Bhubaneswar Metro Project: ମେଟ୍ରୋ ପ୍ରକଳ୍ପ ପାଇଁ 'ଲୋଗୋ' ଦେଲେ ମିଳିବ ପୁରସ୍କାର
Advertisement
Article Detail0/zeeodisha/odisha2042870

Bhubaneswar Metro Project: ମେଟ୍ରୋ ପ୍ରକଳ୍ପ ପାଇଁ 'ଲୋଗୋ' ଦେଲେ ମିଳିବ ପୁରସ୍କାର

Metro: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୁନ୍ଦର, ଆକର୍ଷଣୀୟ ଓ ପାରମ୍ପରିକ ଲୋଗୋ ଡିଜାଇନ୍ (Logo Design Contest) ପାଇଁ ଆହ୍ବାନ କରାଯାଇଛି । ୫ଟି ଅଧ୍ୟକ୍ଷ୍ୟ ଭିକେ ପାଣ୍ତିଆନ୍ ରାଜ୍ୟବାସୀଙ୍କ ଠାରୁ ଏହି ଲୋଗୋ ଆହ୍ବାନ କରିଛନ୍ତି।  ସବୁଠୁ ଆକର୍ଷଣୀୟ ଲୋଗୋକୁ ମୁଖ୍ୟମନ୍ତ୍ରୀ  (Naveen Patnaik) ମନୋନୀତ କରିବେ। 

Bhubaneswar Metro Project: ମେଟ୍ରୋ ପ୍ରକଳ୍ପ ପାଇଁ 'ଲୋଗୋ' ଦେଲେ ମିଳିବ ପୁରସ୍କାର

Metro: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୁନ୍ଦର, ଆକର୍ଷଣୀୟ ଓ ପାରମ୍ପରିକ ଲୋଗୋ ଡିଜାଇନ୍ (Logo Design Contest) ପାଇଁ ଆହ୍ବାନ କରାଯାଇଛି । ୫ଟି ଅଧ୍ୟକ୍ଷ୍ୟ ଭିକେ ପାଣ୍ତିଆନ୍ ରାଜ୍ୟବାସୀଙ୍କ ଠାରୁ ଏହି ଲୋଗୋ ଆହ୍ବାନ କରିଛନ୍ତି।  ସୋସିଆଲ୍ ମିଡିଆ ଯୋଗେ ଲୋକମାନେ  ଓଡି଼ଶାର ଏହି ବହୁ ପ୍ରତିକ୍ଷିତ ମେଟ୍ରୋ ପାଇଁ ଲୋଗୋ ଡିଜାଇନ୍ କରି  ଏହାକୁ ପଠାଇ ପାରିବେ। ସବୁଠୁ ଆକର୍ଷଣୀୟ ଲୋଗୋକୁ ମୁଖ୍ୟମନ୍ତ୍ରୀ  (Naveen Patnaik) ମନୋନୀତ କରିବେ। ସେହି ଲୋଗକୁ ଗ୍ରହଣ କରାଯିବା ସହ ନିର୍ମାତାଙ୍କୁ ପୁରସ୍କୃତ କରାଯିବ।  ଓଡି଼ଶାର ଆତ୍ମାକୁ ନେଇ ଏହାକୁ ଡିଜାଇନ୍ କରିବା ସହ ସେଥିରେ ପାରମ୍ପରିକ କଳା, ସଂସ୍କୃତି ଓ ସୃଜନଶୀଳତାର ଝଲକ୍ ରଖିବାକୁ ୫ଟି ଅଧ୍ୟକ୍ଷ କହିଛନ୍ତି। ଏହି ଡିଜାଇନକୁ ceo.bmrcl@odisha.Govt.inରେ ପଠାଇବାକୁ ସେ ନିବେଦନ କରିଛନ୍ତି। 

ALSO READ :  Bhaum Aditya Yoga: ଏହି ସବୁ ରାଶିଙ୍କୁ ଶୁଭଫଳ ଦେବେ ସୂର୍ଯ୍ୟ-ମଙ୍ଗଳ,ଆକସ୍ମିକ ଧନଲାଭର ରହିଛି ଯୋଗ

ନୂଆବର୍ଷ ଅବସରରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ (bhubaneswar metro project) ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିସୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଗଡି଼ବ। ୨୬ କିଲୋମିଟର  ମେଟ୍ରୋ ପଥରେ  ୨୦ଟି ଷ୍ଟେସନ୍ ରହିବ।  ପୂରା ପ୍ରକଳ୍ପ ପାଇଁ  ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏହାର ସମ୍ପୁର୍ଣ୍ଣ ଖର୍ଚ୍ଚ ଉଠାଇବେ। ୪ ବର୍ଷ ମଧ୍ୟରେ ମେଟ୍ରୋ କାମ ଶେଷ ହେବାକୁ ଲକ୍ଷ ରଖାଯାଇଛି। ଏହା ହେଉଛି ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସବୁଠୁ ବଡ଼ ଅର୍ଥ ବିନିଯୋଗ ।