Jagannath Temple: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟରରେ ବିରାଟ ଫାଟ, ମରାମତି କରିବ ଏଏସଆଇ
Advertisement

Jagannath Temple: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟରରେ ବିରାଟ ଫାଟ, ମରାମତି କରିବ ଏଏସଆଇ

Puri: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟର ଡାହାଣ ପାର୍ଶ୍ବରେ ବିରାଟ ଫାଟ ସୃଷ୍ଟି ହୋଇଛି । କିଛି ସ୍ଥାନରେ ପଥର ମଧ୍ଯ ଭାଙ୍ଗି ତଳେ ପଡ଼ିଛି । ଉତ୍ତରଦ୍ବାର ବାହାର ପାର୍ଶ୍ବ ତାଟିରେ ସୃଷ୍ଟି ଏହି ଫାଟକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି ।

ସୌଜନ୍ୟ-ସୋସିଆଲ ମିଡିଆ

Puri Jagannath Temple: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟର ଡାହାଣ ପାର୍ଶ୍ବରେ ବିରାଟ ଫାଟ ସୃଷ୍ଟି ହୋଇଛି । କିଛି ସ୍ଥାନରେ ପଥର ମଧ୍ଯ ଭାଙ୍ଗି ତଳେ ପଡ଼ିଛି । ଉତ୍ତରଦ୍ବାର ବାହାର ପାର୍ଶ୍ବ ତାଟିରେ ସୃଷ୍ଟି ଏହି ଫାଟକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି ।

ପ୍ରକାଶ ଥାଉ କି, ଶ୍ରୀମନ୍ଦିର ଉତ୍ତରଦ୍ବାର ସହ ଅନ୍ୟ ଦ୍ବାରରେ ଭୁପୃଷ୍ଠରୁ ପଦ୍ମ ପାଖୁଡ଼ା ଆକୃତିର ବଡ଼ ବଡ଼ ପ୍ରସ୍ତର ସବୁ ରହିଛି । ଏହା ଉପରି ଅଂଶରେ  ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଛି । ଏହା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଅତୀତର ନିଖୁଣ ପଥର କାରୁକାର୍ଯ୍ୟକୁ ବଖାଣୁଛି । ଉତ୍ତରଦ୍ବାର ଗୁମୁଟ ବାମପାର୍ଶ୍ବରେ ପଦ୍ମପାଖୁଡ଼ା ସଦୃଶ ପ୍ରସ୍ତରରେ ପ୍ରାୟ ଦେଢ ଫୁଟ ଉଚ୍ଚରେ ଫାଟ ଦେଖା ଦେଇଛି । ଫଳରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଉତ୍ତର ଦ୍ବାର ଗୁମୁଟରରେ ଫାଟ ଥିବା ଜଣାପଡ଼ିବା ପରେ ଏଏସଆଇ ଯନ୍ତ୍ରୀମାନେ ସ୍ଥିତି ନିରୀକ୍ଷଣ କରିଛନ୍ତି । ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଏହି ସ୍ଥାନ ୩ରୁ ୪ ଫୁଟ ପୋତି ହୋଇ ରହିଥିଲା । ମାଟି ହଟାଯିବା ପରେ ଏହି ଫାଟ ନଜର ଆସିଛି । ଏହାକୁ ମରାମତି କରାଯିବ । ଠଣା ପଥର ଓ ତାଟି ପଥର ନଷ୍ଟ ହୋଇଥିଲେ ସେଠାରେ ନୂଆ ପଥର ଲଗାଯିବ । ଉତ୍ତର ଦ୍ବାର ମରାମତି ଓ କେମିକାଲ ୱାର୍ସ ଚାଲିଛି । ତେଣୁ ଉକ୍ତ ଫାଟ ସୃଷ୍ଟି ସ୍ଥାନକୁ ମଧ୍ଯ ମରାମତି କରି କେମିକାଲ ୱାର୍ସ କରାଯିବ । ଏଠାରେ କୌଣସି ଗୁରୁତର ଫାଟ ସୃଷ୍ଟି ହୋଇଥିବା ନଜର ଆସୁନି ।

ସୂଚନାଯୋଗ୍ୟ, ୧୯୭୫ ମସିହାରୁ ଏଏସଆଇ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଛି । ପୂର୍ବରୁ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ଧଳା ରଙ୍ଗର ଥିଲା । ପଥର ଉପରେ ଚୁନର ମୋଟୀ ଆସ୍ତରଣ ଦିଆଯାଇଥିଲା । ଏହା ଶ୍ରୀମନ୍ଦିର ପାଇଁ ବିପଦ ବୋଲି ଏଏସଆଇ ଦର୍ଶାଇବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରରୁ ଚୁନ ଛଡ଼ାଇ ସ୍ବତନ୍ତ୍ର କେମିକାଲ୍ ଲଗାଯାଇଛି । ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି ।

Also Read- Odia Language Conference: ଆଜି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‍ଯାପନୀ ଦିବସ