Odisha News: ବର୍ଷର ଶେଷ ଦିନରେ ଛାରଖାର ହୋଇଗଲା ଦୁଇ ପରିବାର, ଦୁର୍ଘଟଣାରେ ଚାଲିଗଲା...
Advertisement

Odisha News: ବର୍ଷର ଶେଷ ଦିନରେ ଛାରଖାର ହୋଇଗଲା ଦୁଇ ପରିବାର, ଦୁର୍ଘଟଣାରେ ଚାଲିଗଲା...

 ମୃତ ବ୍ୟକ୍ତିଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ଓଭରବ୍ରିଜ ପାଖରେ ବେଆଇନ ଭାବରେ ଶତାଧିକ ଟ୍ରକ ଛିଡା ରହୁଥିବା ବେଳେ ତାକୁ ହଟାଇବା ପାଇଁ ଅଞ୍ଚଳରେ ଦାବି ଉଠିଛି।

Odisha News: ବର୍ଷର ଶେଷ ଦିନରେ ଛାରଖାର ହୋଇଗଲା ଦୁଇ ପରିବାର, ଦୁର୍ଘଟଣାରେ ଚାଲିଗଲା...

Odisha News: ସମ୍ବଲପୁର: ବରଗଡ଼ ନାଗେନପାଲିଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ। ୨୦୨୩ ବର୍ଷର ଶେଷ ଦିନରେ ସାଙ୍ଗ ସାଥି ପରିବାର ସହିତ ପିକନିକ କରିବାକୁ ଯାଇ ଜୀବନ ହାରିଲେ ଦୁଇ ଯୁବକ। ପିକନିକ କରିବାକୁ ଯିବା ସମୟରେ ଦୁର୍ଘଟଣାରେ ଜୀବନ ହରାଇଛନ୍ତି ଦୁଇ ଯୁବକ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଶୋକର ଛାୟା ଖେଳାଇ ଦେଇଛି। ମୃତ ଯୁବକ ଦୁଇଜଣ ହେଲେ ବରଗଡ଼ ହାଟପଦା ପଡା ୱାର୍ଡ ନମ୍ବର ୦୩ ର ବିଶ୍ୱନାଥ ସାହୁ (୪୦) ଓ ଅର୍ଜୁନ ରାଉତ(୪୭)। 

ଉଭୟ ଆଜି ସକାଳୁ ଏକ ହୋଣ୍ଡା ସାଇନ ବାଇକ OD17N6620 ରେ ହୀରାକୁଦକୁ ବଣଭୋଜି କରିବାକୁ ଯାଉଥିବା ସମୟରେ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖରେ OR15M5394 ଏକ ଟ୍ରକ ବିପରୀତ ଦିଗରୁ ଆସି ତାଙ୍କ ଉପରେ ମାଡି ଯାଇଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟ ହୋଇଥିଲା। ତେବେ ଗ୍ରାମାଞ୍ଚଳ ଥାନା ବରଗଡ଼ ପକ୍ଷରୁ ସବ ଇନିଷ୍ପକେଟର ରେଣୁକ ଏକ୍କା ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ନେଇ ଗ୍ରାମାଞ୍ଚଳ ଥାନା ପକ୍ଷରୁ ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ଓଭରବ୍ରିଜ ପାଖରେ ବେଆଇନ ଭାବରେ ଶତାଧିକ ଟ୍ରକ ଛିଡା ରହୁଥିବା ବେଳେ ତାକୁ ହଟାଇବା ପାଇଁ ଅଞ୍ଚଳରେ ଦାବି ଉଠିଛି।