Odisha News: ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଗାଁକୁ ଫେରିଲା ଦାଦନଙ୍କ ମୃତଦେହ
Advertisement
Article Detail0/zeeodisha/odisha2400641

Odisha News: ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଗାଁକୁ ଫେରିଲା ଦାଦନଙ୍କ ମୃତଦେହ

Odisha News: ଅଭିନାଶଙ୍କ ମୃତ ଦେହେ ତାଙ୍କ ଘରକୁ ଟଙ୍କା ଅଭାବ ଯୋଗୁ ଫେରୁ ପାରୁନଥିବା ବେଳେ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏ ନେଇ ବ୍ୟାଙ୍ଗଲୁର ସ୍ଥାନୀୟ ପ୍ରଶାସନକୁ ଚିଠି କରିବା ସହ ସେଠାରେ ଥିବା ପ୍ରବାସୀ ଓଡ଼ିଆ ଯୁବ ସମାଜ ସେବି ସରୋଜ ପରେଡା ଓ ମାନସ ଘଡେଇଙ୍କ ଆଲୋଚନ କରିବା ସହ କିପରି ବେବଛେଦ ହେବ ସହଯୋଗ ପାଇଁ କହିଥିଲେ।

Odisha News: ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଗାଁକୁ ଫେରିଲା ଦାଦନଙ୍କ ମୃତଦେହ

Odisha News: (ଅଭୟ ମହାନ୍ତି) ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଚେଷ୍ଟାରେ ବେଙ୍ଗାଲୁରୁରୁ ଘରକୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱର ଗ୍ରାମର ଜେନା ସାହିର ସରତ କୁମାର ଜେନାଙ୍କ ବଡ଼ ପୁଅ ଅବିନାସ ଜେନାଙ୍କ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ସେଠାରେ ତାଙ୍କର ସେଠାରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା।ତେବେ କେମିତି ଅଭିନାଶଙ୍କ ମୃତ ହେଲା କୌଣସି କାରଣ ଜଣାପଡିନଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା କୁହାଯାଉଛି।

 ତେବେ ଅଭିନାଶଙ୍କ ମୃତ ଦେହେ ତାଙ୍କ ଘରକୁ ଟଙ୍କା ଅଭାବ ଯୋଗୁ ଫେରୁ ପାରୁନଥିବା ବେଳେ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏ ନେଇ ବ୍ୟାଙ୍ଗଲୁର ସ୍ଥାନୀୟ ପ୍ରଶାସନକୁ ଚିଠି କରିବା ସହ ସେଠାରେ ଥିବା ପ୍ରବାସୀ ଓଡ଼ିଆ ଯୁବ ସମାଜ ସେବି ସରୋଜ ପରେଡା ଓ ମାନସ ଘଡେଇଙ୍କ ଆଲୋଚନ କରିବା ସହ କିପରି ବେବଛେଦ ହେବ ସହଯୋଗ ପାଇଁ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଚେଷ୍ଟାରେ ଅଭିନାଶଙ୍କ ମୃତ ଦେହ ତାଙ୍କ ଗାଁ ତଥା ପରିବାର ପାଖରେ ପହଂଚି ପାରିଛି ବୋଲି ତାଙ୍କ ବାପ ଓ ସମ୍ପର୍କୀୟ କହିଛନ୍ତି।