COMMERCIAL BREAK
SCROLL TO CONTINUE READING

Odisha News ବାଲେଶ୍ୱର: ରାଜ୍ୟ କ୍ରିକେଟ ପାଇଁ ବଡ଼ ଦୁଖଦ ଖବର। ବଜ୍ରାଘାତରେ ଜଣେ ଯୁବ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବୁଧବାର ଏହି ମଧ୍ୟାହ୍ନରେ ଘଟିଥିବା ନେଇ ସୂଚନା ରହିଛି। ମୃତକ ଜଣକ ସ୍ଥାନୀୟ ବେଲଗାଓଁ ଅଞ୍ଚଳର ୩୦ ବର୍ଷିୟ ସାଗର ଜେନା ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ରହିଛି। ବସ୍ତା ପୋଲିସ ଅନୁଯାୟୀ କିଛି ଯୁବକ ଗାଁ ଖେଳ ପଡ଼ିଆରେ ଖେଳୁଥିଲେ। ତେବେ ଏହି ସମୟରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା। 


ପୋଲିସ ଆହୁରି ମଧ୍ୟ କହିଛି କି ବର୍ଷ ସମୟରେ ପିଲାମାନେ ଖେଳ ଜାରି ରଖିଥିଲେ। ତେବେ ବର୍ଷାର ପରିମାଣ ବଢିବା କାରଣରୁ ପିଲାମାନେ ଘରକୁ ଫେରିଥିଲେ। ଏହି ସମୟରେ ବଜ୍ରପାତ ହେବା ସହିତ ପ୍ରବଳ ବର୍ଷା ହୋଇଥିଲା। ତେବେ ହଟାତ ବଜ୍ରାଘାତ ହୋଇଥିଲା। ଫଳରେ ଖେଳୁଥିବା ପିଲାମାନେ ଗୁରୁତର ଆହତ ହୋଇ ପଡ଼ିଥିଲେ। ସାଗରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 


ତେବେ ଘଟଣାସ୍ଥଳରୁ ଅନ୍ୟ ସହଯୋଗୀ ଖେଳାଳି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଆହତମାନଙ୍କର ଚିକିତ୍ସା କରାଯାଇଥିଲା। ସାଗରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ସେପଟେ ଖରାପ ରାସ୍ତା ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ବିଳମ୍ବ ହେଲା ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ଖରାପ ରାସ୍ତା ଯୋଗୁଁ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଆସି ପାରିନଥିଲା। ସାଗରଙ୍କୁ ଏକ ଖଟିଆରେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଫଳରେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 


Also Read: ଜାଣିଛନ୍ତି କି ବିଶ୍ୱର ସବୁଠାରୁ ମହଙ୍ଗା ଚାହା କେଉଁଠାରେ ମିଳେ


Also Read: ଜାଣନ୍ତୁ ଫ୍ଲପ ଟିମର ଷ୍ଟାର କ୍ରିକେଟର


Also Read: ଜାଣିଛନ୍ତି କି ଦେଶରେ ଦେଖାଯାଉଥିବା ସବୁଠାରୁ ଭୟଙ୍କର ସାପର ନାଁ କଣ