Odisha News: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ତ ନିୟମରେ ପରିବର୍ତ୍ତନ ଆଣିଲେ ସରକାର, ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha2085617

Odisha News: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ତ ନିୟମରେ ପରିବର୍ତ୍ତନ ଆଣିଲେ ସରକାର, ପଢନ୍ତୁ ପୂରା ରିପୋର୍ଟ

Odisha News: ରାଜ୍ୟରେ ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ (medical student)ପାଇଁ ଲାଗୁ ହୋଇଥିବା ବଣ୍ତ ନିୟମରେ ରାଜ୍ୟ ସରକାର (odisha govt) ପରିବର୍ତ୍ତନ ଆଣିଛନ୍ତି। 

Odisha News: ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ବଣ୍ତ ନିୟମରେ ପରିବର୍ତ୍ତନ ଆଣିଲେ ସରକାର, ପଢନ୍ତୁ ପୂରା ରିପୋର୍ଟ

Odisha News: ରାଜ୍ୟରେ ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ (medical student)ପାଇଁ ଲାଗୁ ହୋଇଥିବା ବଣ୍ତ ନିୟମରେ ରାଜ୍ୟ ସରକାର (odisha govt) ପରିବର୍ତ୍ତନ ଆଣିଛନ୍ତି। ୨ ବର୍ଷ  ବଣ୍ତ ଅବଧି (bond rule) ପୂରଣ  କରୁ ନ ଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ତ  କିମ୍ବା ଦରମାର ଦୁଇ ଗୁଣା ଜରିମାନା ଦେବାକୁ ପଡି଼ବ।  ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି । ମାତ୍ର, ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିବା ଲାଗି  ଅନିଚ୍ଛା ପ୍ରକାଶ କରୁଛନ୍ତି।

ତେଣୁ ଏହି ଡାକ୍ତରମାନେ କିଭଳି ସରକାରୀ ବ୍ୟବସ୍ଥାରେ ରହି ନିଜର ସେବା ଯୋଗାଇବେ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ତ  ନିୟମରେ ପରିବର୍ତ୍ତନ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ,  କୌଣସି ପ୍ରାର୍ଥୀ ରାଜ୍ୟ କିମ୍ବା ସର୍ବ ଭାରତୀୟ ସ୍ତରୀୟ  କୋଟାରେ ପିଜି ଡିପ୍ଲୋମା-ଡିଏନବି-ଡିଆରଏନବି-ଏମଡି-ଏମଏସ-ଏମଡିଏସ-ଡିଏମ-ଏମ.ସିଏଚ୍ ପାଠ  ସହ  ଅନ୍ୟ ପାଠ୍ୟକ୍ରମରେ  ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂଶୋଧିକ ବଣ୍ତ  ନିୟମ ଲାଗୁ ହେବ। ବଣ୍ତ ଦାଖଲ ବିନା କୌଣସି ଆଡମିସନ୍ ହୋଇପାରିବ ନାହିଁ।  ଡିଏମଏଟି ଏହାକୁ ନିଶ୍ଚିତ କରିବ।  ଏହି ପାଠ୍ୟକ୍ରମରେ ଉତ୍ତିର୍ଣ୍ଣ ହେଉଥିବା  ଛାତ୍ରଛାତ୍ରୀଙ୍କୁ ୨ ବର୍ଷ ପାଇଁ ସରକାରୀ ସ୍ବାସ୍ଥ୍ୟନୁଷ୍ଠାନରେ କାର୍ଯ୍ୟ କରିବାକୁ ପଡିବ। ତେଣୁ କଲେଜ କର୍ତ୍ତୃପକ୍ଷ  ସାର୍ଟିପିକେଟକୁ ଅଟକ ନ ରଖିବାକୁ କୁହାଯାଇଛି।  ଯଦି ଏହି ସମୟରେ କୌଣସି ପ୍ରାର୍ଥୀ ଉଚ୍ଚ ଶିକ୍ଷା କରିବାର ସୁଯୋଗ ପାଆନ୍ତି  ତା ହେଲେ ବଣ୍ତ ନିୟମ ରଦ୍ଦ ହେବ। ଏବଂ ପାଠପଢା ସାରି ଫେରିବା ପରେ ପୁନର୍ବାର ଲାଗୁ ହେବ। ଏଥିପାଇଁ କୋର୍ଟଙ୍କ ନିକଟରେ ଏକ ଆଫିଟେଭିଟ୍ ଦେବାକୁ ପଡିବ।  

ସେହିପରି, ରାଜ୍ୟ ମେଡିକାଲ ପରିଷଦ (ଓଏସଏମଆର) ଡିଏମଇଟିଙ୍କ ନିକଟରୁ ବଣ୍ତ ସଂକ୍ରାନ୍ତୀୟ କୌଣସି ସୂଚନା ନ ପାଇବା ପର୍ଯ୍ୟନ୍ତ  ଏନଓସି ପ୍ରଦାନ କରାଯାଇପାରିବ ନାହିଁ।  ଯଦି ପାଠ୍ୟକ୍ରମ ଶେଷ ହେବାର ୬ ମାସ ଭିତରେ ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୁଅନ୍ତି । ତା ହେଲେ ବଣ୍ତ ସର୍ତ୍ତାବଳୀ ରଦ୍ଦ ହୋଇଯିବ।  ଓଡି଼ଶା କ୍ଲିନିକାଲ୍ ଏଣ୍ଟାବ୍ଲିସମେଣ୍ଟ ଆଇନ୍ ଅନୁଯାୟୀ ପଂଜିକୃତ ହୋଇଥିବା ଘରୋଇ  ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକ  ମାଜଷ୍ଟେଟ୍ ନିକଟରେ ହୋଇଥିବା ସତ୍ୟପାଠ ବିନା ସଂପୃକ୍ତି ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ମନା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ଶେଷ ହେବା ପୂର୍ବରୁ ପାଠ ଛାଡିବେ ସେମାନଙ୍କୁ ୧୦ ଲଶ୍ର ଟଙ୍କା କିମ୍ବା ଷ୍ଟାଇପେଣ୍ତ-ଦରମା ଆକାରରେ ମିଳିଥିବା ଅର୍ଥକୁ ଦେବାକୁ ପଡିବ। ଯଦି ଜରିମାନାର ଅର୍ଥ ନ ଦିଅନ୍ତି ତେବେ ଓଡିଶା ପବ୍ଲିକ୍ ଡିମାଣ୍ତ ରକଭରି ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।