Plastic Ban: ଏହି ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଦାୟିତ୍ବରେ ଥିବା ସମସ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ବନ୍ୟପ୍ରାଣୀ ପିସିସିଏଫ (PCCF WILDLIFE) ଏହି ନିୟମକୁ କଡ଼ାକଡ଼ି କରିଛନ୍ତି ।
Trending Photos
Plastic Ban in Wildlife Sanctuaries: ରାଜ୍ୟର ଅଭୟାରଣ୍ୟ ସମେତ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ (tiger reserves) ଅଞ୍ଚଳକୁ ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ (Single Use Plastic) ଉପରେ ରୋକ ଲଗାଯାଇଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ ଆଇଏଫଏସ ସୁଶାନ୍ତ ନନ୍ଦ ସୋମବାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଦାୟିତ୍ବରେ ଥିବା ସମସ୍ତ ବନ୍ୟପ୍ରାଣୀ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ବନ୍ୟପ୍ରାଣୀ ପିସିସିଏଫ (PCCF WILDLIFE) ଏହି ନିୟମକୁ କଡ଼ାକଡ଼ି କରିଛନ୍ତି ।
ସୂଚନା ଅନୁଯାୟୀ, ସିଙ୍ଗଲ ୟୁଜ ପଲିଥିନ (Single Use Plastic) ଓ ପ୍ଲାଷ୍ଟକ୍ ବୋତଲ (Plastic Bottle) ବ୍ୟବହାର ଯୋଗୁଁ ପରିବେଶ ଉପରେ ତା’ର କୁପ୍ରଭାବ ପଡୁଛି । ଏଥିସହ ସେହି ସବୁ ସାମଗ୍ରୀକୁ ବନ୍ୟଜନ୍ତୁ ମାନେ ଖାଇ ରୋଗଗ୍ରସ୍ତ ହେଉଛନ୍ତି । ତେଣୁ ଆସନ୍ତା ଏପ୍ରିଲ ୧ରୁ ଏହି କଟକଣା ଲାଗୁ କରିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଏପ୍ରିଲ ପହିଲାରୁ ଅଭୟାରଣ୍ୟ ପ୍ରବେଶ ପଥରେ ଚେକିଂ ବେଳେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ପର୍ଯ୍ୟଟକ ଅଜଣାତରେ ପ୍ଲାଷ୍ଟିକ ପାଣି ବୋତଲ ନେଇ ଆସୁଛନ୍ତି, ତାହାଲେ ପ୍ରବେଶ ପ୍ରଥରେ ସେମାନଙ୍କ ବୋତଲ ଉପରେ ଷ୍ଟିକର ମରାଯିବା ସହ ସେମାନଙ୍କଠାରୁ ବୋତଲ ପିଛା ୨୦୦ ଟଙ୍କା ଲେଖାଏଁ ରଖାଯିବ । ପରେ ସେହି ଟଙ୍କାକୁ ଫେରସ୍ତ କରାଯିବ । ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଭିତରେ ପର୍ଯ୍ୟାପ୍ତ ପରିମାଣର ପାଣିର ବ୍ୟବସ୍ଥା କରାଯିବ । ଏହାସହ ଷ୍ଟାଇରୋଫୋମ୍ ପ୍ଲେଟ୍ ବଦଳରେ ଅଭୟାରଣ୍ୟ ପ୍ରବେଶ ପଥରେ ସେମାନଙ୍କୁ ଖଲି ପତର ଓ କାଗଜ ଠୁଙ୍କା ଯୋଗାଇ ଦିଆଯିବ । ଯଦି କୌଣସି ପର୍ଯ୍ୟଟକ ଅଭୟାରଣ୍ୟ ଭିତରକୁ ପଲଥିନ କିମ୍ବା ପ୍ଲାଷ୍ଟିକ୍ ନେବା ବେଳେ ଧରାପଡ଼ନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ତ ସହ ଜରିମାନା କରାଯିବ ।
ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ଲାଗି ରାଜ୍ୟ ପ୍ରଦୂଷଣ ବୋର୍ଡ଼ (state pollution control board of odisha) ପକ୍ଷରୁ ପୂର୍ବରୁ ରାଜ୍ୟର ବିଭିନ୍ନ ପିକନିକ୍ ସ୍ପଟ ବା ବଣଭୋଜି ସ୍ଥଳରେ ସିଙ୍ଗଳ ୟୁଜ ପ୍ଲାଷ୍ଟିକ ଉପରେ କଟକଣା କରାଯାଇଛି । ସେହିପରି ବିଭିନ୍ନ ବେଳାଭୂମିରେ ମଧ୍ଯ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ରହିଛି ।