭଦ୍ରକର ୪ଟି ବ୍ଲକରେ ଥିବା ସମସ୍ତ ସ୍କୁଲକୁ ଆଜି ଛୁଟି ଘୋଷଣା (School closed) କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।
Also Read: Odisha Flood Update: ଡରାଉଛି ମହାନଦୀ, ମୁଣ୍ଡଳୀରେ ଏତିକି ଫୁଟ ଉପରେ ରହିଛି ଜଳସ୍ତର; ଜଗତସିଂହପୁରରେ ୨୦ ଫୁଟର ଘାଇ
Also Read: Priyanka Chopra: ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ହନିମୁନ ଫଟୋ, ବେଶ କ୍ୟୁଟ ଲାଗୁଛନ୍ତି ନିକଙ୍କ ଝିଅ
ବୈତରଣୀନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ଗତ ୨ଦିନ ହେଲା ଭଦ୍ରକବାସୀଙ୍କୁ କଲବଲ କରୁଛି। ପାଖାପାଖି ୪୦ହଜାର ଲୋକ ଜଳବନ୍ଦୀ ହୋଇ ହୋଇ ରହିଛନ୍ତି । ୧୫ଟି ପଞ୍ଚାୟତ ବାହ୍ଯ ଜଗତରୁ ବିଛିନ୍ନ ହୋଇଯାଇଛି। ସୋହଡା, ପଧାନି, ଦୋବଲ, ଫଳପୁର, ନଦୀଗାଁ, ହସନାବାଦ, ଭଟସାହି, ଅର୍ଜୁନପୁର, ଧୁଷୁରୀ, ପଙ୍ଗଟା, ସାହାସପୁର, ସାଆଁଳପୁର ଆଦି ପଞ୍ଚାୟତର ଲୋକ ନାହିନଥିବା ଦୂର୍ଦଶା ଭୋଗୁଛନ୍ତି। ସେହିପରି ଚାନ୍ଦବାଲି ବ୍ଲକର ଆରଡି, ଓଳଗ, ନାନ୍ଦପୁର , ସୁନ୍ଦରପୁର ୪ଟି ପଞ୍ଚାୟତ ଏବେ ବନ୍ଯା ଘେରରେ ରହିଛି । ବିଶେଷକରି ବିଷଧର ସାପ ବନ୍ଯାଜଳରେ ଭାସୁଥିବାରୁ ରାତି ହେଲେ ଭୟର ବାତାବରଣ ଦେଖା ଦେଇଛି । ଗତକାଲି ସକାଳୁ ଧାମନଗର ଅଞ୍ଚଳର ବନ୍ୟା ପାଣି ପ୍ରବେଶ କରିଥିବା ବେଳେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନିକ ଅଧିକାରୀଙ୍କ ସହ ଏନଡିଆରଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ଯରେ ଲାଗି ରହିଛନ୍ତି। ଏହା ସହ ଆଖଣ୍ଡଳମଣି ଓ ଭଦ୍ରକ ମୁଖ୍ଯରାସ୍ତାର ୬ଟି ସ୍ଥାନରେ ୫ଫୁଟ ଉଚ୍ଚରେ ବନ୍ଯାଜଳ ପ୍ରବାହିତ ହେଉଛି। ଏହା ସହ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି।
ଗତକାଲି ମଧ୍ୟ ରାଜ୍ୟର ୯ଟି ଜିଲ୍ଲାର (9 District Schools closed due to heavy) ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଥିଲା । ତେବେ ସେହି ଜିଲ୍ଲା ଗୁଡିକ ହେଲା, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ସେହିପରି ଲଗାଣ ବର୍ଷା ଯୋଗୁଁ ଗତକାଲି( ବୁଧବାର) ମଧ୍ୟ ୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିଥିଲା।