Odisha News: ଚିଲିକାରେ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ଆସିଛନ୍ତି ୧୮୭ ପ୍ରଜାତିର ପକ୍ଷୀ
Advertisement
Article Detail0/zeeodisha/odisha2044573

Odisha News: ଚିଲିକାରେ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ଆସିଛନ୍ତି ୧୮୭ ପ୍ରଜାତିର ପକ୍ଷୀ

Odisha News: ଚିଲିକାରେ (Chilika Lake) ଚଳିତ ବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ (bird census) ହୋଇଛି। ଏହି ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଛନ୍ତି । ନଳବଣରେ ସର୍ବାଧିକ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । 

Odisha News: ଚିଲିକାରେ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ଆସିଛନ୍ତି ୧୮୭ ପ୍ରଜାତିର ପକ୍ଷୀ

Odisha News: ଚିଲିକାରେ (Chilika Lake) ଚଳିତ ବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ (bird census) ହୋଇଛି। ଏହି ବର୍ଷ ଚିଲିକାରେ ୧୮୭ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ଟି ପକ୍ଷୀ ଆସିଛନ୍ତି । ନଳବଣରେ ସର୍ବାଧିକ ୩ ଲକ୍ଷ ୪୭ ହଜାର ୨୮୦ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ସର୍ବାଧିକ ନର୍ଦନ ପିଙ୍କଟେଲ ପ୍ରଜାତିର ୨ ଲକ୍ଷ ୧୮ ହଜାର ୬୧୪ ଆସିଥିବା ବେଳେ ସର୍ବନିମ୍ନ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖା ଯାଇଛି । ଦଶ ବର୍ଷ ପରେ ପୁଣି ଏକ ନୂଆ ପ୍ରଜାତି ର ପକ୍ଷୀ ପଲାଜ ଫିସ ଈଗଲ ଚଳିତ ବର୍ଷ ଦେଖିବାକୁ ମିଳିଛି ।

ALSO READ : Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ, ଜାଣନ୍ତୁ ପୁଣି କେବେ ଖୋଲିବ ?

ଗତ ବର୍ଷ ଚିଲିକାରେ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଆସିଥିବା ବେଳେ ଚଳିତ ବର୍ଷ ୫ ହଜାର ୮୩୦ ଟି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ବିଦେଶାଗତ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଟି ଥିବାବେଳେ ଦେଶୀ ପକ୍ଷୀ ୭୯ ପ୍ରଜାତିର ୩୮ ହଜାର ୮୮୦ ଥିଲେ । ଚଳିତ ବର୍ଷ ସମନ୍ତରାଳ ଭାବେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୮ ହଜାର ୮୧୩ ବିଦେଶୀ ପକ୍ଷୀ ଆସିଥିବାବେଳେ ଘରୋଇ ପକ୍ଷୀଙ୍କ ସଂଖ୍ୟା ୩୮ ହଜାର ୯୪୬ ଟି ୭୯ ପ୍ରଜାତିର ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଚିଲିକା ଡ଼ିଏଫଓ ।

ଗତକାଲି ଠାରୁ ଚିଲିକାରେ ଆରମ୍ଭ ହୋଇଥିବା ପକ୍ଷୀଙ୍କ ସଂଖ୍ୟା ଶେଷ ହୋଇଛି। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜ୍‌ ଲାଗି ୨୧ଟି ଟିମ୍ ଗଠନ କରାଯାଇଥିଲା। ପ୍ରତ୍ୟେକ ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ଥିଲେ । ପକ୍ଷୀ ଗଣନା ଶେଷ ହେବା ଯାଏଁ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳକୁ ବନ୍ଦ ରଖାଯାଇଥିଲା ।