Olive Ridley: ଆଜିଠୁ ୭ ମାସ ଯାଏଁ ଲାଗିଲା କଟକଣା, ଏହି ସବୁ ମୁହାଣରେ ମାଛ ଧରି ପାରିବେନି ମତ୍ସ୍ୟଜୀବୀ
Advertisement
Article Detail0/zeeodisha/odisha1939067

Olive Ridley: ଆଜିଠୁ ୭ ମାସ ଯାଏଁ ଲାଗିଲା କଟକଣା, ଏହି ସବୁ ମୁହାଣରେ ମାଛ ଧରି ପାରିବେନି ମତ୍ସ୍ୟଜୀବୀ

Olive Ridley: ନଭେମ୍ବର ୧ ରୁ ମେଁ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର (Odisha govt bans fishing for seven months) । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ । କାରଣ ଏହି ସମୟରେ ସମୁଦ୍ରରୁ କୂଳକୁ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ (Olive Ridley )କରିବାକୁ ଆସୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ମାଡ ହୋଇ ଏକାଧିକ କଇଁଛ ପ୍ରାଣ ହରାଇଥାନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

(ପାରାଦୀପ, ନାରାୟଣ ବେହେରା) Olive Ridley: ନଭେମ୍ବର ୧ ରୁ ମେଁ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର (Odisha govt bans fishing for seven months) । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରି ପାରିବେ ନାହିଁ । କାରଣ ଏହି ସମୟରେ ସମୁଦ୍ରରୁ କୂଳକୁ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ (Olive Ridley )କରିବାକୁ ଆସୁଥିବା ବେଳେ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ମାଡ ହୋଇ ଏକାଧିକ କଇଁଛ ପ୍ରାଣ ହରାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ଉପକୂଳ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା ଲଗାଇଛନ୍ତି। ତେବେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷାକୁ ସରକାର (Odisha govt) ପ୍ରାଧାନ୍ୟ ଦେଉଥିବା ବେଳେ ଓଡିଶାର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ପ୍ରତିବନ୍ଧକ ସରକାର ଲଗାଇଛନ୍ତି। 

Also Read: LAccMI Bus: କଳାହାଣ୍ତିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଆଜିଠୁ ଜିଲ୍ଲାରେ ଗଡିବ 'ଲକ୍ଷ୍ମୀ ବସ୍'

ତେବେ ଏହି କଟକଣାକୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣର ବ୍ୟବସ୍ଥା କରାଯାଇନଥିବା ବେଳେ ଅନେକ ମତ୍ସ୍ୟଜୀବୀ ବାଟ ହୁଡ଼ି ମତ୍ସ୍ୟ ବିଭାଗ , ବନ ବିଭାଗ ଓ ତଟରକ୍ଷୀଙ୍କ ଦ୍ଵାରା ଗିରଫ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଟ୍ରଲର ମାଲିକ ମାନେ । ସେହିପରି ପ୍ରତିବର୍ଷ ବରମ୍ବାର ବାତ୍ୟା , ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବାରେ ମଧ୍ଯ ସମସ୍ୟା ଭୋଗ କରୁଛନ୍ତି ଏଠାକାର ମତ୍ସଜୀବୀ। ମାଛ ପ୍ରଜନନ ଓ କଇଁଛଙ୍କ ଅଣ୍ଡା ଦାନ ପାଇଁ ପ୍ରତିବର୍ଷ ସରକାର କଟକଣା ଲଗାଉଥିବା ଓ ବାତ୍ୟା ଏବଂ ଲଘୁଚାପ ମତ୍ସ୍ୟଜୀବୀଙ୍କ ଉପରେ ପ୍ରଭାବ ପଡୁଥିବା ବେଳେ ଡିଜେଲର ମୂଲ୍ୟରେ ମଧ୍ଯ ଅହେତୁକ ବୃଦ୍ଧି ଘଟିଛି । ତେବେ ଏହି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷାକୁ ନେଇ ସରକାର ଲୋକମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି। ତେବେ, ସରକାରଙ୍କ ଏହି ପଦକ୍ଷେପକୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ସ୍ବାଗତ କରିଛନ୍ତି। କିନ୍ତୁ,ଏବେ ମାଛ ଧରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଟ୍ରଲର ମାଲିକ ଓ ଗରିବ ମତ୍ସ୍ୟଜୀବୀଙ୍କୁ ସରକାର କିଛି ଡିଜେଲ ଦରରେ ରିହାତି କରିବା ସହିତ ସମୁଦ୍ର କୂଳ ଠାରୁ ୨୦ କିଲୋମିଟରରେ ମାର୍କିଂ ର ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ।