Puri News: ଆସନ୍ତାକାଲି କାର୍ତ୍ତିକ ପୂର୍ଣିମା , ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ
Advertisement
Article Detail0/zeeodisha/odisha1979694

Puri News: ଆସନ୍ତାକାଲି କାର୍ତ୍ତିକ ପୂର୍ଣିମା , ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Puri News: ଆସନ୍ତାକାଲି କାର୍ତ୍ତିକ ପୂର୍ଣିମା (Kartika Purnima) ବା ରାସ ପୂର୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ (suna besa) ଝଟକିବେ କାଳିଆ ଠାକୁର(lord jagannath) । ସେପଟେ ତୀର୍ଥ ପୁଷ୍କରିଣୀରେ ଆସନ୍ତାକାଲି ବୁଡ଼ ଦେଇ ଡ଼ଙ୍ଗା ଭସାଇବା ସହ କାର୍ତ୍ତୀକ ବ୍ରତ ଉଦଯାପନୀ କରିବେ ହବିଷ୍ୟାଳୀ। ଆ...କା..ମା...ବୈ ଧ୍ୱନୀରେ କମ୍ପିବ ବିଭିନ୍ନ ପୁଷ୍କରିଣୀ ସ୍ଥଳ । 

Puri News: ଆସନ୍ତାକାଲି କାର୍ତ୍ତିକ ପୂର୍ଣିମା , ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Puri News: ଆସନ୍ତାକାଲି କାର୍ତ୍ତିକ ପୂର୍ଣିମା (Kartika Purnima) ବା ରାସ ପୂର୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ (suna besa) ଝଟକିବେ କାଳିଆ ଠାକୁର(lord jagannath) । ସେପଟେ ତୀର୍ଥ ପୁଷ୍କରିଣୀରେ ଆସନ୍ତାକାଲି ବୁଡ଼ ଦେଇ ଡ଼ଙ୍ଗା ଭସାଇବା ସହ କାର୍ତ୍ତୀକ ବ୍ରତ ଉଦଯାପନୀ କରିବେ ହବିଷ୍ୟାଳୀ। ଆ...କା..ମା...ବୈ ଧ୍ୱନୀରେ କମ୍ପିବ ବିଭିନ୍ନ ପୁଷ୍କରିଣୀ ସ୍ଥଳ । ଆସନ୍ତାକାଲି କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶ ଅର୍ଥାତ ସୁନାବେଶରେ ମହଣ ମହଣ ସୁନାରେ ଆଭୂଷିତ ହେବେ ଶ୍ରୀଜୀଉ । ସିଂହଦ୍ଵାର ଗୁମୁଟରେ ଥିବା ପତିତପାବନ ମଧ୍ୟ ସୁନାବେଶରେ ଝଟକିବେ । 

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ଅଧିକା ଫୋର୍ସ ମୁତୟନ କରାଯାଇଛି। ଭକ୍ତଙ୍କ ଫିଡ଼ବ୍ୟାକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଜି ରାତିସାରା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ । ମହାପ୍ରଭୁଙ୍କ ପହୁଡ଼ ନୀତି ହେବନାହିଁ ବୋଲି କହିଛନ୍ତି ରଞ୍ଜନ ଦାଶ । କେବଳ ପ୍ରତୀକାତ୍ମକ ପହୁଡ଼ ଅର୍ଥାତ ଠିଆ ପହୁଡ଼ ନୀତି ହୋଇପାରେ। ଆସନ୍ତାକାଲି ସକାଳେ ଅବକାଶ ନୀତି ପରେ ସୁନାବେଶରେ ଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ପୁଷ୍ପାଳକ ସେଵାୟତ ମାନେ ବିଭିନ୍ନ ରତ୍ନ, ଅଳଙ୍କାର ଓ ପାଟ ବସ୍ତ୍ରରେ ମାହାପ୍ରଭୁଙ୍କ ସୁସଜିତ କରିବେ ।

ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାରୁ,  ଲକ୍ଷ୍ମୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । କାର୍ତ୍ତିକ ମାସ ମହାପଞ୍ଚୁକର ଚତୁର୍ଥ ଦିନ କାର୍ତ୍ତୀକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନୃସିଂହ ହୋଇଛି। ଭୋର ୪ଟା୪୦ ରୁ ଦ୍ୱାରଫିଟା ହୋଇ ୫ଟା୫୦ ରେ ମଙ୍ଗଳ ଆଳତି ଓ ପରେ ୬ଟା୫୦ ରେ ସରିଥିଲା ମହାପ୍ରଭୁଙ୍କ ଅବକାଶ ନୀତି। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଲକ୍ଷ୍ମୀନୃସିଂହ ବେଶ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । 

ଚକ୍ର ନୃସିଂହଙ୍କ ଠାରୁ ଶ୍ରୀଜୀଉଙ୍କ ପାଖକୁ ଆସିଥିଲା ଆଜ୍ଞାମାଳ। ସୋଲ ଓ ଜରୀରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗ ଫୁଲକୁ ସଜାଇ ଠାକୁରଙ୍କ ଶ୍ରୀମସ୍ତକରେ ଲଗାଯାଇଥିଲା । ଏହି ଡାଳର ମଝିରେ ମଝିରେ ଠିଆପାଖୁଡା ଆକୃତିର ସୁନାକିଆ ଖଞ୍ଜାଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଇଥାଏ। ସକାଳ ଧୂପ ହେବାପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିଥିଲେ ଭକ୍ତ ଶ୍ରଦ୍ଧାଳୁ । ସ୍କନ୍ଧ ପୁରାଣ ଅନୁଯାୟୀ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ପ୍ରଥମ ଦର୍ଶନ କରିବା ସମୟରେ ଇନ୍ଦ୍ରଦ୍ୟୁମ୍ନ ନୃସିଂହ ରୂପରେ ଦର୍ଶନ ପାଇଥିଲେ ।ସେହି ସ୍ମୃତିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଲକ୍ଷ୍ମୀ ନୃସିଂହ ବେଶ ହୋଇଥାଏ। ସେପଟେ ପ୍ରତ୍ୟକ ଦିନ ଭଳି ଆଜି ମଧ୍ୟ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି।