Sambalpur Road Accident: କଣ୍ଟେନର ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ...
Advertisement
Article Detail0/zeeodisha/odisha1912858

Sambalpur Road Accident: କଣ୍ଟେନର ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ...

Sambalpur Road Accident: ରାସ୍ତାରେ ଛକି ବସିଥିଲା ଯମ । ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା (Sambalpur Road Accident)। ସମ୍ବଲପୁର-ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ( Four dead in a cattle laden troller accident)।  

ସୌଜନ୍ୟ- ସୋସିଆଲ ମିଡି଼ଆ

(ସମ୍ବଲପୁର, ଅଜୟ ନାଥ) Sambalpur Road Accident: ରାସ୍ତାରେ ଛକି ବସିଥିଲା ଯମ । ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା (Sambalpur Road Accident)। ସମ୍ବଲପୁର-ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ( Four dead in a cattle laden troller accident)।  ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡି଼କାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍। 

Also Read: Today Horoscope: ବ୍ୟବସାୟରେ ଆୟ ବଢିବା ସହ ମିଳିବ ଶୁଭଫଳ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ , ସମ୍ବଲପୁର-ବୁର୍ଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଟାପାଲିଠାରେ ଗୋରୁ ବୋଝେଇ କଣ୍ଟେନରର ଚାଳକ ସମେତ ଅନ୍ୟ ୪ ଜଣ ଗାଡ଼ି ସମ୍ମୁଖରେ ରାତ୍ରି ଭୋଜନ ନିମନ୍ତେ ରୋଷେଇ କରୁଥିଲେ। କିନ୍ତୁ ହଠାତ୍ ବରଗଡ଼ ପଟରୁ ଆସୁଥିବା ଏକ ଟ୍ରକ୍ ଗୋରୁ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଏବଂ ରସୋଇ କରୁଥିବା ୫  ଜଣଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାଦେଖି ରାସ୍ତାରେ ଯାଉଥିବା ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡି଼କାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆଉ ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ତେବେ, ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ, ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା  ଅନୁଗୁଳରେ ଘଟିଥିଲା।  ମର୍ଣ୍ଣିଂୱାକ୍  (Morning Walk) ନେଇଗଲା ୩ ଜୀବନ।   ଭୟଙ୍କର ସଡ଼କ (Road Accident) ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି (Road Accident in Angul)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନୁଗୋଳ ଜିଲ୍ଲା ପାଲଲହଡାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମୃତ ଯୁବକମାନେ ହେଲେ ମୁକ୍ତାପୁର ଗାଁର ମାଧବ ସାମାଡ଼ ଓ ଅନ୍ୟ ଜଣେ ଶୁଶୁବା ଗାଁର ରାଜେଶ ଶୁଣ୍ଢି ବୋଲି ଜଣା ପଡିଛି । 

ସୂଚନା ଅନୁସାରେ, ଅନୁଗୋଳ ମୁକ୍ତାପୁର ଗାଁର ମାଧବ ସାମାଡ଼ ଓ ରାଜେଶ ଶୁଣ୍ଢୀ  ପ୍ରତିଦିନ ପରି ଆଜି ସକାଳେ ମର୍ଣ୍ଣିଂଓ୍ବାର୍କରେ ପାଲଲହଡା ୪୯ ଜାତୀୟ ରାଜପଥ (National Highway 49) ଆଡେ ଯାଇଥିଲେ। ମର୍ଣ୍ଣିଂୱାକ୍ କଲାବେଳେ ହଠାତ୍ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଫୋନ୍  କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ, ଏହି ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।  କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି । ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସେପଟେ, ବଲାଙ୍ଗୀର ପାଟଣାଗଡ଼ରେ ମଧ୍ୟ ସମାନ ଅଘଟଣ ଘଟିଛି।  ମର୍ଣ୍ଣିଂଓ୍ବାକ୍ ଯାଇଥିବା ସମୟରେ ଏକ ପିକଅପ୍ ଭ୍ୟାନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।